ETV Bharat / sukhibhava

World Autism Awareness Day: ଜାଣନ୍ତୁ ଅଟିଜିମ୍ ରୋଗର କାରଣ, ଲକ୍ଷଣ ଓ ନିରାକରଣ - ମସ୍ତିଷ୍କ ରୋଗ

ଆଜି ବିଶ୍ବ ଅଟିଜିମ୍ ସଚେତନତା ଦିବସ । ଅଟିଜିମ୍ କଣ, କାହିଁକି ହୁଏ ଏବଂ ଏହି ରୋଗର ଚିକିତ୍ସା ଅଛି କି ନାହିଁ ଜାଣନ୍ତୁ

Etv Bharat
Etv Bharat
author img

By

Published : Apr 1, 2023, 5:01 PM IST

Updated : Apr 2, 2023, 6:09 AM IST

ହାଇଦ୍ରାବାଦ: ସମଗ୍ର ବିଶ୍ୱରେ ଅଟିଜିମରେ ପୀଡିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ବାବଦରେ ଅନେକ ଲୋକ ଅବଗତ ନାହାନ୍ତି । ଏହାର ଅର୍ଥ ଏବେ ମଧ୍ୟ ଅଟିଜିମରେ ପୀଡିତ ବ୍ୟକ୍ତି ଅବହେଳିତ । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅପ୍ରେଲ 2କୁ ବିଶ୍ବ ଅଟିଜିମ ସଚେତନତା ଦିବସ ରୂପେ ପାଳନ କରାଯାଉଛି । ରୋଗର କାରଣ, କେମିତି ଚିକିତ୍ସା କରିବେ ଏବଂ ସତର୍କ ରହିବେ ସେ ବାବଦରେ ସୂଚନା ଦିଏ ଏହି ଦିବସ ।

Autism
Autism

ଅଟିଜିମ୍ କ'ଣ: ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର ହେଉଛି ଏକ ସ୍ନାୟୁଗତ ସମସ୍ୟା । ଛୋଟ ପିଲାମାନେ ବିଶେଷ ଭାବେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ଅବସ୍ଥାରେ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇପାରି ନଥାଏ । ଏହା ଏକ ଜଟିଳ ନ୍ୟୁରୋ-ବିକାଶ ବ୍ୟାଧି । ପିଲାମାନଙ୍କର ସ୍ନାୟୁ ବା ଲର୍ଭ୍ସ ସଠିକ୍ ଭାବେ ବିକଶିତ ନ ହେଲେ ଏହି ରୋଗ ହୋଇଥାଏ ।

Autism
Autism

ସାଧାରଣତଃ ଏହି ରୋଗ 3 ବର୍ଷ ବୟସ ପୂର୍ବରୁ ଦେଖାଯାଏ । ଜନ୍ମ ସମୟରେ ରୋଗ ବାବଦରେ ଜଣାପଡିନଥାଏ । ଧୀରେ ଧୀରେ ପିଲାଟିର ଶାରୀରିକ ଅଭିବୃଦ୍ଧି ସହ ଏହି ରୋଗର ଲକ୍ଷଣ ଦେଖାଯାଏ । ଜଣେ ବ୍ୟକ୍ତିଙ୍କର ସାରା ଜୀବନ ଏହି ଲକ୍ଷଣ ଦେଖାଦେଇପାରେ । ଏହା ସାଧାରଣତଃ ପରିବେଶ ଏବଂ ଜେନେଟିକ କାରଣ ଦ୍ବାରା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:- Autistic Children Mother, ଅବସାଦରେ ରହୁଛନ୍ତି ମାନସିକ ସମସ୍ୟା ଥିବା ଶିଶୁଙ୍କ ମାଆ

ଅଟିଜିମର ଲକ୍ଷଣ: ପିଲାମାନେ ସାମାଜିକ ହେବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅର୍ଥାତ୍ ଅନ୍ୟ ପିଲାମାନଙ୍କ ଭଳି ନିଜ ମନର ଭାବ ପ୍ରକାଶ କରିବାରେ ଅକ୍ଷମ ହୁଅନ୍ତି । କୌଣସି କଥାକୁ ବୁଝିନପାରିବା କିମ୍ବା କହିବାରେ ଅକ୍ଷମତାର ଶିକାର ହୁଅନ୍ତି । ଏଥିସହ କୌଣସି କାର୍ଯ୍ୟରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିପାରନ୍ତି ନାହିଁ ।

ଚିକିତ୍ସା: କିଛି ଡାକ୍ତରଙ୍କ କହିବା ଅନୁସାରେ, ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ପାଇଁ କୌଣସି ସ୍ଥାୟୀ ସମାଧାନ ନାହିଁ । ଅନ୍ୟ କେତେକ ଡାକ୍ତର କହନ୍ତି ଯେ, ଏପରି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ଯାହା ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବେ ଫଳପ୍ରଦ ହୋଇପାରିବ । ଅଟିଜିମ୍‌ ସ୍ପେକ୍ଟ୍ରମ୍ ବ୍ୟାଧିକୁ ସମ୍ପୂର୍ଣ୍ଣ ରୂପେ ଚିକିତ୍ସା କରାଯାଇ ନପାରିଲେ ମଧ୍ୟ ଲକ୍ଷଣକୁ ହ୍ରାସ କରିବା ଏବଂ ଶିଶୁର କାର୍ଯ୍ୟ କରିବାର କ୍ଷମତାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ କେତେକ ଚିକିତ୍ସା କରାଯାଏ । ଅଟିଜିମ୍ ଚିକିତ୍ସାରେ ଔଷଧ, ଆଚରଣଗତ ଶିକ୍ଷା, ଏବଂ ମାନସିକ କୌଶଳ ଯେପରିକି ସାମାଜିକ ଯୋଗାଯୋଗ ଦକ୍ଷତା, ସକରାତ୍ମକ ଆଚରଣ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ଅନ୍ତର୍ଭୁକ୍ତ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Last Updated : Apr 2, 2023, 6:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.