ETV Bharat / sukhibhava

World Polio Day 2022: ଜନ୍ମରୁ 5 ବର୍ଷ ପ୍ରତି ପିଲାଙ୍କୁ ଦୁଇ ବୁନ୍ଦା ପୋଲିଓ

ବିଶ୍ବକୁ ପୋଲିଓ ମୁକ୍ତ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର 24ରେ ବିଶ୍ବ ପୋଲିଓ ଦିବସ(World Polio Day) ପାଳନ କରାଯାଉଛି । ତେକେ କିପରି ଏହାର ଲକ୍ଷଣ ବାବଦରେ ଜାଣିବେ ଏବଂ ନିରାକରଣ କରିବେ ଜାଣନ୍ତୁ । ଅଧିକ ପଢନ୍ତୁ

Etv BharatWorld Polio Day 2022
Etv BharatWorld Polio Day 2022
author img

By

Published : Oct 24, 2022, 7:01 AM IST

ହାଇଦ୍ରାବାଦ: ଆଜି(ଅକ୍ଟୋବର 24) ବିଶ୍ବ ପୋଲିଓ ଦିବସ । ମହାମାରୀ ଭାବେ ଏକଦା ସମଗ୍ର ମାନବ ସମାଜକୁ କବଳିତ କରିଥିବା ପୋଲିଓ ବିପକ୍ଷରେ ଲଢେଇ ପାଇଁ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 24 କୁ ବିଶ୍ବ ପୋଲିଓ ଦିବସ(World Polio Day) ରୂପେ ପାଳନ କରାଯାଉଛି । ଅନ୍ତର୍ଜାତୀୟ ରୋଟାରୀ ଫାଉଣ୍ଡେସନ ପକ୍ଷରୁ ପୋଲିଓ ଭ୍ୟାକ୍ସିନ ତିଆରି କରିଥିବା ଜନ୍ ସାଲ୍କଙ୍କ ଜନ୍ମଦିନ ଅବସରରେ ବିଶ୍ବ ପୋଲିଓ ଦିବସ ପାଳନ ହୋଇ ଆସୁଛି । ପୋଲିଓ ଟୀକାକରଣ ଓ ପୋଲିଓର ମୂଳପୋଛ ଏହି ଦିନ ପାଳନର ମୁଖ୍ୟ ଲକ୍ଷ୍ୟ ।

ଇତିହାସ:-

ଏହାକୁ ଇଂରାଜୀରେ ପୋଲିଓମାୟେଲାଇଟିସ(Poliomyelitis) କୁହାଯାଏ । ପୋଲିଓ (polio) ବା ଇନ୍‌ଫାଣ୍ଟାଇଲ୍ ପାରାଲିସିସ୍ ( infantile paralysis), ଏକ ସଂକ୍ରାମକ ରୋଗ ଯାହା ପୋଲିଓ ଭୁତାଣୁ ଦ୍ୱାରା ହୋଇଥାଏ । ୧୭୮୯ରେ ମାଇକେଲ ଅଣ୍ଡରଉଡ୍ ଏହି ରୋଗକୁ ସର୍ବ ପ୍ରଥମେ ସ୍ୱତନ୍ତ୍ର ରୋଗ ରୂପେ ଚିହ୍ନଟ କରିଥିଲେ । ଏହି ରୋଗ ଜନ୍ମାଉଥିବା ଭୁତାଣୁ ୧୯୦୮ ମସିହାର ପ୍ରଥମେ କାର୍ଲ ଲ୍ୟାଣ୍ଡସ୍ଟିନର ଚିହ୍ନଟ କରିଥିଲେ । ୟୁରୋପ ଓ ଆମେରିକାରେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଏହି ରୋଗ ମହାମାରୀ ରୁପ ଧାରଣ କରିଥିଲା । ସେହି ସ୍ଥାନମାନଙ୍କରେ ବିଂଶ ଶତାବ୍ଦୀରେ ଏହି ରୋଗ ଶିଶୁ ରୋଗ ହିସାବରେ ଚିନ୍ତାର ବିଷୟ ପାଲଟିଥିଲା ।

୧୯୫୦ରେ ଜୋନାସ୍ ସଲ୍‌କ୍ ପ୍ରଥମେ ପୋଲିଓ ଟିକା ପ୍ରସ୍ତୁତ କରିଥିଲେ । ୨୦୧୮ ସୁଦ୍ଧା ଟିକାକରଣଦ୍ୱାରା ଏହି ରୋଗ ସାରା ପୃଥିବୀରୁ ନିପାତ ହୋଇଥିବା ଆଶା କରାଯାଉଛି । ୨୦୧୩ରେ କିନ୍ତୁ ସିରିଆରେ ନୂଆ କେଶ୍ ଚିହ୍ନଟ କରାଯିବ ରୋପୋର୍ଟ ମିଳିଛି । ୨୦୧୪ ମଇ ମାସରେ ଏସିଆ, ଆଫ୍ରିକା ଓ ମଧ୍ୟ ପୂର୍ବ ଇଲାକାରେ ରୋଗ ଦେଖାଯିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜନ ସ୍ୱାସ୍ଥ୍ୟ ଏମର୍‌ଜେନ୍‌ସି ଘୋଷଣା କରିଛନ୍ତି । ତେବେ ଅନ୍ୟ କୌଣସ ପଶୁଙ୍କୁ ଏହି ରୋଗ ଆକ୍ରମଣ କରେନାହିଁ ।

ପୋଲିଓର କାରଣ:-

ପୋଲିଓ ଭୂତାଣୁ ସାଧାରଣତଃ ସଂକ୍ରମିତ ମଳ ପାଟିକୁ ଗଲେ ରୋଗ ବ୍ୟାପିଥାଏ । ଖାଦ୍ୟ ଏବଂ ପାନୀୟ ମାଧ୍ୟମରେ ଏହା ବ୍ୟାପିପାରେ । ଲାଳ ମାଧ୍ୟମରେ ମଧ୍ୟ ସ୍ୱଳ୍ପ ଭାବରେ ବ୍ୟାପିଥାଏ । ପୋଲିଓମାୟେଲାଇଟିସ ରୋଗ ଏକ ପ୍ରକାର ଭୁତାଣୁ ଯୋଗୁଁ ହୁଏ, ଯାହାର ନାମ ପୋଲିଓ ଭୁତାଣୁ । ଏହା ଏକ ପ୍ରକାର ଆର୍.ଏନ୍.ଏ. ଭୁତାଣୁ । ଏହାର ରୋଗ ପୁଷ୍ଟି ସମୟ (incubation time) ୩ରୁ ୩୫ ଦିନ, ସାଧାରଣତଃ ୬ରୁ ୨୦ ଦିନ । ଏହି କାପ୍ସିଡ କେତେକ ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଆକ୍ରମଣ କରେ ।

ଲକ୍ଷଣ:- ପୋଲିଓ ଦୁଇ ପ୍ରକାର ଦେଖାଯାଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ଆକ୍ରମିତ ନ ହୋଇ ଅଳ୍ପ ଅସୁସ୍ଥତା ଏବଂ ମୁଖ୍ୟ ପୋଲିଓ । ମୂଖ୍ୟ ପୋଲିଓ ମଧ୍ୟ ଦୁଇ ପ୍ରକାରର, ପଙ୍ଗୁତ୍ୱ ଓ ପଙ୍ଗୁତ୍ୱବିହୀନ ।

ଅଧିକାଂଶ ଲୋକ ଯାହାଙ୍କର ପ୍ରତିରୋଧ ଶକ୍ତି ଯଥେଷ୍ଟ ଅଛି, ସେମାନେ ଲକ୍ଷଣ ବିହୀନ ହୁଅନ୍ତି । କ୍ୱଚିତ ସ୍ୱଳ୍ପ ଲକ୍ଷଣଯୁକ୍ତ ପୋଲିଓ ଦେଖାଯାଏ ଯେଉଁଥିରେ ତଣ୍ଟି ପୀଡ଼ା, ବାନ୍ତି ଲାଗିବା, ପେଟରେ କଷ୍ଟ ହେବା, କୋଷ୍ଠ କାଠିନ୍ୟ, ବେଳେବେଳେ ତରଳ ଝାଡା ଓ ଇନ୍ଫ୍ଲୁଏଞ୍ଜା ଭଳି ଲକ୍ଷଣ ପ୍ରକାଶ ପାଏ ।

ପ୍ରାୟ ୩ % ପୋଲିଓ ରୋଗୀଙ୍କର ଦେହରେ ସ୍ନାୟୁ ମଣ୍ଡଳରେ ଭୁତାଣୁ ପ୍ରବେଶ କରନ୍ତି । ସେଥିରୁ ଅଧିକାଂଶ ଲୋକଙ୍କର ଆସେପ୍ଟିକ୍ ମେନିଞ୍ଜାଇଟିସ୍ ହୋଇ ମୁଣ୍ଡ ବଥା, ବେକ, ପିଠି, ପେଟ ଓ ଅବୟବରେ ଯନ୍ତ୍ରଣା, ଜ୍ବର, ବାନ୍ତି, ଅଳସୁଆମି ଓ ବିରକ୍ତିଭାବ ପ୍ରକାଶ ପାଏ । ଏମାନଙ୍କ ମଧ୍ୟରୁ ପ୍ରତି ଏକ ହଜାରରେ ୧ରୁ ୫ ଜଣଙ୍କର ପାରାଲିସିସ୍ ବା ପଙ୍ଗୁତ୍ୱହୁଏ । ମାଂସପେଶୀ ଦୁର୍ବଳ ହୁଏ, ନିୟନ୍ତ୍ରଣ ରହେ ନାହିଁ ଓ ସମ୍ପୂର୍ଣ୍ଣ ପାରାଲିସିସ୍ ହୋଇଯାଏ । ଏହାକୁ ତୀବ୍ର ଶିଥିଳ ପଙ୍ଗୁତ୍ୱ (acute flaccid paralysis) କହନ୍ତି ।

ରୋଗ ନିର୍ଣ୍ଣୟ:-

କୌଣସି ରୋଗୀର ହଠାତ୍ ଶିଥିଳ ପାରାଲିସିସ୍ ହେଲେ, ପେଶୀ ରଜ୍ଜୁ ରିଫ୍ଲେକ୍ସ କମିଗଲେ ପୋଲିଓ ହୋଇଛି ବୋଲି ସନ୍ଦେହ କରାଯାଏ । ମଳ ଓ ତଣ୍ଟିରୁ ନିଆ ଯାଇଥିବା ସ୍ୱାବରେ ଭୂତାଣୁ ଚିହ୍ନଟ କରାଯାଏ । ରକ୍ତରେ ଆଣ୍ଟିବଡି ଉପସ୍ଥିତି ମଧ୍ୟ ରୋଗ ନିର୍ଣ୍ଣୟ କରେ ।

ଚିକିତ୍ସା:-

ପୋଲିଓ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥତା(Cure) ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଆଧୁନିକ ଚିକିତ୍ସା ପଦ୍ଧତିରେ ଏହାର ଲକ୍ଷଣ ଉପଶମ, ଜଟୀଳତା ପ୍ରତିରୋଧ ଓ ଯଥା ଶୀଘ୍ର ଆରୋଗ୍ୟ ପାଇଁ ଉଦ୍ୟମ କରାଯାଉଛି । ସାହାଯ୍ୟକାରୀ ବ୍ୟବସ୍ଥା ଅନୁସାରେ ଦୁର୍ବଳ ପେଶୀରେ ସଂକ୍ରମଣ ନିରୋଧ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ, ଯନ୍ତ୍ରଣା ଉପଶମକାରୀ ଔଷଧ ଦିଆଯାଏ, ବ୍ୟାୟାମ କରାଯାଏ ଓ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯାଏ । ଏଥିସହ ନିରାପଦ ଓ ପ୍ରଭାବଶାଳୀ ଚିକା ମଧ୍ୟ ରହିଛି ।

ଟିକା:-

ସଲ୍କ ଓ ସାବିନ ନାମରେ ଦୁଇ ପ୍ରକାର ଟିକା ଦିଆଯାଉଛି । ଉଭୟ ଉପଯୁକ୍ତ ପ୍ରତିରୋଧ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି । ଏହି ଟିକାଦ୍ୱାରା ନେଉଥିବା ଲୋକର ପ୍ରତିରୋଧ ଶକ୍ତି ସୃଷ୍ଟି ହେଉଛି । ୧୯୫୦ ମସିହାରେ ହିଲାରୀ କପ୍ରୋବିସ୍କି ପ୍ରଥମେ ଦୁର୍ବଳିକୃତ ଭୂତାଣୁ ନେଇ ଟିକା ତିଆରି କରିଥିଲେ । ୧୯୫୨ ମସିହାରେ ନିଷ୍କ୍ରିୟ ଭୂତାଣୁ ନେଇ ଜୋନାସ୍ ସଲ୍କ୍ ଟିକା ପ୍ରସ୍ତୁତ କରିଥିଲେ ।

୧୯୫୭ ମସିହାରେ ଆଲ୍‌ବର୍ଟ ସାବିନ୍ ଖାଇବା ଟିକା(OPV ବା Oral polio vaccine) ପ୍ରସ୍ତୁତ କଲେ । ଏହି ନିଷ୍କ୍ରିୟ ଭୁତାଣୁ ଖାଦ୍ୟ ନଳିରେ ବଂଶ ବିସ୍ତାର କରନ୍ତି କିନ୍ତୁ ସ୍ନାୟୁରେ ପ୍ରଭାବହୀନ ରହନ୍ତି । ଫଳରେ ଏହି ନିଷ୍କ୍ରିୟ ଭୁତାଣୁ ଯେତେ ବ୍ୟାପିଲେ ମଧ୍ୟ କେବଳ ପ୍ରତିରୋଧ ସୃଷ୍ଟି କରିବାରେ ସହାୟକ ହୁଏ । ସାବିନ ଟିକା ପାଟିରେ ଦିଆ ଯାଉଥିବାରୁ ପିଲାମାନେ ସହଜରେ ଗ୍ରହଣ କରନ୍ତି ଓ ଏହା ଶସ୍ତାରେ ଉପଲବ୍ଧ ହୁଏ ।

OPV(Oral Polio Vaccine)

ଏହା ପିଲାଙ୍କ ପାଟିରେ ଦିଆଯାଏ । ପିଲାଟି ଜନ୍ମ ହେବାର ୬, ୧୦ ଓ ୧୩୪ ସପ୍ତାହରେ ଏହାର ତିନୋଟି ଡୋଜ ଦିଆଯାଏ । 16-24 ମାସରେ ଗୋଟିଏ ବୁଷ୍ଟର୍ ଡୋଜ୍ ଦିଆଯାଏ ।

IPV(Injectable polio vaccine)

ଏହା ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଏ । ୬ରୁ ୧୪ ସପ୍ତାହ ବୟସରେ ପିଲାଙ୍କୁ ଦିଆଯାଇଥାଏ । ଡାହାଣ ହାତ ବାହୁ ଇଣ୍ଟ୍ରାଡର୍ମାଲ ରୁଟରେ ଏହି ଟିକା ଦିଆଯାଏ। ପିଲାଙ୍କୁ ପୋଲିଓ ଟିକା ଦେବା ପାଇଁ ପ୍ରତି ଗାଁରେ ଟିକାଦାନ କରାଯାଇଥାଏ । ଆଶା, ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ।

ତେବେ ପୋଲିଓକୁ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ କରାଯାଇ ନ ପାରିଲେ ମଧ୍ୟ ଟିକା ଏବଂ ସଚେତନତା ମାଧ୍ୟମରେ ନିଶ୍ଚିତ ରୂପେ ଏଥିରୁ ରକ୍ଷା ମିଳିପାରିବ । ତେଣୁ ପ୍ରତ୍ୟେକ ବେମାରୀ-ମହାମାରୀ ପାଇଁ ସଚେତନତା ଓ ସ୍ବଚ୍ଛତାର ଆବଶ୍ୟକତା ରହିଛି । ବିଶ୍ବକୁ ପୋଲିଓ ମୁକ୍ତ କରିବା ପାଇଁ ନିଜଠାରୁ ହିଁ ଏହି ପ୍ରୟାସ ଆରମ୍ଭ କରନ୍ତୁ, ଯାହା ଦ୍ବାରା ଏପରି ଏକ ଦିବସ ପାଳନର ଉଦ୍ଦେଶ୍ୟ ସାକାର ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.