ETV Bharat / sukhibhava

ପିଠି ଯନ୍ତ୍ରଣାର ଉପଚାର ଓ ଯୋଗ

author img

By

Published : Mar 4, 2021, 5:23 PM IST

ଯୋଗଶାସ୍ତ୍ର ଅନୁସାରେ ପିଠି ଯନ୍ତ୍ରଣା ଓ ଏହାର ଉପଚାର ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ଯୋଗ ଶିକ୍ଷକ ତଥା ଫିଜିଓଥେରାପିଷ୍ଟ ଡକ୍ଟର ଜାହ୍ନଭୀ କଥ୍ରାନି । ଅଧିକ ପଢନ୍ତୁ...

ପିଠି ଯନ୍ତ୍ରଣାର ଉପଚାର
ପିଠି ଯନ୍ତ୍ରଣାର ଉପଚାର

ଯୋଗଶାସ୍ତ୍ର ଅନୁସାରେ ପିଠି ଯନ୍ତ୍ରଣା ଦୁଇଟି ଶ୍ରେଣୀରେ ବିଭକ୍ତ । ଗୋଟିଏ ହେଉଛି ଅଧିଜ (ଷ୍ଟ୍ରେସବର୍ନ ) ଓ ଆଉ ଗୋଟିଏ ହେଲା ଅଣଅଧିଜ ( ନନ୍ ଷ୍ଟ୍ରେସ ବର୍ନ ) । ବେଦରେ ଏହି ସଂଜ୍ଞା ଉଲ୍ଲେଖ ରହିଛି । ମହର୍ଷି ବଶିଷ୍ଠ ଏହାକୁ ଅଧିଜବ୍ୟାଧି ବୋଲି ଅଭିହିତ କରି ଏହି ରୋଗର ମାନସିକ ଓ ଶାରୀରିକ କାରଣ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିବା ଜଣାଯାଏ ।

ଯୋଗ ଜରିଆରେ ପିଠି ଯନ୍ତ୍ରଣାର ଉପଚାର
ଯୋଗ ଜରିଆରେ ପିଠି ଯନ୍ତ୍ରଣାର ଉପଚାର

ଯୋଗ ଶିକ୍ଷକ ତଥା ଫିଜିଓଥେରାପିଷ୍ଟ ଡକ୍ଟର ଜାହ୍ନଭୀ କଥ୍ରାନି ପିଠି ଯନ୍ତ୍ରଣା ଓ ଏହାର ଉପଚାର ସଂପର୍କରେ ଅଧିକ ସୂଚନା ଦେଇଛନ୍ତି । ଯୌଗିକ ବିଜ୍ଞାନ ମୁଖ୍ୟତଃ ମଣିଷର ତିନିଟି ଶରୀର ଦର୍ଶନ ଉପରେ ଫୋକସ କରିଥାଏ। ତାହା ହେଲା

. ଗ୍ରସ ବଡି– ଶାରୀରିକ ଏହା କେବଳ ଆଖିକୁ ଦେଖାଯାଏ

. କସାଲ ବଡି- ମାନସିକ ଶରୀର, ପ୍ରାଣିକ ବଡି, ଇଂଟେଲକ୍ଟ ବଡି

. ସଟଲ୍ ବଡି- ଆତ୍ମା

ଯୋଗଶାସ୍ତ୍ର ଅନୁସାରେ ଅଧିଜବ୍ୟାଧି ହୁଏ ଚାପଜନିତ ଓ ଅଣଚାପଜନିତ ହୋଇପାରେ ।

ଯୋଗଶାସ୍ତ୍ରରେ ପିଠି ଯନ୍ତ୍ରଣାର ଉପଚାର
ଯୋଗଶାସ୍ତ୍ରରେ ପିଠି ଯନ୍ତ୍ରଣାର ଉପଚାର

୧. ଅଧିଜ (ଚାପଜନିତ) - ପିଠି ଯନ୍ତ୍ରଣା ପ୍ରାୟତଃ ଶାରୀରିକ କାରଣରୁ ହୋଇଥାଏ । ଯେକୌଣସି ମନସିକ ଓ ଭାବଗତ ଚାପ ବା ଅବସାଦ ଓ ବ୍ୟଗ୍ରତା ମଧ୍ୟ ପିଠି ଯନ୍ତ୍ରଣାର କାରଣ ହୋଇଥାଏ । ଶରୀରର ନାଡି (ଏନର୍ଜି ଚ୍ୟାନେଲ ) ହେଉଛି ପ୍ରାନିକ ଏନର୍ଜିର ପଥ । ଚାପଜନିତ ପିଠି ଯନ୍ତ୍ରଣା ଉପଚାର ପାଇଁ ଯୋଗଜନିତ କାଉନସେଲିଂ, କ୍ଲିନସିଂ ପ୍ରୋସେସ, ପ୍ରାଣାୟମ ଓ ଧ୍ୟାନ ଏବଂ ବିଭିନ୍ନ ଯୋଗାସନ ଦରକାର ପଡିଥାଏ ।

୨. ଅଣଅଧିଜ (ଅଣଚାପ ଜନିତ ପିଠି ଯନ୍ତ୍ରଣା ) – ଯେକୌଣସି କ୍ଷତ, ଯନ୍ତ୍ରଣା , କ୍ଲାନ୍ତି ପିଠି ଯନ୍ତ୍ରଣାର କାରଣ ହୋଇପାରେ । ଅପକ୍ଷୟୀ ପରିବର୍ତ୍ତନ ଏହି ଶ୍ରେଣୀରେ ଆସିଥାଏ । ଏହା କୌଣସି ମାନସିକ, ଭାବଗତ ଓ ବୌଦ୍ଧିକ ଚାପ ସହ ସଂପୃକ୍ତ ନଥାଏ । ଏହି ଶ୍ରେଣୀରେ ଶାରୀରିକ ଶକ୍ତି ଓ ସାମର୍ଥ୍ୟ ଉପରେ ଫୋକସ କରାଯାଏ । ବିଭିନ୍ନ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ବଳରେ ଏହାର ଉପଚାର ସମ୍ଭବ ।

ପିଠି ଯନ୍ତ୍ରଣାରେ ଯୋଗ
ପିଠି ଯନ୍ତ୍ରଣାରେ ଯୋଗ

ଯୋଗ ଜରିଆରେ ପିଠି ଯନ୍ତ୍ରଣାର ଉପଚାର

 . ଯୌଗିକ କାଉନସେଲିଂ ଜରିଆରେ ମାନସିକ, ଭାବଗତ ଓ ବୌଦ୍ଧିକ ଚାପ ଓ ସେଗୁଡିକ ସହ ଜଡିତ ସମସ୍ୟାର ସମାଧାନ ହୋଇପାରିବ ।

 . କପାଳଭଟି, ଜଳ ନେତି, ବାମନ ଧୌତି ଓ ଶଙ୍ଖ ପ୍ରକ୍ଷାଳନ ଭଳି କ୍ଲିନସିଂ ପ୍ରୋସେସ ଦ୍ବାରା ପିଠି ଯନ୍ତ୍ରଣା ଦୂର କରାଯାଇପାରେ।

 . ପ୍ରାଣାୟମ ମଧ୍ୟ ଏକ ପ୍ରଭାବଶାଳୀ ଉପଚାର । ନାଡି ଶୁଦ୍ଧି ବା ନାଡି ଶୋଧନ ପ୍ରାଣାୟମ ଅଭ୍ୟାସ ଦ୍ବାରା ଶରୀରର ସନ୍ତୁଳନ ଠିକରହେ । ଶକ୍ତି ସଂଚାଳନ ଠିକ ହୁଏ । ଏସବୁ ଦ୍ବାରା ମାନସିତ ଶାନ୍ତି ମିଳେ ।

 . ବିଭିନ୍ନ ଯୋଗାସନ ଶରୀର ପାଇଁ ଉପାଦେୟ । ପିଠି ମାଂସପେଶୀ ମଧ୍ୟ ସୁସ୍ଥସବଳ ରହେ । ମେରୁଦଣ୍ଡ ହାଡ ସକ୍ରିୟ ଓ ସତେଜ ରହିଥାଏ ।

 . ଯୋଗଧ୍ୟାନ ଆଦି ନିୟମିତ କଲେ ପିଠି ଯନ୍ତ୍ରଣା ନିୟନ୍ତ୍ରଣରେ ରହେ । ସ୍ପାଇନାଲ ସେଗମେଣ୍ଟକୁ ଯନ୍ତ୍ରଣା ମୁକ୍ତ ରହିଥାଏ ।

 . ତେବେ, ବିଭିନ୍ନ ଯୋଗାଭ୍ୟାସ କରିବା ପୂର୍ବରୁ ପେଷାଦାର ଯୋଗ ଥେରାପିଷ୍ଟଙ୍କ ସହ ପରାମର୍ଶ କରିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.