ETV Bharat / sukhibhava

World Contraception Day: ପ୍ରତିଟି ଗର୍ଭଧାରଣ ହେଉ ଇଚ୍ଛାକୃତ

author img

By

Published : Sep 26, 2022, 12:21 PM IST

Updated : Sep 26, 2022, 1:41 PM IST

ଅବାଞ୍ଛିତ ଗର୍ଭଧାରଣ ରୋକିବା ଏବଂ ଜନ୍ମ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ ସେପ୍ଟେମ୍ବର 26କୁ ବିଶ୍ବ ଗର୍ଭନିରୋଧକ ଦିବସ(World Contraception Day) ରୂପେ ପାଳନ କରାଯାଉଛି । ଅଧିକ ପଢନ୍ତୁ

World Contraception Day: ପ୍ରତିଟି ଗର୍ଭଧାରଣ ହେଉ ଇଚ୍ଛାକୃତ
World Contraception Day: ପ୍ରତିଟି ଗର୍ଭଧାରଣ ହେଉ ଇଚ୍ଛାକୃତ

ହାଇଦ୍ରାବାଦ: ଅବାଞ୍ଛିତ ଗର୍ଭଧାରଣ ରୋକିବା ଏବଂ ଜନ୍ମ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ ସେପ୍ଟେମ୍ବର 26କୁ ବିଶ୍ବ ଗର୍ଭନିରୋଧକ ଦିବସ(World Contraception Day) ରୂପେ ପାଳନ କରାଯାଉଛି । ପ୍ରତିଟି ଗର୍ଭଧାରଣ ଇଚ୍ଛାକୃତ ହେଉ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏଥିସହ ଗର୍ଭନିରୋଧକ ପଦ୍ଧତି ବାବଦରେ ସଚେତନତା କରିବା ସହ ଯୌନଗତ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । 2007 ମସିହାରେ ଆରମ୍ଭ ହୋଇଥିବା ବିଶ୍ବ ଗର୍ଭନିରୋଧକ ଦିବସ ।

ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ ଭାରତ ସମେତ ବିଭିନ୍ନ ଦେଶରେ ଗର୍ଭନିରୋଧକ ବ୍ୟବହାର ଏକ ସହଜ ଓ ସରଳ ଉପାୟ ଭାବେ ସହାୟକ ହେଉଛି । ମାତ୍ର ଏହି ଔଷଧ ବାବଦରେ ଅଧିକାଂଶ ଲୋକେ ଏବେ ବି ଅବଗତ ନାହାନ୍ତି । ତେଣୁ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ଗର୍ଭନିରୋଧକ ବଟିକା ବାବଦରେ ସଚେତନତାର ଆବଶ୍ୟକତା ରହିଛି । ମହିଳାମାନଙ୍କୁ ଗର୍ଭନିରୋଧକ ଔଷଧର ପ୍ରତିକ୍ରିୟା ଏବଂ ପାର୍ଶ୍ବ ପ୍ରତିକ୍ରିୟା ବାବଦରେ ନିହାତି ଜାଣିବା ଉଚିତ୍ । ଫଳରେ ମାତୃ ଏବଂ ଶିଶୁ ହାରକୁ ରୋକାଯାଇ ପାରିବ ।

ଅନେକ ଲୋକ ବିଭିନ୍ନ ପ୍ରକାରର ଗର୍ଭନିରୋଧକକୁ ପରିବର୍ତ୍ତନ କରିବା ଉଚିତ୍ । ଏଥିପାଇଁ ସେମାନଙ୍କୁ ଉପଲବ୍ଧ ହେଉଥିବା ଗର୍ଭନିରୋଧକ ବାବଦରେ ସଚେତନତା ହେବା ଆବଶ୍ୟକ । ଏହା ଶାରୀରିକ ସୁସ୍ଥତା ବଜାୟ ରଖିବା ସହ ବ୍ୟକ୍ତିବିଶେଷଙ୍କୁ ଯୌନ ସଂକ୍ରମଣରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିବ । ଗର୍ଭନିରୋଧକ ଔଷଧ ବ୍ୟକ୍ତିବିଶେଷଙ୍କୁ ଯୋଜନାବଦ୍ଧ ଗର୍ଭଧାରଣ କରିବାକୁ ଅନୁମତି ଦେଇଛି ଏବଂ ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା କରିଛି । ତେଣୁ ପ୍ରତିଟି ବ୍ୟକ୍ତି ଗର୍ଭନିରୋଧକ ବାବଦରେ ଅବଗତ ହେବା ଉଚିତ୍ ।

କିପରି କାମ କରେ ଗର୍ଭନିରୋଧକ ?

ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା(NHS) ଅନୁସାରେ ଜଣେ ମହିଳା ସେତେବେଳେ ଗର୍ଭବତୀ ହୁଅନ୍ତି, ଯେତେବେଳେ ପୁରୁଷର ଶୁକ୍ରାଣୁ ମହିଳାଙ୍କ ଡିମ୍ବାଣୁ(ଓଭାରୀ)ରେ ପ୍ରବେଶ କରେ । ଗର୍ଭନିରୋଧକ ବ୍ୟବହାର କଲେ ଗର୍ଭଧାରଣ ହୁଏ ନାହିଁ । ଗର୍ଭନିରୋଧକ ଡିମ୍ବାଣୁ ଓ ଶୁକ୍ରାଣୁକୁ ଅଲଗା ଅଲଗା ରଖିବା ସହ ଡିମ୍ବାଣୁ ସୃଷ୍ଟି ବନ୍ଦ କରେ । ଏହାଛଡା ଗର୍ଭ ଲାଇନିଂରେ ଶୁକ୍ରାଣୁ ଓ ଡିମ୍ବାଣୁକୁ ମିଳିତ ଭାବେ ସଂଲଗ୍ନ ହେବାରେ ରୋକିଥାଏ ଗର୍ଭନିରୋଧକ ।

ଗର୍ଭଧାରଣ ଏଡାଇବା ପାଇଁ କି କି ପଦ୍ଧତି ରହିଛି ?

ସେଣ୍ଟର ଫର୍ଡି ଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ(CCD) ଅନୁସାରେ ଗର୍ଭଧାରଣ ଏଡାଇବା ପାଇଁ ଏକାଧିକ ପଦ୍ଧତି ରହିଛି । ସେସବୁ ହେଲା– ରିଭର୍ସିବଲ୍ ପଦ୍ଧତି

୧. ଲିଭୋନରଜେସଟ୍ରିଲ ଇନଟ୍ରାୟୁଟେରିନ ସିଷ୍ଟମ(levonorgestrel(LNg) intrauterine device, IUD) –LNg IUD ହେଉଛି ଏକ କ୍ଷୁଦ୍ର ଇଂରାଜୀ ଅକ୍ଷର ଟି ଆକୃତିର ଉପକରଣ । ଜଣେ ଡାକ୍ତରଙ୍କ ଦ୍ୱାରା ଏହା ଜରାୟୁ ଭିତରେ ରଖାଯାଏ । ପ୍ରତିଦିନ ଏହା ସ୍ୱଳ୍ପ ପରିମାଣର ପ୍ରୋଜେଷ୍ଟିନ ରିଲିଜ କରିଥାଏ, ଯାହା କି ଗର୍ଭଧାରଣରୁ ମହିଳାଙ୍କୁ ଦୂରେଇ ରଖେ ।

୨. କପର୍ ‘ଟି’ ଇନଟ୍ରାୟୁଟେରିନ ଡିଭାଇସ(IUD) ଏହି ଆଇୟୁଡି ହେଉଛି ଏକ ଛୋଟ ଉପକରଣ, ଯାହା କି ଇଂରାଜୀ ଅକ୍ଷର ‘ଟି’ ଆକୃତିର ହୋଇଥାଏ । ଏହା ମଧ୍ୟ ଜଣେ ଡାକ୍ତରଙ୍କ ଦ୍ୱାରା ମହିଳାଙ୍କ ଜରାୟୁ ଭିତରେ ପ୍ରବେଶ କରାଯାଇଥାଏ । ଏହା ଦ୍ୱାରା ଗର୍ଭ ସୃଷ୍ଟି ହୋଇନଥାଏ ।

Last Updated : Sep 26, 2022, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.