ETV Bharat / sukhibhava

World Menopause Awareness Day: ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ମେନୋପୋଜର ପ୍ରଭାବ - ମେନୋପୋଜର କାରଣ ଓ ଲକ୍ଷଣ

ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଉପଲବ୍ଧ ସମର୍ଥନ ବିକଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଆଜି(18 ଅକ୍ଟୋବର) ଦିନକୁ ବିଶ୍ୱ ମେନୋପୋଜ୍ ସଚେତନତା ଦିବସ(World Menopause Awareness Day) ରୂପେ ପାଳନ କରାଯାଉଛି । ତେବେ ମେନୋପୋଜ୍ କଣ, ଏହାର ଲକ୍ଷଣ ଏବଂ ଉପଚାର ବାବଦରେ ଜାଣନ୍ତୁ...

World Menopause Awareness Day: ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ମେନୋପୋଜର ପ୍ରଭାବ

author img

By

Published : Oct 18, 2022, 12:25 PM IST

ହାଇଦ୍ରାବାଦ: ଆଜି(18 ଅକ୍ଟୋବର) ବିଶ୍ୱ ମେନୋପୋଜ୍ ସଚେତନତା ଦିବସ । 2009 ମସିହାରୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ଅନ୍ତର୍ଜାତୀୟ ମେନୋପୋଜ୍ କମିଟି (International Menopause Committee, IMS) ପକ୍ଷରୁ ଅକ୍ଟୋବରକୁ ବିଶ୍ୱ ମେନୋପୋଜ୍ ସଚେତନତା ମାସ(World Menopause Awareness Month) ଭାବରେ ମନୋନୀତ କରାଯାଇ ଥିବାବେଳେ ଅକ୍ଟୋବର 18କୁ ଏହି ଦିବସ ପାଳନ ପାଇଁ ମନୋନୀତ କରାଯାଇଥିଲା । ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଉପଲବ୍ଧ ସମର୍ଥନ ବିକଳ୍ପକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ମେନୋପୋଜ୍, ପେରିମେନୋପୋଜ୍, କିମ୍ବା ମେନୋପୋଜ ପରେ ମହିଳାଙ୍କ ଜୀବନରେ ଏକ ପର୍ଯ୍ୟାୟ, ଯେତେବେଳେ ଋତୁସ୍ରାବ ବନ୍ଦ ହୋଇଯାଏ । ଏହା ପ୍ରକ୍ରିୟା ଜଣେ ମହିଳାଙ୍କ ପ୍ରଜନନ ବକ୍ଷମତାକୁ ଶେଷ କରେ । ପ୍ରଜନନ ବ୍ୟତୀତ, ଏହା ଅନେକାଂଶରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଜୀବନର ଏହି ପରିବର୍ତ୍ତନର ସମ୍ମୁଖୀନ ହୋଇଥାଆନ୍ତି ପ୍ରତିଟି ମହିଳା ।

ପେରି-ମେନୋପାଜ୍ ହେଉଛି ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଏବଂ ମେନୋପୋଜର 8 ରୁ 10 ବର୍ଷ ପୂର୍ବରୁ ଆରମ୍ଭ ହୋଇପାରେ । ମେନୋପଜ ହେଉଛି ଏକ ସମୟ ଯାହା ମହିଳାମାନଙ୍କର ମାସିକ ଋତୁସ୍ରାବ ଶେଷ କରେ । ଯଦି ଜଣେ ମହିଳାଙ୍କର କ୍ରମାଗତ 12 ମାସ ପର୍ଯ୍ୟନ୍ତ ଋତୁସ୍ରାବ ନ ହୁଏ, ତେବେ ମେନୋପାଜ୍ ଆରମ୍ଭ ହୋଇଛି ବୋଲି ବିବେଚନା କରାଯାଏ । ଯେତେବେଳେ ଜଣେ ମହିଳା ଋତୁସ୍ରାବ ଦେଇ ଗତି କରନ୍ତି, ତାଙ୍କ ଜୀବନରେ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ ଉତ୍ଥାନ-ପତନ ଘଟିଥାଏ । ଏଥିସହ ମହିଳାମାନେ ଏହା ପରେ କିଛି ରୋଗରେ ପୀଡିତ ହୋଇପାରନ୍ତି ।

ଏହା ବାର୍ଦ୍ଧକ୍ୟର ଏକ ସାଧାରଣ ଅଂଶ ଯାହାକି ସାଧାରଣତ 45 ରୁ 50 ବର୍ଷ ବୟସ ମଧ୍ୟରେ ହୋଇଥାଏ ଏବଂ ଏହି ବୟସରେ ଜଣେ ମହିଳାଙ୍କ ଇଷ୍ଟ୍ରୋଜେନ୍ ସ୍ତର ହ୍ରାସ ହେବାକୁ ଲାଗେ । ବିକଶିତ ଦେଶମାନଙ୍କରେ, ଜଣେ ମହିଳାଙ୍କ ଏହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ ହାରାହାରି ବୟସ 51 ବର୍ଷ । ଭାରତରେ ମେନୋପୋଜର ହାରାହାରି ବୟସ 46–47 ବର୍ଷ ଥିଲା, ଯାହାକି କେତେକ ବିକଶିତ ଦେଶ ତୁଳନାରେ ବହୁତ କମ୍ ।

ଯଦି ଜଣେ ମହିଳା 40 ବର୍ଷ ବୟସ ପୂର୍ବରୁ ଏହି ପର୍ଯ୍ୟାୟରେ ପହଞ୍ଚନ୍ତି, ତେବେ ଏହାକୁ ଅକାଳ ମେନୋପୋଜ କୁହାଯାଏ ଏବଂ 40 ବର୍ଷରୁ କମ୍ ମହିଳା ପ୍ରାୟ 1% ଏହାକୁ ସମ୍ମୁଖୀନ ହୋଇଥାନ୍ତି । ମାତ୍ର ଅଧିକାଂଶ ମହିଳାଙ୍କୁ ଏହାର ଲକ୍ଷଣ ଏବଂ କାରଣ ବାବଦରେ ଜଣା ନଥାଏ, ଏ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।

ମନୋପଜର ଲକ୍ଷଣ(Menopause Symptoms):-

  • ଅଧିକ ଝାଳ ବୋହିବା ଏବଂ ଗରମ ଅନୁଭବ କରିବା
  • ଯୋନୀ ଶୁଷ୍କତା ଯାହା ଯୌନ ସମ୍ପର୍କ ଏବଂ ବାରମ୍ବାର ମୂତ୍ରନଳୀ ସଂକ୍ରମଣ କରିବା
  • ଶୋଇବାରେ ଅସୁବିଧା
  • ଭାବପ୍ରବଣ ପରିବର୍ତ୍ତନ ଯେପରିକି ମୁଡ୍ ସୁଇଙ୍ଗ୍, ବିରକ୍ତିକର, ଏବଂ କାନ୍ଦିବାକୁ ଇଚ୍ଛା

ପ୍ରାରମ୍ଭିକ ମେନୋପୋଜର କାରଣ(Cause of Menopause):-

  • ସ୍ମୃତି ଶକ୍ତି ହ୍ରାସ ସହିତ ବିଭିନ୍ନ ସ୍ନାୟୁଗତ ସମସ୍ୟା
  • ଯୌନ ଅସୁବିଧା
  • ହୃଦ ରୋଗ
  • ଚେତନା ସମ୍ବନ୍ଧୀୟ ବ୍ୟାଧି
  • ଅଷ୍ଟିଓପୋରୋସିସ୍

ଅପରିପକ୍ୱ ମେନୋପୋଜ୍(premature menopause ) ଥିବା ମହିଳାଙ୍କ ପାଇଁ ହରମୋନ୍ ରିପ୍ଲେସମେଣ୍ଟ ଥେରାପି (HRT) ସହିତ ଜଡିତ ସ୍ୱାସ୍ଥ୍ୟ ବିପଦକୁ ସୁପାରିଶ କରାଯାଏ । ନିମ୍ନରେ କେତେକ ଚିକିତ୍ସା ପଦ୍ଧତି ଉପରେ ବର୍ଣ୍ଣନା କରାଯାଇଛି ।

  • ନିୟମିତ ଭାବରେ ଆପଣଙ୍କର ଡାକ୍ତରୀ ପରାକ୍ଷା କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରନ୍ତୁ
  • ପ୍ରଚୁର ତରଳ ପଦାର୍ଥ ପିଅନ୍ତୁ
  • ଉଚ୍ଚ ପ୍ରୋଟିନ୍ ଏବଂ ଉଚ୍ଚ କ୍ୟାଲସିୟମ୍ ଖାଦ୍ୟ ଖାଆନ୍ତୁ, ଆଣ୍ଟିଅକ୍ସିଡାଣ୍ଟ ସପ୍ଲିମେଣ୍ଟ ଯେପରିକି ଭିଟାମିନ୍ ଡି ଥିବା ଖାଦ୍ୟ
  • ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ
  • ସାଥୀ କିମ୍ବା ସାଙ୍ଗଙ୍କ ସହ କଥାବାର୍ତ୍ତା କରନ୍ତୁ
  • ସୂତା ପୋଷାକ ପିନ୍ଧନ୍ତୁ
  • ଉଚ୍ଚ ତାପମାତ୍ରା ଠାରୁ ଦୂରେଇ ରୁହନ୍ତୁ
  • ଧୂମପାନ କରନ୍ତୁ ନାହିଁ ଏବଂ ଶାରୀରିକ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.