ହାଇଦ୍ରାବାଦ: ଆଜି ବିଶ୍ବ ମୁଖଗହ୍ବର ଦିବସ ବା ୱାର୍ଲ୍ଡ ଓରାଲ୍ ହେଲ୍ଥ ଡେ' । ଏହି ଦିନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ପାଟିର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଅବଗତ କରାଇବା । ଲୋକମାନେ ଦାନ୍ତ, ଜିଭ କିମ୍ବା ପାଟିର ଅନ୍ୟ ଅଂଶରେ ସମସ୍ୟା ପ୍ରତି ଗମ୍ଭୀର ହେବା ଉଚିତ୍ । ବେଳେବେଳେ ଏହି ଛୋଟ ସମସ୍ୟା ମଧ୍ୟ ବଡ଼ ରୋଗର କାରଣ ହୋଇପାରେ । ପାଟିରୁ ଦୁର୍ଗନ୍ଧ ବାହାରିବା ରୋଗର ଲକ୍ଷଣ ହୋଇପାରେ । ବେଳେବେଳେ ଏହି ରୋଗ ଗୁରୁତର ହୋଇପାରେ । ତେବେ କେଉଁସବୁ କାରଣରୁ ପାଟିରୁ ଦୁର୍ଗନ୍ଧ ଆସିଥାଏ, ଜାଣନ୍ତୁ...
ରସୁଣ, ପିଆଜ ଖାଇବା: ରସୁଣ ଏବଂ ପିଆଜର ଗନ୍ଧ ଅତ୍ୟନ୍ତ ଖରାପ । ବହୁତ ଦୂରରେ ଠିଆ ହୋଇଥିବା ବ୍ୟକ୍ତି ମଧ୍ୟ ଜାଣିପାରିବେ ଯେ, ସେ ରସୁଣ କିମ୍ବା ପିଆଜ ଖାଇଛନ୍ତି । ଯଦି ନିୟମିତ ଭାବେ ପିଆଜ, ରସୁଣ ଖାଉଛନ୍ତି ତେବେ ଏହା ପାଟି ଦୁର୍ଗନ୍ଧର କାରଣ ହୋଇପାରେ । ତଥାପି ଏହା ରୋଗ କାରକ ହୋଇନଥାଏ ।
ମଦ୍ୟପାନ, ଧୂମପାନ: ଯେଉଁମାନେ ମଦ୍ୟପାନ କରନ୍ତି ଏବଂ ଧୂମପାନ କରନ୍ତି ସେମାନଙ୍କ ପାଟିରୁ ଦୁର୍ଗନ୍ଧ ଆସେ । ମଦ୍ୟପାନର ଗନ୍ଧ ବହୁ ଦୂରରୁ ଆସିଥାଏ । ସେହିଭଳି ଧୂମପାନକାରୀଙ୍କ ପାଟି ଦୂରରୁ ଦୁର୍ଗନ୍ଧ ହୋଇଥାଏ । ଏହା ବେଳେବେଳେ ଓରାଲ୍ କ୍ୟାନ୍ସର ମଧ୍ୟ କରିପାରେ ।
ଏହା ମଧ୍ୟ ପଢନ୍ତୁ:- World Oral Health Day: ସ୍ବଚ୍ଛ ରହିଲେ ମୁଖଗହ୍ବର ସୁସ୍ଥ ରହିବ ସମଗ୍ର ଶରୀର
ଶୁଖିଲା ପାଟି: ସାଧାରଣତ ସମସ୍ତଙ୍କ ପାଟିରେ ଲାଳ ସୃଷ୍ଟି ହୁଏ । ଲାଳ ପାଟିର ଜୀବାଣୁ ସଫା କରିବାରେ ସାହାଯ୍ୟ କରେ । ଯେଉଁ ଲୋକଙ୍କର ପାଟିରୁ ଲାଳ ବୋହିନଥାଏ, ପାଟି ଶୁଖିଯାଏ ସେମାନଙ୍କର ଦୁର୍ଗନ୍ଧ ସମସ୍ୟା ସୃଷ୍ଟି ହୋଇପାରେ ।
ଔଷଧ ରିଆକ୍ସନ୍ ବା ପ୍ରତିକ୍ରିୟା: ପାଟି, ନାକ, କିମ୍ବା ଗଳାରେ କୌଣସି ପ୍ରକାର ସମସ୍ୟା ହେବା ଔଷଧ ପ୍ରତିକ୍ରିୟା କାରଣରୁ ହୋଇପାରେ ।
ପେଟ ସମସ୍ୟା କାରଣରୁ ପାଟିରୁ ଦୁର୍ଗନ୍ଧ ଆସିପାରେ: ବେଳେବେଳେ ପେଟ ବ୍ୟଥା ଏବଂ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ସମସ୍ୟା କାରଣୁ ପାଟିରୁ ଦୁର୍ଗନ୍ଧ ଆସିପାରେ । ଯଦି ପାଟିରୁ ଅତ୍ୟଧିକ ଗନ୍ଧ ଆସେ, ତେବେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ । ଏହି କାରଣରୁ ପାଟିରେ ବିଭିନ୍ନ ରୋଗ ମଧ୍ୟ ହୋଇପାରେ । ଜୀବାଣୁ ସଂକ୍ରମଣ କିମ୍ବା ଦାନ୍ତ ଓ ମାଢି ସମସ୍ୟା ଦେଖା ଦେଇପାରେ ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।