ETV Bharat / sukhibhava

World Water Day: ରହିଲେ ସଚେତନ, ଦୂର ହୋଇବ ଜଳ ସଙ୍କଟ

କଥାରେ ଅଛି, 'ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ' । ଏହାର ଅର୍ଥ ଯଦି ଜଳ ପରିମାଣ ଅଧିକ ହୁଏ ତେବେ ସୃଷ୍ଟିର ବିନାଶ ଘଟିବ, କମ୍ ହେଲେ ମଧ୍ୟ ବିପତ୍ତିର ସମ୍ମୁଖୀନ କରିବାକୁ ପଡିବ । ତେଣୁ ମାନବ ସମାଜ ପାଇଁ ପ୍ରକୃତିର ଏହି ଅବଦାନ ଜଳ ସମ୍ବଳକୁ ରକ୍ଷା କରିବାର ଅବଶ୍ୟକତା ରହିଛି ।

author img

By

Published : Mar 22, 2023, 12:20 PM IST

World Water Day
World Water Day

ହାଇଦ୍ରାବାଦ: ଯଦି ଜଳ ଅଛି ତେବେ ଜୀବନ ଅଛି, ଜଳ ନାହିଁ ତ, ଜୀବନ ନାହିଁ । ସେ ସଜୀବ ହେଉ ଅବା ନିର୍ଜୀବ ଜଳ ବିନା ତିଷ୍ଟି ରହିବା ଅସମ୍ଭବ । ଯଦି ଜଳ ନଥାନ୍ତା ତେବେ ପୃଥିବୀ ପରି ଏକ ବିସ୍ମୟ ସୃଷ୍ଟି ବୋଧହୁଏ ହୋଇପାରିନଥାନ୍ତି । ତେଣୁ ମାନବ ସମାଜ, ଜୀବଜନ୍ତୁ, ବୃକ୍ଷଲତା ଆଦି ସମସ୍ତଙ୍କ ପାଇଁ ଜଳ ହିଁ ଆଧାର । ଆମ ପୃଥିବୀରେ 71 ପ୍ରତିଶତ ଜଳଭାଗ ଥିବାବେଳେ 29 ପ୍ରତିଶତ ସ୍ଥଳଭାଗ ରହିଛି । ତଥାପି ଆଜି ପୃଥିବୀବାସୀ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏପରି ସମସ୍ୟାକୁ ଦୂରୀକରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜି(ମାର୍ଚ୍ଚ 22)କୁ ବିଶ୍ବ ଜଳ ଦିବସ ରୂପେ ପାଳନ କରାଯାଉଛି ।

cute boy drinking water from tap
cute boy drinking water from tap

ଉଦ୍ଦେଶ୍ୟ ଓ ଇତିହାସ

କେବଳ ଜଳ ସଙ୍କଟ ନୁହେଁ ମାନବ ଶରୀର ପ୍ରତି ଜଳର ଆବଶ୍ୟକତା ବାବଦରେ ସଚେତନ କରିବା ମଧ୍ୟ ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ । ବିଶ୍ବ ଜଳ ଦିବସ ପାଳନ କରିବା ପାଇଁ ପ୍ରଥମେ ଜାତିସଂଘର ସାଧାରଣ ସଭାରେ ଡିସେମ୍ବର ୨୨, ୧୯୯୨ ରେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଏହା ପରେ ମାର୍ଚ୍ଚ ୨୨କୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ୧୯୯୩ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ 22ରେ ବିଶ୍ବ ଜଳ ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ । ଚଳିତ ବର୍ଷ ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା(Accelerating the change to solve the water and sanitation crisis) ବିଷୟବସ୍ତୁ ରହିଛି ।

A boy drinking water from tap
A boy drinking water from tap

ଦିନକୁ ଦିନ ପୃଥିବୀରୁ ଜଳ ସମ୍ପଦ କ୍ଷୟ ହେବାରେ ଲାଗିଛି । ଆଗାମୀ ପିଢି ପାଇଁ ଜଳ ସଂରକ୍ଷଣ ନିହାତି ଆବଶ୍ୟକ । ଜଳ ବିନା ମଣିଷ ତିଷ୍ଠିବା ଅସମ୍ଭବ । ଭବିଷ୍ୟତର ଆବଶ୍ୟକତା ପାଇଁ ଜଳର ସଂରକ୍ଷଣ କରିବା ଦିଗରେ ଆମ ଭିତରେ ଯଥେଷ୍ଟ ସଚେତନତା ରହିବା ଦରକାର । ନିକଟରେ ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ଉଦ୍‌ବେଗଜନକ । କାରଣ ଜଳ ଅଭାବ କାରଣରୁ ଆଫ୍ରିକା ମହାଦେଶର ସବୁଠୁ ଜନବହୁଳ ଦେଶ ନାଇଜେରିଆରେ ମୋଟ 7 କୋଟି 8 ଲକ୍ଷ ଶିଶୁ ବିପଦରେ ଅଛନ୍ତି ।

Pigeon Drinking Water From A Fountain
Pigeon Drinking Water From A Fountain

ତେବେ ଏସବୁକୁ ଦୃଷ୍ଟିରେ ରଖି ଆମ ଦେଶର କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରାଯାଇଛି । ପ୍ରତ୍ୟେକ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ ଯୋଜନା ଆରମ୍ଭ କରିଛନ୍ତି । ଏଭି ଯୋଜନା ଅଧିନରେ ଦେଶର ସମସ୍ତଙ୍କ ଘରେ ଘରେ ଟ୍ୟାପ ଯୋଗେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଗତ ୨୦୧୯ ପର ଠାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହଭାଗିତାରେ ୨୦୨୪ ସୁଦ୍ଧା ଜଳ ଜୀବନ ମିଶନ ଅଧିନରେ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

A boy drinking water from tap
ପିଲାଟିଏ ପାଇପ୍‌ରୁ ପାଣି ପିଉଥିବାର ଦୃଶ୍ୟ

ସେହିପରି ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ଯୋଜନା ପ୍ରଣୟନ କରାଯାଇଛି । ପିଇବା ପାଣି ସହ କୃଷି କ୍ଷେତ୍ର ପାଇଁ ମଧ୍ୟ ଜଳ ଯୋଗାଣର ସୁବିଧା କରିଛନ୍ତି । ବସୁଧା ଯୋଜନା ଠାରୁ ଆରମ୍ଭ କରି ସୁଜଳ ଯୋଜନା ଆଦି କାର୍ଯ୍ୟକାରୀ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ଏତେ ସବୁ ପଦକ୍ଷେପ ସତ୍ତ୍ବେ ଜଳ ଅଭାବର କାରଣ କଣ । ଏହାର ମୁଖ୍ୟ କାରଣ ପ୍ରାକୃତିକ ଜଳର ସଠିକ୍ ବିନିଯୋଗ ଏବଂ ରକ୍ଷଣାବେକ୍ଷଣ କରିନପାରିବା । ଜଳର ସୁରକ୍ଷା ନିମନ୍ତେ ସଚେତନ ରହିପାରିଲେ ନିଶ୍ଚିତ ରୂପେ ଜଳ ସଙ୍କଟ କଷ୍ଟକୁ ଏଡାଇ ଦିଆଯାଇ ପାରିବ ।

ପାଣି ପାଇପ୍‌ରୁ ପାଣି ପିଉଛି ବିଲେଇ
A cat Drinking Water From Tap

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.