ETV Bharat / sukhibhava

World First Aid Day 2023: ପ୍ରାଥମିକ ଚିକିତ୍ସା ବଞ୍ଚାଇପାରେ ଜୀବନ, ଫାଷ୍ଟ-ଏଡ ବକ୍ସରେ ରଖନ୍ତୁ ଏହି ଜିନିଷ - ପ୍ରାଥମିକ ଚିକିତ୍ସାର ଆବଶ୍ୟକତା

ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଉଛି । ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏହି ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

World First Aid Day 2023
World First Aid Day 2023
author img

By ETV Bharat Odisha Team

Published : Sep 9, 2023, 6:16 AM IST

ହାଇଦ୍ରାବାଦ : 2000 ମସିହାରେ ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡ୍ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ସୋସାଇଟିସ୍ (IFRC) ଦ୍ୱାରା ପ୍ରଥମେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଆରମ୍ଭ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ଜୀବନରେ ସଙ୍କଟ ପରିସ୍ଥିତିରେ ଲୋକମାନଙ୍କୁ କିପରି ସାହାଯ୍ୟ କରିବେ ସେ ବିଷୟରେ ଲୋକଙ୍କୁ ଅବଗତ କରାଇବା। ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଏବଂ ପ୍ରାଥମିକ ଚିକିତ୍ସା ପାଇଁ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା କିଟ ବିଷୟରେ ଜାଣିବା ଆବଶ୍ୟକ।

ପ୍ରାଥମିକ ଚିକିତ୍ସାର ଆବଶ୍ୟକତା: ପିଲାମାନଙ୍କୁ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷା ଦିଆଯାଏ। କିନ୍ତୁ ସମୟ ସହିତ ଲୋକମାନେ ସ୍ୱାସ୍ଥ୍ୟ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲିଯାଆନ୍ତି। କିନ୍ତୁ ଏହା ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ। କାରଣ ପ୍ରାଥମିକ ଚିକିତ୍ସା ଦ୍ବାରା ଜଣେ ବ୍ୟକ୍ତିର ଜୀବନ ବଞ୍ଚିପାରିବ। ଦୁର୍ଘଟଣା ଘଟିଲେ କିପରି ପ୍ରଥମେ ପ୍ରାଥମିକ ଚିକିତ୍ସା କରିପାରିବା ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ।

ପ୍ରାଥମିକ ଚିକିତ୍ସା କଣ?: ପ୍ରାଥମିକ ଚିକିତ୍ସା କ’ଣ ଏବଂ କଣ ପାଇଁ ପ୍ରଥମେ ପ୍ରାଥମିକ ଚିକିତ୍ସା ଆବଶ୍ୟକ ତାହା ପ୍ରଥମେ ବୁଝିବା ଜରୁରୀ ଅଟେ। ଯାହାଦ୍ୱାରା ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ପାରିବେ। ପ୍ରାଥମିକ ଚିକିତ୍ସା ହେଉଛି ରୋଗୀ ଏବଂ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇବା ପୂର୍ବରୁ ଦିଆଯାଉଥିବା ଚିକିତ୍ସା। ତେବେ ପ୍ରାଥମିକ ଚିକିତ୍ସା ପାଇଁ ଯେଉଁ ବକ୍ସରେ ଅତ୍ୟାବଶକୀୟ ଉପକରଣ ରଖାଯାଇଥାଏ, ତାହାକୁ ଫାଷ୍ଟ ଏଡ ବକ୍ସ କୁହାଯାଏ। କ୍ଷତକୁ ସଫା କରିବା ପାଇଁ କଟନ ଏବଂ ବ୍ୟାଣ୍ଡେଜ ରଖିବା ଆବଶ୍ୟକ। ଏହାସହ ସାନିଟାଇଜର, ଯନ୍ତ୍ରଣା ଉପଶମକାରୀ ଔଷଧ ଏବଂ କ୍ରିମ ବ୍ୟବହାର କରିବା ଉଚିତ ଅଟେ। ହୃଦଘାତ କିମ୍ବା ଷ୍ଟ୍ରୋକ୍ ହେଲେ ରୋଗୀର ରକ୍ତ ସଞ୍ଚାଳନକୁ ସ୍ବଭାବିକ କରିବା ପାଇଁ ଆସ୍ପିରିନ୍ ଟାବଲେଟ୍ ରଖିବା ନିହାତି ଜରୁରୀ ଅଟେ।

ଏହା ମଧ୍ୟ ପଢନ୍ତୁ: World Physical Therapy Day 2023: ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଲାଭଦାୟକ ଫିଜିଓଥେରାପି

କେତେବେଳେ ପ୍ରାଥମିକ ଚିକିତ୍ସା ଦିଆଯାଏ:

ହସ୍ପିଟାଲ ଯାଇ ଚିକିତ୍ସା ହେବା ପୂର୍ବରୁ ଯେଉଁ ଚିକିତ୍ସା ଦିଆଯାଏ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ଅନେକ ସମୟରେ ଦେଖାଯାଏ ଯେ, ପ୍ରାଥମିକ ଚିକିତ୍ସା ଅଭାବରୁ ଜଣଙ୍କର ମୃତ୍ୟୁ ମଧେୟ ହୋଇଥାଏ। ଯେତେବେଳେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ରକ୍ତସ୍ରାବ ହୋଇଥାଏ ସେତେବେଳେ ହସ୍ପିଟାଲ ଯିବା ପୂର୍ବରୁ ପ୍ରଥମେ ରକ୍ତସ୍ରାବବନ୍ଦ କରିବା ପାଇଁ ବ୍ୟାଣ୍ଡେଡ ବାନ୍ଧିବା ଉଚିତ। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଜୀବନ ବଞ୍ଚାଇବା ପାଇଁ ଯେଉଁ ଚିକିତ୍ସା କରାଯାଏ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ।

ପ୍ରାଥମିକ ଚିକିତ୍ସାର ଉଦ୍ଦେଶ୍ୟ: ଆହତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବା

ଏକ ଖରାପ ପରିସ୍ଥିତିରୁ ଆହତ ବ୍ୟକ୍ତିଙ୍କୁ ବାହାର କରିବା

ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.