ETV Bharat / sukhibhava

World Immunization Week 2023: ଆଜିଠାରୁ ଏପ୍ରିଲ 30 ଯାଏଁ ବିଶ୍ୱ ଟିକାକରଣ ସପ୍ତାହ ପାଳନ - ବିଶ୍ୱ ଟିକାକରଣ ସପ୍ତାହ 2023

ନବଜାତ ଶିଶୁ କିମ୍ବା ବୟସ୍କ ହୁଅନ୍ତୁ ସମସ୍ତଙ୍କ ପାଇଁ ଟିକାକରଣ ଆବଶ୍ୟକ ହୋଇଥାଏ । ହେଲେ ସଚେତନତାର ଅଭାବ ଯୋଗୁଁ ଲୋକେ ଟିକାକରଣରୁ ବଞ୍ଚିତ ରହିଥାଆନ୍ତି । ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେବେ ବିଶ୍ୱ ଟିକାକରଣ ସପ୍ତାହରେ ଟୀକାକରଣର ମହତ୍ତ୍ବ ଏବଂ ପ୍ରୟୋଗ ବିଷୟରେ ଜାଣନ୍ତୁ

ଏପ୍ରିଲ 24 ରୁ 30 ଯାଏଁ ବିଶ୍ୱ ଟିକାକରଣ ସପ୍ତାହ ପାଳନ

author img

By

Published : Apr 24, 2023, 6:01 AM IST

ହାଇଦ୍ରାବାଦ: ଅନେକ ରୋଗ କିମ୍ବା ସଂକ୍ରମଣକୁ ରୋକିବାରେ ଟିକାକରଣର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ଫଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିଥାଏ। ଡିଫଥେରିଆ, ଟିଟାନସ୍, ପେର୍ଟୁସିସ୍, ସ୍ୱାଇନ୍ ଫ୍ଲୁ ଏବଂ ମିଳିମିଳା ଭଳି ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ବଞ୍ଚିତ କରିଥାଏ ଟିକା । ଏଥିସହ କୋଭିଡ 19 ପରି ମହାମାରୀକୁ ରୋକିବାରେ ଟୀକାକରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ ଏହା ସତ୍ତ୍ବେ, ଆଜି ବି ଜରୁରୀ ଟିକାକରଣ ଶହେ ପ୍ରତିଶତ ହୋଇପାରୁନି । ଏଥିପାଇଁ ସଚେତନତାର ଅଭାବ, ଟିକା ବିଷୟରେ ସାଧାରଣ ଲୋକଙ୍କ ମନରେ ଭୟ ଏବଂ ବେଳେବେଳେ ଟିକା ଉପଲବ୍ଧ ନହେବା ଭଳି ଅନେକ କାରଣ ଦର୍ଶାଯାଇପାରେ । ତେବେ ଟୀକାକରଣର ମହତ୍ତ୍ବ ଏବଂ ସେମାନଙ୍କୁ ପ୍ରୟୋଗ କରିବାର ଆବଶ୍ୟକତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଏପ୍ରିଲର ଶେଷ ସପ୍ତାହରେ ବିଶ୍ବ ଟିକାକରଣ ସପ୍ତାହ ପାଳନ କରାଯାଏ ।

ବିଶ୍ୱ ଟୀକାକରଣ ସପ୍ତାହ 2023: ୟୁନିସେଫ ଅନୁଯାୟୀ, ବିଭିନ୍ନ କାରଣରୁ ପ୍ରାୟ 20 ନିୟୁତ ପିଲା ଟୀକାକରଣ କରନ୍ତି ନାହିଁ, ଯେଉଁ କାରଣରୁ ସେମାନେ ଅନେକ ସମସ୍ୟା ଭୋଗି ଥାଆନ୍ତି । କେବଳ ଏତିକି ନୁହେଁ, ଯେତେବେଳେ କୋଭିଡ 19 ମହାମାରୀ ରୋକିବାରେ ଟୀକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା ଏବଂ ଏହାକୁ ପାଇବାକୁ ସମସ୍ତ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ତଥାପି ବହୁ ସଂଖ୍ୟକ ଲୋକ କୋରୋନା ଟିକାକୁ ଭୟ, ଦ୍ବନ୍ଦ୍ବରେ ରହିଥିଲେ। ଟୀକା ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ।

ସେଠାରେ ଅନେକ ରୋଗ ଏବଂ ସଂକ୍ରମଣ ଅଛି ଯେଉଁଥିରୁ ଟିକା ପ୍ରତିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏହା ସତ୍ତ୍ୱେ ଅନେକ ଲୋକ, ବିଶେଷକରି ପିଲାମାନେ, ବିଭିନ୍ନ କାରଣରୁ ଆବଶ୍ୟକ ଟୀକା ପାଇବାରେ ସକ୍ଷମ ନୁହଁନ୍ତି । ବିଭିନ୍ନ ପ୍ରକାରର ରୋଗକୁ ରୋକିବା ପାଇଁ ଟିକା ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, 'ବିଶ୍ବ ଟିକାକରଣ ସପ୍ତାହ' କିମ୍ବା 'ୱାର୍ଲ୍ଡ ଇମ୍ୟୁନାଇଜେସନ ସପ୍ତାହ' ପାଳନ କରାଯାଇଥାଏ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ତତ୍ତ୍ବାବଧାନରେ ପ୍ରତ୍ୟେକ ବର୍ଷ ଏପ୍ରିଲ୍ ଶେଷ ସପ୍ତାହରେ ଏହି ସ୍ପାହ ପାଳନ କରାଯାଏ । ତେବେ ଚଳିତ ବର୍ଷ 24ରୁ 30 ଏପ୍ରିଲ ପର୍ଯ୍ୟନ୍ତ "ବିଗ୍ କ୍ୟାଚ୍ ଅପ୍" ଥିମ୍ ଉପରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି ।

ଉଦ୍ଦେଶ୍ୟ ଏବଂ ଇତିହାସ: ଶିଶୁର ଜନ୍ମ ପରେ ତୁରନ୍ତ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ଅନେକ ପ୍ରକାରର ଟିକା ଦିଆଯାଏ । ଏଥି ସହିତ, ବୟସ୍କମାନଙ୍କଠାରେ ମଧ୍ୟ ଅନେକ ରୋଗକୁ ରୋକିବା ପାଇଁ ଟୀକା ନେବାକୁ ପରାମର୍ଶ ଦିଆଯାଏ । ଟୀକାକରଣର ଉପକାରିତା ଜାଣିବା ସତ୍ତ୍ୱେ, ଟୀକା ନେବାକୁ ଭୟ କରିଥାନ୍ତି ଅନେକ ଲୋକ । ବିଶ୍ୱ ଟୀକାକରଣ ସପ୍ତାହ ସମୟରେ, ଟୀକା ଏବଂ ଟୀକାକରଣକୁ ଉପରେ ଧ୍ୟାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ସଂଗଠନ ଦ୍ବାରା ଚଳିତ ବର୍ଷ ବିଭିନ୍ନ ଅନ୍ତର୍ଜାତୀୟ ତଥା ସ୍ଥାନୀୟ ଗୋଷ୍ଠୀ ସହଯୋଗରେ ଟିକା-ପ୍ରତିରୋଧକ ରୋଗରୁ ରକ୍ଷା କରିବା ତଥା ସାଧାରଣ ଜନତାଙ୍କ ମଧ୍ୟରେ ଭୟ କମାଇବା ପାଇଁ ସଚେତନତା ଅଭିଯାନର ଆୟୋଜନ କରାୟାଇଛି । ଏହି ବିଶ୍ବ ଟିକାକରଣ ସପ୍ତାହ “ପ୍ରଭାବିି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆବଶ୍ୟକ ବୈଷୟିକ ସହାୟତା ତଥା ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ସରକାରଙ୍କୁ ସାହାଯ୍ୟ କରିବ ।

1960 ମସିହାରେ ପ୍ରଥମ ଥର ପାଇଁ ଟିକାକରଣ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆରମ୍ଭରୁ, ଯେଉଁ ଦେଶରେ ନବଜାତକ ଟୀକାକରଣର ହାର ଅଧିକ ଥିଲା, ସେହି ଦେଶରେ ରୋଗ କିମ୍ବା ସଂକ୍ରମଣରୁ ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି । ତେବେ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ନବଜାତ ଶିଶୁଙ୍କ ମଧ୍ୟରେ ଟୀକାକରଣର ଆବଶ୍ୟକତା ବିଷୟରେ ସଚେତନତା ବୃଦ୍ଧି ପାଉଛି । ଏଥିସହ ଭାରତ ସରକାର ମଧ୍ୟ ୟୁନିଭର୍ସାଲ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଟୀକାକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଇଣ୍ଟେନ୍ସିଭ୍ ମିଶନ୍ ଇନ୍ଦ୍ରଧନୁଷ । (IMI) 3.0 ସ୍କିମ୍ ଏବଂ ପ୍ଲସ୍ ପଲିସ୍ କାର୍ଯ୍ୟକ୍ରମ ସହ ଅନେକ ଅଭିଯାନ ଚାଲିଛି ।

ଆବଶ୍ୟକତା: ଭାଇରସ କିମ୍ବା ଜୀବାଣୁ ଦ୍ବାରା ହେଉଥିବା ସଂକ୍ରାମକ ରୋଗକୁ ରୋକିବା ପାଇଁ ଟିକାକରଣ କରାଯାଏ । ଏଭଳି ରୋଗ ବା ସଂକ୍ରମଣ ଯାହା ଟିକାକରଣ ମାଧ୍ୟମରେ ରୋକାଯାଇପାରିବ ତାହାକୁ ରୋଗ ପ୍ରତିରୋଧକ ଟୀକା ବା ଭିପିଡି କୁହାଯାଏ । ହେଲେ ଅନେକ ଭିପିଡି ଏବେ ବି 5 ବର୍ଷରୁ କମ୍ ପିଲାମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥିବାରୁ ଏହା ଚିନ୍ତାର ବିଷୟ ହୋଇଛି ।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, 2019ରୁ 2021 ବର୍ଷ ମଧ୍ୟରେ ବିଶ୍ବସ୍ତରରେ ଟିକାକରଣ ହୋଇନଥିବା ଶିଶୁଙ୍କ ସଂଖ୍ୟା ପ୍ରାୟ 5 ନିୟୁତ ବୃଦ୍ଧି ପାଇଛି । 2022 ମସିହାରେ, 2019 ତୁଳନାରେ 35 ଲକ୍ଷ ବାଳିକା ମାନବ ପାପିଲୋମାଭାଇରସ୍ ପ୍ରତି ଟିକା ଦିଆଯାଇପାରିନାହିଁ । ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତାର ଅଭାବ ହେତୁ ଏହାର ସବୁଠାରୁ ବଡ଼ କାରଣ ଦର୍ଶାଯାଇପାରେ । ସେପଟେ ଡାକ୍ତରଙ୍କ କହିବାନୁସାରେ ମଧ୍ୟ ସଠିକ୍ ସମୟରେ ଟୀକାକରଣ କରିବା ଦ୍ୱାରା କେବଳ ଶିଶୁମାନଙ୍କଠାରେ ନୁହଁ ବରଂ ବୟସ୍କଙ୍କ ମଧ୍ୟରେ ରୋଗ ଏବଂ ମୃତ୍ୟୁହାର କମିଥାଏ । ଏଥିସହ ସେମାନଙ୍କର ଜୀବନଶୈଳୀରେ ମଧ୍ୟ ଉନ୍ନତି ଆସେ ।

ତେବେ “ବିଶ୍ୱ ଟିକାରକରଣ ସପ୍ତାହ” ସ୍ବାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ ଆନୁଷାଙ୍ଗିକ ସଂଗଠନକୁ ଠିକ୍ ସମୟରେ ଟୀକାକରଣର ଆବଶ୍ୟକତା ଏବଂ ଏହାର ସୁରକ୍ଷା ମାପଦଣ୍ଡ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏକ ସୁଯୋଗ ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.