ETV Bharat / sukhibhava

World Anesthesia Day: ଆନାସ୍ଥେସିଆ ଦେଲେ ଅସ୍ତ୍ରୋପଚାରରେ କାହିଁକି ହୁଏନି ଯନ୍ତ୍ରଣା, କାରଣ କହିଲେ ବିଶେଷଜ୍ଞ

ଆନାସ୍ଥେସିଆ ଯୋଗୁଁ ଅସ୍ତ୍ରୋପଚାରରେ କାହିଁକି ହୁଏନି ଯନ୍ତ୍ରଣା ? ଶରୀରରେ ଏହାର ପ୍ରଭାବ କେତେ ସମୟ ପର୍ଯ୍ୟନ୍ତ ରହିଥାଏ ଜାଣନ୍ତୁ

author img

By ETV Bharat Odisha Team

Published : Oct 16, 2023, 5:26 PM IST

World Anesthesia Day
World Anesthesia Day

ହାଇଦ୍ରାବାଦ: ପ୍ରତିବର୍ଷ ଅକ୍ଟୋବର 16 ତାରିଖ ଦିନ ବିଶ୍ବ ଆନାସ୍ଥେସିଆ ଦିବସ ପାଳନ କରାଯାଏ । ଅସ୍ତ୍ରୋପଚାର ସମୟରେ ଆନାସ୍ଥେସିଆ ଦିଆଯାଏ ବୋଲି ସମସ୍ତେ ଜାଣନ୍ତି । ବିଶ୍ବବାସୀଙ୍କୁ ଆନାସ୍ଥେସିଆର ମହତ୍ତ୍ବ ଏବଂ ଆବଶ୍ୟକତା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର 16 ତାରିଖ ଦିନ ବିଶ୍ବ ଆନାସ୍ଥେସିଆ ଦିବସ ପାଳନ କରାଯାଏ । ଆଜିକା ସମୟରେ ଆନାସ୍ଥେସିଆର ଆବଶ୍ୟକତା ବୃଦ୍ଧି ପାଇଛି । କାରଣ ଆନାସ୍ଥେସିଆର ସାହାଯ୍ୟରେ ବଡ ବଡ ଅସ୍ତ୍ରୋପଚାର ମଧ୍ୟ ସଫଳ ହୋଇପାରୁଛି । ଆନାସ୍ଥେସିଆ ଦେବା ଦ୍ବାରା ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ହୁଏ ନାହିଁ । ଛୋଟରୁ ବଡ ଅପରେସନ ସମୟରେ ଆନାସ୍ଥେସିଆ ଦେବା ଦ୍ବାରା ସର୍ଜରୀ ସହଜ ସାଧ୍ୟ ହୋଇଥାଏ ।

ବିଶ୍ବ ଆନାସ୍ଥେସିଆ ଦିବସର ଇତିହାସ: ଚିକିତ୍ସା କ୍ଷେତ୍ରରେ 1846 ମସିହା ଅକ୍ଟୋବର 16 ତାରିଖରେ ସଫଳତାର ସହିତ ଡାଇଥାଇଲ ଇଥର ଆନାସ୍ଥେସିଆର ପ୍ରୟୋଗ କରାଯାଇଥିଲା । ଓ୍ବିଲିୟମ ଟିଜି ମୋର୍ଟନ ଆନୁଷ୍ଠାନିକ ଭଆବେ ଡାଇଥାଇଲ ଇଥରର ପ୍ରଥମ ସଫଳ ବ୍ୟବହାର ହାଓ୍ବାର୍ଡ ସ୍କୁଲ ଅଫ ମେଡିସିନର ମାସାଚୁସେଚ ଜେନେରାଲ ହସ୍ପିଟାଲ ଏକ ଅପରେଟସ ଥିଏଟରରେ କରିଥିଲେ । ଏହାକୁ ସ୍ମରଣ କରିବା ପାଇଁ ସାରା ବିଶ୍ବରେ ଆନାସ୍ଥେସିଆ ଦିବସ ପାଳନ କରାଯାଏ । ଚିକିତ୍ସା କ୍ଷେତ୍ରରେ ଆନାସ୍ଥେସିଆର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ଆନାସ୍ଥେସିଆ ଦିବସ ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ: ଅସ୍ତ୍ରୋପଚାର ବେଳେ ଆନାସ୍ଥେସିଆ କାହିଁକି ଦିଆଯାଏ, ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଆନାସ୍ଥେସିଆ କଣ ?: ଅସ୍ତ୍ରୋପଚାର କିମ୍ବା ଅନ୍ୟ କୌଣସି ଯନ୍ତ୍ରଣାଦାୟକ ପ୍ରକ୍ରିୟା ପୂର୍ବରୁ ରୋଗୀଙ୍କୁ ଆନାସ୍ଥେସିଆ ଦିଆଯାଇଥାଏ । ଏହା ରୋଗୀଙ୍କୁ ଚେତାଶୂନ୍ୟ କରି ବିନା ଯନ୍ତ୍ରଣାରେ ସର୍ଜରୀ କରାଯାଇଥାଏ । ଆନାସ୍ଥେସିଆ ମୁଖ୍ୟତଃ 4 ପ୍ରକାରର ହୋଇଥାଏ । ଜେନେରାଲ, ରିଜିଓନାଲ, ସେଡେସନ ଏବଂ ଲୋକାଲ ଆନାସ୍ଥେସିଆ । ତେବେ କେତେକ କ୍ଷେତ୍ରରେ ଆନାସ୍ଥେସିଆ ଦେବାର କିଛି ସମୟ ପରେ ରୋଗୀର ପାଟି ସୁଖିଯିବା, ଗଳା ଯନ୍ତ୍ରଣା, ନିଦ୍ରା ସମସ୍ୟା, ମାଂସପେଶୀ ଯନ୍ତ୍ରଣା, ଭ୍ରମ ଏବଂ କମ୍ପନ ଅନୁଭବ ହେବାର ସମ୍ଭାବନା ଅଧିକ ରହିଥାଏ।

ଆନାସ୍ଥେସିଆ ଦେବା ଦ୍ବାରା କାହିଁକି ଯନ୍ତ୍ରଣା ହୁଏ ନାହିଁ: ଆନାସ୍ଥେସିଆ ହେଉଛି ଚେତାଶୂନ୍ୟ କରିବାର ଏକ ପ୍ରକ୍ରିୟା । ଆନାସ୍ଥେସିଆ ଦେବା ପରେ ରୋଗୀ ଶୋଇବା ଆରମ୍ଭ କରେ। ଏହି କାରଣ ଯୋଗୁଁ ଅପରେସନ୍ ଚାପମୁକ୍ତ ରହିଥାଏ ଏବଂ ଶରୀରରେ ଯାହା ହେଲେ ମଧ୍ୟ ରୋଗୀ ଜାଣି ପାରନ୍ତି ନାହିଁ । କିନ୍ତୁ କେତେକ ଆନାସ୍ଥେସିଆରେ ନିଦ ହୋଇନଥାଏ । କିନ୍ତୁ ରୋଗୀ ଚାହୁଁଥିଲେ ମଧ୍ୟ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ କରିନଥାଏ । ତେବେ ଆନାସ୍ଥେସିଆ ରୋଗୀର ଯନ୍ତ୍ରଣାକୁ ହ୍ରାସ କରିଥାଏ। ତେଣୁ ଏହା ଚିକିତ୍ସା ବିଜ୍ଞାନରେ ଏକ ଚମତ୍କାରିତା ବୋଲି ବିବେଚନା କରାଯାଏ । ଏହା ଦ୍ବାରା ଅସ୍ତ୍ରୋପଚାର ହେବାକୁ ଥିବା ସ୍ଥାନକୁ ଅବଶ ବା କାଲୁଆ କରିଦିଆଯାଇଥାଏ। ଏହି କାରଣରୁ ମସ୍ତିଷ୍କରେ ଉତ୍ପାଦିତ ରାସାୟନିକ ପଦାର୍ଥ ନ୍ୟୁରୋଟ୍ରାନ୍ସମିଟର ସହିତ ମିଶ୍ରିତ ହୁଏ । ଫଳରେ ଶରୀର ମସ୍ତିଷ୍କ ଏବଂ ଅନ୍ୟାନ୍ୟ ଅଙ୍ଗ ସହିତ ସମ୍ପର୍କ ହରାଇଥାଏ । ଆନାସ୍ଥେସିଆ ଦେବାବେଳେ ଅସ୍ତ୍ରୋପଚାରର ସମୟକୁ ଧ୍ୟାନରେ ରଖାଯାଏ । ଅସ୍ତ୍ରୋପଚାରର ସମୟକୁ ଧ୍ୟାନରେ ରଖି ସେହି ଅନୁସାରେ ଆନାସ୍ଥେସିଆ ଦିଆଯାଇଥାଏ । ସାଧାରଣତଃ ଏହାର ପ୍ରଭାବ ପ୍ରାୟ 5ରୁ 7 ଘଣ୍ଟା ରହିଥାଏ । କିନ୍ତୁ କେତେକ ଆନାସ୍ଥେସିଆ ଜଟିଳ ସର୍ଜରୀ ସମୟରେ ଅଧିକ ସମୟ କାର୍ଯ୍ୟ କରିବା ପାଇଁ ଦିଆଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.