ETV Bharat / sukhibhava

World Vape Day: ଭେପିଂ ଇ-ସିଗାରେଟ କଣ, ଜାଣନ୍ତୁ ଶରୀର ଉପରେ କଣ ପ୍ରଭାବ ପକାଏ

author img

By

Published : May 30, 2023, 6:30 AM IST

ଆପଣ ଅନେକ ଥର ଶୁଣିଥିବେ ଯେ, ଲୋକମାନେ ସିଗାରେଟରେ ନିଶା ଛାଡିବା ପାଇଁ ଭେପିଂକୁ ଆପଣାଇଥାନ୍ତି । କିନ୍ତୁ ଭେପିଂ ମଧ୍ୟ ଶରୀର ପକ୍ଷେ କ୍ଷତିକାରକ ହୋଇଥା ଏ। ତେବେ ଜାଣନ୍ତୁ ଭେପିଂ ଶରୀରର ଉପରେ କେଉଁ ପ୍ରକାର କୁପ୍ରଭାବ ପକାଇଥାଏ । ଅଧିକ ପଢ଼ନ୍ତୁ

World Vape Day
World Vape Day

ହାଇଦ୍ରାବାଦ: ପ୍ରାରମ୍ଭରେ, ସିଗାରେଟ୍ ପାଇଁ ଇ-ସିଗାରେଟ୍ ଏକ ଉତ୍ତମ ବିକଳ୍ପ ହେବ ବୋଲି ବିଶ୍ୱାସ କରାଯାଉଥିଲା। ଆଜି ବି ଆମ ମଧ୍ୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ ସିଗାରେଟ୍ ଦ୍ୱାରା ହେଉଥିବା କ୍ଷତିରୁ ମୁକ୍ତି ପାଇଁ ଭେପ୍ ବ୍ୟବହାର କରନ୍ତି। ତଥାପି, ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଭେପ ଏକ ସୁରକ୍ଷିତ ବିକଳ୍ପ ନୁହେଁ ଏବଂ ସିଗାରେଟ୍ ଭଳି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ତେବେ ଆଜିର ପରିସ୍ଥିତିରେ ଭ୍ୟାପିଂ ଲୋକପ୍ରିୟ ହୋଇପାରିଛି। ଯୁବପିଢି ବର୍ତ୍ତମାନ ଏହି ନିଶାରେ ଉବୁଟୁବୁ। କିନ୍ତୁ ଏହା ଶରୀର ଉପରେ କେଉଁ ପ୍ରକାର କୁପ୍ରଭାବ ପକାଉଛି ତାହା ଜାଣିବା ମଧ୍ୟ ଗୁରିତ୍ବପୂର୍ଣ୍ଣ ଅଟେ। ଜାଣନ୍ତୁ ଭେପିଂ ଦ୍ବାରା ଶରୀର ଉପରେ କେଉଁ ପ୍ରକାର କୁପ୍ରଭାବ ପଡିଥାଏ

ଫୁସଫୁସକୁ କ୍ଷତି (damage to the lungs)

ଭେପ ବ୍ୟବହାର କରି ରାସାୟନିକ ପଦାର୍ଥ ଧୂଆଁ ଦେଇ ଫୁସଫୁସକୁ ଯାଇଥାଏ। ଏହା ଦ୍ବାରା ସମୟକ୍ରମେ ଫୁସଫୁସ ଫୁଲି ଯାଇଥାଏ ଏବଂ ଭବିଷ୍ୟତରେ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଏହାଦ୍ୱାରା ବ୍ରୋଙ୍କାଇଟିସ୍, ଆଜମା ଭଳି ସମସ୍ୟା ହୋଇପାରେ

କ୍ୟାନ୍ସର ଭୟ (cancer risk)

ଆପଣଙ୍କ ଖାଦ୍ୟ, ଜୀବନଶୈଳୀ ଏବଂ ଆପଣଙ୍କ ଚାରିପାଖରେ ପ୍ରଦୂଷଣର ସ୍ତର ହେତୁ ଭାପିଙ୍ଗ୍ ଆପଣଙ୍କର ରୋଗ ହେବାର ଆଶଙ୍କାକୁ ବୃଦ୍ଧି କରୁଥାଏ। ଦୀର୍ଘ ସମୟ ଧରି ଭ୍ୟାପିଂ ଶରୀରରେ ବିଷାକ୍ତ ପଦାର୍ଥ ଏବଂ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ଜମା କରିଥାଏ। ଭାପିଙ୍ଗ୍ ମୁଖ କର୍କଟ, ଜିଭ କର୍କଟ କିମ୍ବା ଗଳା କର୍କଟ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ।

ନିକୋଟିନ୍ ନିଶା (nicotine addiction)

ପ୍ରାୟ ସମସ୍ତ ପ୍ରକାରର ଭେପରେ ନିଶ୍ଚିତ ଭାବରେ ନିକୋଟିନ୍ ଥାଏ, ଯାହା ଏକ ପ୍ରକାର ନିଶା ହୋଇଥାଏ। ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣ ପ୍ରତିଦିନ ଭେପ୍ କରନ୍ତି, ଏହା ପରବର୍ତ୍ତି ସମୟରେ ଏକ ନିଶା ହୋଇପାରେ। ନିକୋଟିନ୍ ନିଶା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଅନେକ ଅଧ୍ୟୟନରୁ ଜଣାପଡିଛି।

ପପକର୍ଣ୍ଣ ଫୁସଫୁସ ରୋଗ (popcorn lung disease)

କେତେକ ଭେପରେ ଥିବା ଡାଏସେଟିଲ୍ ଫୁସଫୁସ ଅବସ୍ଥା ସହିତ ସଂଯୁକ୍ତ ହୋଇଛି ଯାହା ପପକର୍ଣ୍ଣ ଫୁସଫୁସ ରୋଗ ଭାବରେ ଜଣାଶୁଣା। ଫଳରେ ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, ମୁଣ୍ଡ ବୁଲାଇବା ଭଳି ଅସୁବିଧା ହୋଥାଏ।। ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ପରବର୍ତ୍ତି ସମୟରେ ମାରାତ୍ମକ ହୋଇଥାଏ।

ହାର୍ଟ ପାଇଁ କ୍ଷତିକାରକ (damage to cardiovascular health)

ଅନେକ ଅଧ୍ୟୟନରରୁ ଜଣାପଡିଛି ଯେ, ଭାପିଂ ଦ୍ବାରା ହାର୍ଟରେ ସମସ୍ୟା ହୋଇଥାଏ। ଅଧିକ ଦିନ ଧରି ଭାପିଂ କରୁଥିଲେ ହୃଦଘାତ, ଷ୍ଟ୍ରୋକ ଏହଂ ଉଚ୍ଚ ରକ୍ତଚାପ ଭଳି ରୋଗର ଆଶଙ୍କା ରହିଥାଏ।

ଏହା ମଧ୍ୟ ହୋଇପାରେ:

  • ଜେରୋଷ୍ଟୋମିଆ
  • କଫ
  • ମୁଣ୍ଡବିନ୍ଧା
  • ବାନ୍ତି
  • ନିଶ୍ବାସପ୍ରଶ୍ବାସରେ ସମସ୍ୟା
  • ମୁଣ୍ଜ ବୁଲାଇବା
  • ଥକ୍କା ଲାଗିବା
  • ଛାତିରେ ଯନ୍ତ୍ରଣା
  • ଅଚେତ ହୋଇଯିବା

କ୍ଷତିକାରକ ତମାଖୁ ଦ୍ରବ୍ୟର ବିକଳ୍ପ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂଧୂମପାନ ବନ୍ଦ କରିବା ପାଇଁ ଇ-ସିଗାରେଟର ଆପେକ୍ଷିକ ନିରାପତ୍ତା ତଥା ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ବିଶ୍ୱ ଭେପ ଦିବସ ମେ 30 ରେ ପାଳନ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପାଳନ କରାଯାଉଥିବା ବିଶ୍ୱ ତମାଖୁ ନିଷେଧ ଦିବସ (31 ମଇ) ର ଏକ ଦିନ ପୂର୍ବରୁ ବିଶ୍ୱ ଭେପ୍ ଦିବସ (30 ମଇ) ପାଳନ କରାଯାଏ। ୱାର୍ଲ୍ଡ ଭେପ ଆଲାଇନ୍ସ (WVA) ବିଶ୍ୱ ଭେପ୍ ଦିବସ ପାଳନ କରେ। ଧୂମପାନ ବିରୋଧରେ ଲଢେଇକୁ ବିଜୟକୁ ପାଳନ କରିବା ପାଇଁ ବିଶ୍ୱ ଭେପ୍ ଦିବସ ପାଳନ କରାଯାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.