ନୂଆଦିଲ୍ଲୀ: ଛୋଟ ପିଲାମାନେ ଟମାଟୋ ଫ୍ଲୁ(Tomato Flu)ରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ, ଯଦି ଏହାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହି ସଂକ୍ରମଣ ବୟସ୍କଙ୍କଠାରେ ବିସ୍ତାର କରି ଗୁରୁତର ପରିଣାମର କାରଣ ହୋଇପାରେ ବୋଲି ଲାନସେଟ୍ ଶ୍ୱାସକ୍ରିୟା ମେଡିସିନ୍ ପତ୍ରିକା(Lancet Respiratory Medicine journal)ରେ ପ୍ରକାଶିତ ଏକ ଅଧ୍ୟୟନରେ ଚେତାବନୀ ଦିଆଯାଇଛି । ଲାନସେଟ୍ ରିପୋର୍ଟ ଅନୁଯାୟୀ ଟମାଟୋ ଫ୍ଲୁ ବା ଟମାଟୋ ଫିବର(Tomato flu, or tomato fever) ପ୍ରଥମେ କେରଳର କୋଲାମ ଜିଲ୍ଲାରେ ଚିହ୍ନଟ ହୋଇଥିଲା ।
ଏହି ବର୍ଷ ମେ' 6 ରେ କେରଳର କୋଲାମ ଜିଲ୍ଲାରେ ଟମାଟୋ ଫ୍ଲୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ଜୁଲାଇ 26 ସୁଦ୍ଧା, ପାଞ୍ଚ ବର୍ଷରୁ କମ୍ ବୟସର 82 ରୁ ଅଧିକ ଶିଶୁ ସଂକ୍ରମିତ ହୋଇ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । କେରଳ ବ୍ୟତୀତ ତାମିଲନାଡୁ ଏବଂ ଓଡିଶାରେ ଟମାଟୋ ଫ୍ଲୁ ଲକ୍ଷଣ ଦେଖାଦେଇଥିଲା । ଏକ ନିର୍ଦ୍ଦିଷ୍ଟ ବୟସ ଶ୍ରେଣୀରେ ଭାଇରାଲ୍ ସଂକ୍ରମଣ ସାଧାରଣ ହୋଇଥିବାରୁ ଟମାଟୋ ଫ୍ଲୁରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ ଏବଂ ଘନିଷ୍ଠ ସଂସ୍ପର୍ଶ(close contact) ଦ୍ବାରା ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ଥାଏ ।
ଏହା ମଧ୍ୟ ପଢନ୍ତୁ:- Tomato flu Advisory: ଟମାଟୋ ଫ୍ଲୁରେ ନାହିଁ Monkeypox, SARS CoV2 ଲକ୍ଷଣ
ଛୋଟ ପିଲାମାନେ ମଧ୍ୟ ନାପି ବ୍ୟବହାର, ଅପରିଷ୍କାର ସ୍ଥାନକୁ ସ୍ପର୍ଶ କରିବା ଏବଂ ଅପରିଷ୍କାର ଜିନିଷ ଖାଇଦେବା ଦ୍ବାରା ଏହି ସଂକ୍ରମଣର ଶିକାର ହୁଅନ୍ତି, "ଅଗଷ୍ଟ 17ରେ ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି । ଯଦି ପିଲାମାନଙ୍କର ଟମାଟୋ ଫ୍ଲୁ ବ୍ୟାପିବା ନିୟନ୍ତ୍ରିତ ନହୁଏ ତେବେ ସଂକ୍ରମଣ ବୟସ୍କମାନଙ୍କ ମଧ୍ୟରେ ବିସ୍ତାର କରି ଗୁରୁତର ପରିଣାମର କାରଣ ହୋଇପାରେ’’ ବୋଲି ପ୍ରକାଶ ପାଇଛି ।
ଏହି ବିରଳ ଭାଇରାଲ୍ ସଂକ୍ରମଣ, ଯାହା ଶରୀରରେ ଲାଲ ଏବଂ ଯନ୍ତ୍ରଣାଦାୟକ ଫୁଟକା ପରି ଫୁଲିଥାଏ, ଯାହା ଧୀରେ ଧୀରେ ଟମାଟୋ ଆକାରରେ ବୃଦ୍ଧି ପାଇଥାଏ । ବର୍ତ୍ତମାନ ଏହା ଏକ “ଏଣ୍ଡେମିକ୍ ଅବସ୍ଥାରେ”(endemic state) ଅଛି । ଯଦିଓ ଜୀବନ ପ୍ରତି ବିପଦ ନଥିବା ବିବେଚନା କରାଯାଏ, ତଥାପି COVID-19 ମହାମାରୀ ସଂକ୍ରମଣ ପରି ଅଧିକ ହୋଇପାରେ । ଏହି ଭୂତାଣୁ COVID-19 ର ସମାନ ଲକ୍ଷଣ ଜ୍ୱର, ଥକାପଣ, ଶରୀରରେ ଯନ୍ତ୍ରଣା ଏବଂ ଚର୍ମରେ ଦାଗ ଭଳି ଦେଖାଯାଏ ବୋଲି ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ:- ଭାରତରେ ପିଲାଙ୍କଠାରେ କାୟାବିସ୍ତାର କରୁଛି Tomato Flu, ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା
ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ଟମାଟୋ ଫ୍ଲୁ ଚିକେନଗୁନିଆ କିମ୍ବା ଡେଙ୍ଗୁ ଜ୍ୱରର ପରବର୍ତ୍ତୀ ପ୍ରଭାବ ହୋଇପାରେ । ଏହା ଭାଇରାଲ୍- ହାତ, ପାଦ ଏବଂ ପାଟି ରୋଗ(HFMD)ର ଏକ ନୂତନ ପ୍ରକାର ହୋଇପାରେ । ବର୍ତ୍ତମାନ ସୁଦ୍ଧା, ଟମାଟୋ ଫ୍ଲୁର ଚିକିତ୍ସା କିମ୍ବା ପ୍ରତିରୋଧ ପାଇଁ କୌଣସି ଆଣ୍ଟିଭାଇରାଲ୍ ଔଷଧ କିମ୍ବା ଟିକା ଉପଲବ୍ଧ ହୋଇନାହିଁ ।