ETV Bharat / sukhibhava

World Pancreatic Cancer Day: ଅଗ୍ନାଶୟ କର୍କଟ କଣ ? ଜାଣନ୍ତୁ ରୋଗର କାରଣ ଓ ନିରାକରଣ

author img

By

Published : Nov 17, 2022, 7:08 AM IST

ଅଗ୍ନାଶୟ କର୍କଟ ଏକ ମାରାତ୍ମକ କର୍କଟ । ଏହି ମାରାତ୍ମକ ରୋଗ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଏହି ରୋଗ ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ନଭେମ୍ବର 17 କୁ ବିଶ୍ୱ ଅଗ୍ନାଶୟ କର୍କଟ ଦିବସ(World Pancreatic Cancer Day) ରୂପେ ପାଳନ କରାଯାଏ । ଅଧିକ ପଢନ୍ତୁ

World Pancreatic Cancer Day: ଅଗ୍ନାଶୟ କର୍କଟ କଣ ? ଜାଣନ୍ତୁ ରୋଗର କାରଣ ଓ ନିରାକରଣ
World Pancreatic Cancer Day: ଅଗ୍ନାଶୟ କର୍କଟ କଣ ? ଜାଣନ୍ତୁ ରୋଗର କାରଣ ଓ ନିରାକରଣ

ହାଇଦ୍ରାବାଦ: ବିଭିନ୍ନ ପ୍ରକାରର କର୍କଟ ମଧ୍ୟରୁ ଅଗ୍ନାଶୟ କ୍ୟାନ୍ସର ମାରାତ୍ମକ ହୋଇଥାଏ । କିନ୍ତୁ ସଠିକ୍ ସମୟରେ ରୋଗର ଲକ୍ଷଣ ବାବଦରେ ଜଣାପଡିଲେ ଜଣେ ରୋଗୀ ସୁସ୍ଥ ହୋଇପାରିବେ । ଏଥିପାଇଁ ରୋଗ ବାବଦରେ ପ୍ରତିଟି ରୋଗୀ ସଚେତନ ହେବା ଆବଶ୍ୟକ । ତେଣୁ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ନଭେମ୍ବର 17କୁ ବିଶ୍ୱ ଅଗ୍ନାଶୟ କର୍କଟ ଦିବସ(World Pancreatic Cancer Day) ରୂପେ ପାଳନ କରାଯାଉଛି ।

ପରିସଂଖ୍ୟାନ ଅନୁଯାୟୀ, କେବଳ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ପ୍ରାୟ 55,000 ଲୋକ ଅଗ୍ନାଶୟ କର୍କଟରେ ପ୍ରାଣ ହରାନ୍ତି । ଅଗ୍ନାଶୟ କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର 8 ପ୍ରତିଶତ ଲୋକେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ଅନ୍ୟପଟେ, ଯେଉଁମାନଙ୍କର ଅଗ୍ନାଶୟ କର୍କଟ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୁଏ, ସେମାନଙ୍କୁ ଅସ୍ତ୍ରୋପଚାର ଦ୍ୱାରା ଆରୋଗ୍ୟ କରାଯାଇପାରିବ । ଏହି ରୋଗର ଏକମାତ୍ର ଚିକିତ୍ସା ହେଉଛି ଅସ୍ତ୍ରୋପଚାର । ଯଦିଓ ବଞ୍ଚିବାର ସମ୍ଭାବନା ବହୁତ କମ୍, ତଥାପି ଆରୋଗ୍ୟ ଆଶାରେ ବିଶେଷଜ୍ଞମାନେ ସମସ୍ତ ପ୍ରୟାସ କରନ୍ତି ।

ଅଗ୍ନାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ 2000 ମସିହାରୁ ବିଶ୍ୱ ଅଗ୍ନାଶୟ କର୍କଟ ଦିବସ ପାଳନ କରାଯାଉଛି । ଭାରତରେ ଅଗ୍ନାଶୟ କର୍କଟ ରୋଗର ମାତ୍ରା କମ୍, କିନ୍ତୁ ଅଧିକାଂଶ ଅଗ୍ନାଶୟ କର୍କଟ ରୋଗ ନିର୍ଣ୍ଣୟ କରାଯାଏ, ଯେତେବେଳେ ଏହି କର୍କଟ ଶରୀର ଏବଂ ଅନ୍ୟ ଅଙ୍ଗକୁ ସାଧାରଣତ ଯକୃତ କିମ୍ବା ଫୁସଫୁସକୁ ବ୍ୟାପି ଯାଇଥାଏ ।

ଅଗ୍ନାଶୟ କର୍କଟ କ’ଣ(What is Pancreatic Cancer):-

ପାନକ୍ରିଏଟିକ୍ କର୍କଟ ଏକ ଅତ୍ୟନ୍ତ ଗମ୍ଭୀର ରୋଗ । ଏହା 60 ବୟସରୁ ଊର୍ଦ୍ଧ୍ବ ଲୋକଙ୍କଠାରେ ଅଧିକ ଦେଖାଯାଏ । ବୟସ ବଢିବା ସହିତ ଆମ DNAରେ କର୍କଟ ବୃଦ୍ଧି ଘଟିଥାଏ । ଏହି କାରଣରୁ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କର ଅଗ୍ନାଶୟ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।

ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଗ୍ନାଶୟ କର୍କଟ ଅଧିକ ଦେଖାଯାଏ । ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ଏହି କର୍କଟ ରୋଗ ହେବାର ଆଶଙ୍କା ଅଧିକ । ଲାଲ୍ ମାଂସ ଏବଂ ଚର୍ବିଯୁକ୍ତ ଖାଦ୍ୟ ଖାଉଥିବା ଲୋକମାନେ ମଧ୍ୟ ଅଗ୍ନାଶୟ କର୍କଟର ପୀଡିତ ହୁଅନ୍ତି ।

ଅଗ୍ନାଶୟ କର୍କଟ କାରଣ(Causes Of Pancreatic Cancer):

  • ବଂଶାନୁକ୍ରମିକ କାରଣ ମଧ୍ୟ ଅଗ୍ନାଶୟ କର୍କଟ ସହ ଜଡିତ
  • ଧୂମପାନ
  • ମେଦବହୁଳତା

ଅଗ୍ନାଶୟ କର୍କଟ ରୋଗର ଲକ୍ଷଣ(Pancreatic Cancer Symptoms):-

  • ଓଜନ ହ୍ରାସ, ପେଟ କିମ୍ବା ପିଠି ଯନ୍ତ୍ରଣା
  • ଅସ୍ୱାଭାବିକ ଦୁର୍ବଳତା
  • ଫିକା ବାଦାମୀ ପରିସ୍ରା
  • ଗୋଡ ଏବଂ ପାଦ ଫୁଲିଯିବା
  • ଦ୍ୱନ୍ଦ୍ୱ କିମ୍ବା ଦ୍ରୁତ ହୃଦସ୍ପନ୍ଦନର ଲକ୍ଷଣ
  • ହଜମ ଜନିତ ସମସ୍ୟା କିମ୍ବା କୋଷ୍ଠକାଠିନ୍ୟ
  • କୌଣସି ଜିନିଷ ଗିଳିବାରେ ଅସୁବିଧା
  • ଅସ୍ଥିର କିମ୍ବା ବାନ୍ତି ଲାଗିବା
  • ଥଣ୍ଡା ସହିତ ଜ୍ୱର
  • ରକ୍ତ ବାନ୍ତି, ଭୋକ ନଷ୍ଟ ହେବା
  • ଯକୃତର ପ୍ରଦାହ

ଅଗ୍ନାଶୟ କର୍କଟ ଚିକିତ୍ସା:-

ପ୍ରାରମ୍ଭରେ, ଏହି କର୍କଟ ରୋଗ ନିର୍ଣ୍ଣୟ କରିବା କଷ୍ଟକର । କାରଣ ଏହାର ପ୍ରାରମ୍ଭିକ ଲକ୍ଷଣ ଅନ୍ୟ ସାଧାରଣ ରୋଗ ସହିତ ସମାନ । ଉଭୟ ରୋଗୀ ଏବଂ ଡାକ୍ତର ଏ ବିଷୟରେ ସଚେତନ ହେବା ଆବଶ୍ୟକ । ଅଗ୍ନାଶୟ କର୍କଟ ଏକ ଗୁରୁତର ରୋଗ, ତଥାପି ସଠିକ୍ ସମୟରେ ରୋଗ ବାବଦରେ ଜଣାପଡିଲେ ଜଣେ ରୋଗୀ ସୁସ୍ଥ ହୋଇପାରିବେ । ବାୟୋପ୍ସି(Biopsy), ସିଟି ସ୍କାନିଂ, ରକ୍ତ ପରୀକ୍ଷା, ଅଲଟ୍ରାସାଉଣ୍ଡ କିମ୍ବା MRI ଦ୍ୱାରା ଅଗ୍ନାଶୟ କର୍କଟ ରୋଗ ଚିହ୍ନଟ କରାଯାଇ ପାରିବ । ତେଣୁ ଉପରସ୍ଥ କୌଣସି ଲକ୍ଷଣ ଦେଖାଗଲେ ନିଶ୍ଚିତ ରୂପେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ଏବଂ ରୋଗକୁ ମାତ୍ ଦିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.