ETV Bharat / sukhibhava

ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? କରନ୍ତୁ ଏହି ଯୋଗାସନ - ଏକାଗ୍ରତ ପାଇଁ ଯୋଗାସନ

yoga Tips: ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? ଯୋଗାସନ ଦ୍ବାରା ବଢିବ ଆଗ୍ରହ । ଅଧିକ ପଢନ୍ତୁ

yoga Tips
yoga Tips
author img

By ETV Bharat Odisha Team

Published : Jan 15, 2024, 3:38 PM IST

ହାଇଦ୍ରାବାଦ: ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟର ବ୍ୟବହାର ବୃଦ୍ଧି ପାଇବା କାରଣରୁ ପାଠ ପଢା ଠାରୁ ଦୂରେଇ ରହୁଛନ୍ତି ଛାତ୍ରଛାତ୍ରୀ । ମୋବାଇଲ୍ ଫୋନ୍, ଟାବଲେଟ୍, ଟିଭି ଆଦି ଛୋଟ ଛୁଆଙ୍କୁ ଅଧିକ ବା ଶୀଘ୍ର ଆକର୍ଷିତ କରିଥାଏ । ଫଳରେ ଅଧିକ ସମୟ ଏହା ସହିତ ବିତେଇବା ସହିତ ପାଠପଢା ଠାରୁ ଦୂରେଇ ରହିଥାଆନ୍ତି । ଅନ୍ୟପଟେ ପିତାମାତା କର୍ମଜୀବୀ ହେବା କାରଣରୁ ଛୁଆଙ୍କୁ ଅଧିକ ସମୟ ଦେଇପାରନ୍ତି ନାହିଁ । ଯାହାକୁ ନେଇ ପିତାମାତା ଅଧିକ ଚିନ୍ତିତ ରହିଥାଆନ୍ତି । ତେବେ ଏକ୍ସପର୍ଟଙ୍କ କହିବା ଅନୁସାରେ ପ୍ରତିଦିନ ଯୋଗ କରିବା ଦ୍ବାରା ଛୋଟ ଛୁଆମାନେ ପାଠପଢା ପ୍ରତି ମନ ବଳାଇବେ ।

ସୂର୍ଯ୍ୟ ନମସ୍କାର: ସୂର୍ଯ୍ୟ ନମସ୍କାର ଅତ୍ୟନ୍ତ ଉପକାରୀ ଯୋଗାସନ ଅଟେ । ଏହା କରିବା ଦ୍ବାରା ଛୋଟ ଛୁଆମାନେ ଅଧ୍ୟୟନ ପ୍ରତି ମନ ବଳାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଥାଆନ୍ତି । ଏହି ଆସନ ସୂର୍ଯ୍ୟଙ୍କୁ ପ୍ରମାଣ କରିବା ଭଳି ମୁଦ୍ରାରେ କରାଯାଇଥାଏ । ଏହା କରିବା ଦ୍ୱାରା ଆମର ମେରୁଦଣ୍ଡ ଫେଲକ୍ସିବଲ ହୋଇଥାଏ । ଏହାସହିତ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ବୃଦ୍ଧି ପାଇଥାଏ । ଏହି ଆସାନ ଦ୍ବାରା ପିଲାମାନେ ମାନସିକ ଏବଂ ଶାରୀରିକ ଭାବରେ ସତେଜ ଅନୁଭବ କରିଥାଆନ୍ତି । ଏହା ଛୁଆଙ୍କର ଏକାଗ୍ରତାକୁ ଉନ୍ନତ କରିଥାଏ । ଫଳରେ ସେମାନେ ଆରାମରେ ଅଧ୍ୟୟନ କରିପାରିବେ ବୋଲି କୁହାଯାଇଛି । ସୂର୍ଯ୍ୟ ନମସ୍କାର ଦୈନିକ କରିବା ଦ୍ୱାରା ପିଲାମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ବଢିପାରିବ ବୋଲି କୁହାଯାଇଛି ।

ମାଣ୍ଡୁକାସନ: ଏହି ଆସନ ଦ୍ବାରା ଛୁଆଙ୍କର ଧ୍ୟାନ ଏବଂ ଏକାଗ୍ରତା ବୃଦ୍ଧି ପାଇଥାଏ । ଆଣ୍ଠୁମାଡି ବସି ଏହି ଆସନ କରାଯାଇଥାଏ । କହିବାକୁ ଗଲେ ଏହା ପ୍ରକାର ଧ୍ୟାନ ସ୍ଥିତି ଅଟେ । ଏହା ଛୁଆମାନଙ୍କ ମନକୁ ଶାନ୍ତ ରଖିବା ସହିତ ବିଭ୍ରାନ୍ତକାରୀ ଚିନ୍ତାଧାରାକୁ ଦୂରେଇ ରଖିବାରା ସାହାଯ୍ୟ କରିଥାଏ । ନିୟମିତ ଭାବେ ମାଣ୍ଡୁକାସନ କରି ପିଲାମାନଙ୍କର ଏକାଗ୍ରତା ବୃଦ୍ଧି କରିଥାଏ ।

ଏହା ମଧ୍ୟ ପଢନ୍ତୁ: ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପବନମୁକ୍ତାସନ: ଏହା ଏକ ଯୋଗାସନ, ଯାହା ଶାରୀରିକ ଏବଂ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସିଧାରେ ଶୋଇବା ସହିତ ଗୋଡକୁ ଉପରକୁ ଉଠାଇ ଏହି ଆସନ କରାଯାଇଥାଏ । ଏହା ଦ୍ବାରା ଛୁଆଙ୍କର ନିଦ ସଠିକ ହେବା ସହିତ କାର୍ଯ୍ୟ କରିବା ପାଇଁ ଆଗ୍ରହ ମଧ୍ୟ ବୃଦ୍ଧି ପାଇଥାଏ ।

ଭୁଜଙ୍ଗାସନ: ଏହା ଏକ ପ୍ରକାର ବିଶ୍ରାମ ଆସନ ଅଟେ । ଏହା ଶିଖିବା ପାଇଁ ମଧ୍ୟ ସୁବିଧା ଅଟେ । ଏହି ଆସନର ପେଟ ମାଡି ଶୋଇବା ସହିତ ବେକକୁ ଉପରକୁ ଭାଙ୍ଗି ଟେକିବାକୁ ପଡେ । ଏହା ଛୋଟଛୁଆଙ୍କ ସ୍ମୃତିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ଆସନ କରିବା ପରେ ଯାହା ପାଠ ପଢିବେ ତାହା ନଭୁଲି ମନେ ରହିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.