ETV Bharat / sukhibhava

World Cancer Day: ସାବଧାନ ! ଏହି ସବୁ ଲକ୍ଷଣ ଥିଲେ ଆଦୌ କରନ୍ତୁନି ଅବହେଳା

ଆଜି ସମଗ୍ର ବିଶ୍ବରେ ପାଳନ ହେଉଛି ବିଶ୍ବ କର୍କଟ ଦିବସ । ଏହାକୁ ପ୍ରତିହତ କରିବାର ମୁଖ୍ୟ ଉପାୟ ହେଉଛି ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ । ତେଣୁ ରୋଗ ଚିହ୍ନଟ ପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ଲକ୍ଷଣ ବାବଦରେ ଅବଗତ ହେବା ଜରୁରୀ । ଅଧିକ ପଢନ୍ତୁ

author img

By

Published : Feb 3, 2023, 5:04 PM IST

cancer symptoms
cancer symptoms

ହାଇଦ୍ରାବାଦ: ବିଶ୍ବସ୍ତରରେ କର୍କଟର ମୂଳୋତ୍ପଟନ ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବା ସହ ନୂତନ ଚିକିତ୍ସା ପଦ୍ଧତି ମଧ୍ୟ ଆବିଷ୍କାର କରାଯାଉଛି । ତଥାପି ଏ ରୋଗ ହ୍ରାସ ପାଇବା ବଦଳରେ ଦ୍ରୁତଗତିରେ ବଢିଚାଲିଛି । ଏହାର ବିଭିନ୍ନ କାରଣ ମଧ୍ୟରୁ ଜୀବନଶୈଳୀରେ ପରିବର୍ତ୍ତନ ମୁଖ୍ୟ କାରଣ । କର୍କଟ ଏତେ ବିପଜ୍ଜନକ ଏବଂ ମାରାତ୍ମକ ରୋଗ ଯାହା ସହ ଲଢିବା ଅତ୍ୟନ୍ତ କଷ୍ଟକର ।

WHO ତଥ୍ୟ ଅନୁଯାୟୀ, ଭାରତରେ ପ୍ରତି ଏକ ଘଣ୍ଟାରେ 159 ଜଣ କର୍କଟରେ ପ୍ରାଣ ହରାନ୍ତି । ସଠିକ୍ ସମୟରେ ରୋଗ ଚିହ୍ନଟ ହୋଇନପାରିବା, ଏହାର ମୁଖ୍ୟ କାରଣ ହୋଇଥାଏ । ତେବେ ବିଶ୍ବ କର୍କଟ ଦିବସରେ ଆଲୋଚନା କରିବା କର୍କଟର କେତେକ ପ୍ରମୁଖ ଲକ୍ଷଣ ବାବଦରେ, ଯାହା ସାମାନ୍ୟ ଦୃଶ୍ୟମାନ ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରାଇନେବା ଜରୁରୀ ।

କାଶକୁ ଅଣଦେଖା କରନ୍ତୁ ନାହିଁ:-

କାଶ ଏପରି ଏକ ସମସ୍ୟା ଯାହା ଅନେକ ରୋଗରେ ମଧ୍ୟ ଦେଖାଯାଏ । ସାଧାରଣତଃ ଭାଇରାଲ୍ ସଂକ୍ରମଣ, ଆଜମା, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ(COPD) ଏବଂ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ(GERD) ଆଦି କାରଣରୁ କାଶ ହୋଇଥାଏ । କିନ୍ତୁ ଯଦି କାଶ କ୍ରମାଗତ ଭାବରେ ଲାଗିରହୁଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କୁ ଜଣାନ୍ତୁ । ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ସବୁଠୁ ବଡ କଥା ହେଉଛି, ଯଦି କାଶରେ ରକ୍ତ ପଡୁଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅନ୍ତନଳୀରେ ଏହି ପରିବର୍ତ୍ତନଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ:-

ଯଦି ଅନ୍ତନଳୀରେ କ୍ରମାଗତ ପରିବର୍ତ୍ତନ ଆସେ, ତେବେ ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା(NHS) ଅନୁଯାୟୀ, ଅନ୍ତନଳୀ କର୍କଟରେ ରୋଗୀ ବାରମ୍ବାର ପରିସ୍ରା ଅନୁଭବ କରନ୍ତି । ବେଳେବେଳେ ପରିସ୍ରାରେ ମଧ୍ୟ ରକ୍ତ ପଡିଥାଏ । ତେଣୁ ଏହି ଲକ୍ଷଣ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ ।

ଶରୀରର କୌଣସି ସ୍ଥାନରେ ଗଣ୍ଠି ଭଳି ଫୁଲା ଦେଖାଗଲେ ଧ୍ୟାନ ଦିଅନ୍ତୁ:-

ଯଦି ହଠାତ୍ ଶରୀରର କୌଣସି ସ୍ଥାନରେ ଗଣ୍ଠି ଭଳି ଫୁଲା ଉତ୍ପନ୍ନ ହୁଏ, ତେବେ ସତର୍କ ହେବା ନିହାତି ଜରୁରୀ । ଯଦି ଏହାକୁ ଜୋର୍ କରି ଦବାଇଲେ ଯନ୍ତ୍ରଣା ହୁଏଏ, ତେବେ କର୍କଟ ହେବାର ଆଶଙ୍କା ଥାଇପାରେ । ଏହି ଫୁଲାର ଧୀରେ ଧୀରେ ବୃଦ୍ଧି ମଧ୍ୟ ଏକ ବିପଦ ସଙ୍କେତ । ଯଦି ସ୍ତନ, ଅଣ୍ଡକୋଷ(ଟେଷ୍ଟିକୁଲାର), ବେକ, ବାହୁ ଏବଂ ଗୋଡରେ ଫୁଲା ସୃଷ୍ଟି ହୁଏ ତେବେ ବିଳମ୍ବ ନକରି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ଚର୍ମର ଦାଗ ଉପରେ ନଜର ରଖନ୍ତୁ:-

କର୍କଟର ପ୍ରାରମ୍ଭିକ ପର୍ଯ୍ୟାୟକୁ ଚିହ୍ନିବା ପାଇଁ ଏହି ଲକ୍ଷଣକୁ ଧ୍ୟାନରେ ରଖିବା ଉଚିତ୍ । ଯଦି ଶରୀରରେ କୌଣସି ସ୍ଥାନରେ ଏକ ଦାଗ ଅଛି, ତେବେ ଏହାର ଆକାରକୁ କ୍ରମାଗତ ଭାବରେ ଦେଖନ୍ତୁ । ଯଦି ଏହାର ଆକାର ଏବଂ ରଙ୍ଗ ବଦଳୁଛି, ତେବେ ଏହା ମେଲାନୋମାର ଲକ୍ଷଣ ହୋଇପାରେ, ଯାହା ଚର୍ମ କର୍କଟ ରୋଗର ସବୁଠାରୁ ବଡ କାରଣ ।

ଓଜନ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ:-

ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଓଜନ ହଠାତ୍ କମିଯାଉଛି ତେବେ ସାବଧାନ ରୁହନ୍ତୁ । ଏହା କର୍କଟର ଲକ୍ଷଣ ହୋଇପାରେ । ଏହା ରୋଗର ପ୍ରଥମ ଲକ୍ଷଣ ହୋଇଥାଏ । ଆମେରିକାନ୍ କ୍ୟାନସର ସୋସାଇଟି(ଏସିଏସ୍) ଅନୁଯାୟୀ, ହଠାତ୍ ଓଜନ ହ୍ରାସ ପେଟ, ଅଗ୍ନାଶୟ, ଏସୋଫ୍ୟାଗସ୍ ଏବଂ ଫୁସଫୁସକୁ ପ୍ରଭାବିତ କରୁଥିବା କର୍କଟ ରୋଗର ସଙ୍କେତ ହୋଇପାରେ ।

ଖାଦ୍ୟ ଗିଳିବାରେ ଅସୁବିଧା ହେଉଥିଲେ ସତର୍କ ରୁହନ୍ତୁ:-

ଯଦି ଖାଦ୍ୟ ଗିଳିବାରେ ଅସୁବିଧା ହୁଏ ତେବେ ଡିସ୍‌ଫୋଗିଆ ଅଛି । କର୍କଟ ରୋଗୀଙ୍କ ଗଳାରେ ଟ୍ୟୁମର ବଢୁଥିବାବେଳେ ଏହା ହୁଏ । ଏହି ଖାଦ୍ୟ ଗିଳିବା ଟ୍ୟୁବ୍କୁ ଜାମ କରେ, ତେଣୁ ଖାଦ୍ୟ ଗିଳିବାରେ ଅସୁବିଧା ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.