ETV Bharat / sukhibhava

World Contraception Day 2023: ଗର୍ଭନିରୋଧକ ଔଷଧ ସୁରକ୍ଷିତ କି, ଏହା କହିଲେ ବିଶେଷଜ୍ଞ

author img

By ETV Bharat Odisha Team

Published : Sep 26, 2023, 9:47 AM IST

ସାରା ବିଶ୍ୱରେ ପ୍ରତିବର୍ଷ ସେପ୍ଟେମ୍ବର 26 ତାରିଖରେ ବିଶ୍ବ ଗର୍ଭନିରୋଧକ ଦିବସ ପାଳନ କରାଯାଏ। ଗର୍ଭନିରୋଧ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଅଧିକ ପଢନ୍ତୁ

World Contraception Day 2023
World Contraception Day 2023

ହାଇଦ୍ରାବାଦ: ବିଶ୍ବର ଜନସଂଖ୍ୟା ପ୍ରାୟ 8 ବିଲିୟନ। ତେବେ ଦିନକୁ ଦିନ ଏହି ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଅନେକ ସରକାର ଏବଂ ବହୁ ଆନ୍ତର୍ଜାତୀୟ ସଂଗଠନ କ୍ରମାଗତ ଭାବରେ ସଚେତନତା ସୃଷ୍ଟି କରୁଛନ୍ତି । ଏଥିସହ ଗର୍ଭନିରୋଧକ ପଦ୍ଧତି ବାବଦରେ ସଚେତନତା କରିବା ସହ ଯୌନଗତ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ସାରା ବିଶ୍ବରେ ପ୍ରତିବର୍ଷ ସେପ୍ଟେମ୍ବର 26 ତାରିଖରେ 'ବିଶ୍ୱ ଗର୍ଭନିରୋଧକ ଦିବସ' ପାଳନ କରାଯାଏ ।

ପ୍ରଥମେ 2007 ମସିହାରେ ପ୍ରଥମେ ଗର୍ଭନିରୋଧକ ଦିବସ ପାଳନ କରାଯାଇଥିଲା । ଅନେକ ରିପୋର୍ଟରୁ ଜଣାପଡ଼ିଛି ଯେ ବହୁ ସଂଖ୍ୟକ ଲୋକ ଗର୍ଭନିରୋଧକ ବ୍ୟବହାର କରନ୍ତି ନାହିଁ । ଗର୍ଭନିରୋଧକ ବଟିକା ବିଷୟରେ ସମସ୍ତେ ଶୁଣିଥିବେ । କିନ୍ତୁ ଅନେକ ଲୋକ ପ୍ରଶ୍ନ କରନ୍ତି ଯେ ଗର୍ଭନିରୋଧକ ଔଷଧ ବ୍ୟବହାର କରିବା ପ୍ରକୃତରେ ସୁରକ୍ଷିତ କି ?

ଗର୍ଭନିରୋଧକର ଅର୍ଥ କଣ?: ବିଶେଷଜ୍ଞଙ୍କ ଅନୁଯାୟୀ, ପରିବାର ଯୋଜନା କିମ୍ବା ଗର୍ଭନିରୋଧ ପାଇଁ ବ୍ୟବହୃତ ପଦ୍ଧତିକୁ ଗର୍ଭନିରୋଧକ କୁହାଯାଏ । ଆଜି ମଧ୍ୟ ବହୁ ସଂଖ୍ୟକ ଲୋକଙ୍କର ଏହି ବିଷୟରେ ଅବଗତ ନାହାନ୍ତି । ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହା ବିଷୟରେ ସଚେତନତା ପ୍ରସାର କରାଯିବା ଉଚିତ । ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ପରେ ପରିବାର ଯୋଜନା ପାଇଁ ଗର୍ଭନିରୋଧକ ଏକ ଭଲ ଏବଂ ନିରାପଦ ବିକଳ୍ପ ହୋଇପାରେ । ବୟସ ଏବଂ ଶରୀରର ଅବସ୍ଥା ଉପରେ ଆଧାର କରି ଲୋକଙ୍କୁ ଏହା ପରାମର୍ଶ ଦିଆଯାଇଥାଏ ।

ଗର୍ଭ ନିରୋଧକର ପ୍ରକାର: ମୁଖ୍ୟତଃ ଗର୍ଭନିରୋଧକ 4 ପ୍ରକାରର ଅଟେ । ଅର୍ଥାତ 4ଟି ଉପାୟରେ ଗର୍ଭଧାରଣକୁ ରୋକିପାରିବେ । ପ୍ରଥମଟି ହେଉଛି ଗର୍ଭନିରୋଧକ ଏକ ପ୍ରତିବନ୍ଧକ ପଦ୍ଧତି, ଯେଉଁଥିରେ ଗର୍ଭଧାରଣକୁ ଏଡ଼ାଇବା ପାଇଁ ପୁରୁଷ କଣ୍ଡୋମ ବ୍ୟବହାର କରିପାରିବେ । ଦ୍ୱିତୀୟ ପଦ୍ଧତି ହେଉଛି ଗର୍ଭନିରୋଧକ ଔଷଧ, ଯାହାକୁ ହରମୋନାଲ ଗର୍ଭନିରୋଧକ ମଧ୍ୟ କୁହାଯାଏ । ତୃତୀୟ ପଦ୍ଧତି ହେଉଛି ଇଣ୍ଟ୍ରାଟେରାଇନ୍ ଗର୍ଭନିରୋଧକ, ଯାହା ଜଣେ ଡାକ୍ତରଙ୍କ ଦ୍ବାରା ଜରାୟୁରେ କିଛି ସାମଗ୍ରୀ ରଖାଯାଏ । ପ୍ରତିଦିନ ଏହା ସ୍ୱଳ୍ପ ପରିମାଣର ପ୍ରୋଜେଷ୍ଟିନ ରିଲିଜ କରିଥାଏ, ଯାହା କି ଗର୍ଭଧାରଣରୁ ମହିଳାଙ୍କୁ ଦୂରେଇ ରଖେ । ଚତୁର୍ଥ ପଦ୍ଧତି ହେଉଛି ସର୍ଜିକାଲ୍ ଗର୍ଭନିରୋଧକ, ଯାହା ସର୍ଜିକାଲ୍ ଷ୍ଟେରିଲାଇଜେସନ୍ ସହିତ ଜଡିତ ।

ଏହା ମଧ୍ୟ ପଢନ୍ତୁ: Pregnancy Test: ଘରେ ଗର୍ଭ ପରୀକ୍ଷା କରୁଛନ୍ତି କି? ଜାଣନ୍ତୁ ସଠିକ ପ୍ରକ୍ରିୟା

ଗର୍ଭନିରୋଧକ ଔଷଧ ବ୍ୟବହାର କରିବା ନିରାପଦ କି ?: ବିଶେଷଜ୍ଞମାନେ କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ ବିନା ଗର୍ଭନିରୋଧକ ବଟିକା ବ୍ୟବହାର କରାଯିବା ଉଚିତ ନୁହେଁ । ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନକରି ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ବ୍ୟବହାର କରନ୍ତି, ଯାହା ବିପଦଜନକ ହୋଇପାରେ । ଜରୁରୀକାଳୀନ ବଟିକାକୁ ଜୀବନରେ ଥରେ କିମ୍ବା ଦୁଇଥରରୁ ଅଧିକ ଗ୍ରହଣ କରାଯିବା ଉଚିତ ନୁହେଁ ଅନ୍ୟଥା ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ । ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଗ୍ରହଣ କରିବା ନିଦାପଦ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ପାର୍ଶ୍ବପ୍ରତିକ୍ରିୟାରେ କଣ ହୁଏ: ବିଶେଷଜ୍ଞଙ୍କ ଅନୁଯାୟୀ, ଗର୍ଭନିରୋଧକ ବଟିକାର ଅତ୍ୟଧିକ ବ୍ୟବହାର ଦ୍ୱାରା ଷ୍ଟ୍ରୋକ୍ ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଏହି ବଟିକା କେବଳ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ବ୍ୟବହାର କରାଯିବା ଉଚିତ୍ । ବଟିକାର ଅତ୍ୟଧିକ ବ୍ୟବହାର ହାଇପରକୋଲେଷ୍ଟେରୋମିଆ, ରକ୍ତ ଜମାଟ ସମସ୍ୟା ଏବଂ ହରମୋନ୍ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏହା ବିଭିନ୍ନ ଲୋକଙ୍କ ଉପରେ ଭିନ୍ନ ପ୍ରଭାବ ପକାଇପାରେ । ତେଣୁ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ ।

ବିଶ୍ବ ଗର୍ଭନିରୋଧକ ଦିବସର ଥିମ୍‌ : ଚଳିତ ବର୍ଷ ବିଶ୍ୱ ଗର୍ଭନିରୋଧକ ଦିବସ 2023ର ବିଷୟବସ୍ତୁ ହେଉଛି The Power of Options, ଯାହାକି ଗର୍ଭନିରୋଧକ ବିକଳ୍ପଗୁଡ଼ିକ ସେମାନଙ୍କର ପ୍ରଜନନ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.