ETV Bharat / sukhibhava

କେଉଁ ମହିଳାମାନେ ଅଧିକ ବୟସ ବଞ୍ଚି ଥାଆନ୍ତି, ଋତୁସ୍ରାବ ଏବଂ ମେନୋପୋଜ ସହ କଣ ସମ୍ବନ୍ଧ ଜାଣନ୍ତୁ

କେଉଁ ମହିଳାମାନେ ଅଧିକ ଦିନ ବଞ୍ଚି ଥାଆନ୍ତି? ଋତୁସ୍ରାବ ଏବଂ ମେନୋପୋଜ ସହ ସମ୍ବନ୍ଧ ରହିଛି କି? ପଢନ୍ତୁ ଖବର

author img

By ETV Bharat Odisha Team

Published : Sep 18, 2023, 5:46 PM IST

Updated : Sep 19, 2023, 12:18 PM IST

Longevity Linked to Late Menarche
Longevity Linked to Late Menarche

ହାଇଦ୍ରାବାଦ: କିଛି ମହିଳା ଅଧିକ ଦିନ ବଞ୍ଚୁଥିବା ବେଳେ କିଛି ଜଣ କମ ଦିନ ବଞ୍ଚିଥାଆନ୍ତି। ତେବେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଜୀବନରେ ଅନେକ ଜଟିଳତା ରହିଥାଏ ବୋଲି କୁହାଯାଏ। ଋତୁସ୍ରାବ ନାରୀତ୍ବର ପରିଚୟ ବୋଲି କୁହାଯାଏ। ପ୍ରାୟତଃ 12ରୁ 15 ବର୍ଷ ବୟସରେ ପ୍ରତ୍ୟେକ ମହିଳାଙ୍କର ଋତୁସ୍ରାବ ଆରମ୍ଭ ହୋଇଥାଏ ଏବଂ 40ରୁ 50 ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥାଏ ।

ଯେତେବେଳେ 40ରୁ 50 ବର୍ଷ ବୟସରେ ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବ ବନ୍ଦ ହୁଏ ତାହାକୁ ମେନୋପୋଜ କୁହାଯାଏ। ଏହା ଏକ ପ୍ରାକୃତିକ ପ୍ରକ୍ରିୟାରେ ଅନେକ ହରମୋନରେ ଅହେତୁକ ପରିବର୍ତ୍ତନ ହୋଇଥାଏ । ଋତୁସ୍ରାବର ଆରମ୍ଭ ଏବଂ ମେନୋପୋଜର ସମୟ ମହିଳାଙ୍କଠାରୁ ଭିନ୍ନ ହୋଇଥାଏ। ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ, ମହିଳାଙ୍କ ବୟସ ଋତୁସ୍ରାବ ଏବଂ ମେନୋପୋଜ ସହିତ ସିଧାସଳଖ ଜଡ଼ିତ । ତେବେ ଯେଉଁମାନଙ୍କର ଋତୁସ୍ରାବ ବିଳମ୍ବରେ ଆରମ୍ଭ ହୁଏ ଏବଂ ମେନୋପୋଜ ବିଳମ୍ବରେ ହୁଏ, ଉକ୍ତ ମହିଳାମାନେ 90 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଆନ୍ତି ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି ।

16 ହଜାର ମହିଳାଙ୍କୁ ନେଇ କରାଯାଇଥିଲା ଅଧ୍ୟୟନ: ଏକ ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ମହିଳାଙ୍କ ଶୀଘ୍ର ଋତୁସ୍ରାବ ଏବଂ ମନୋପୋଜ ହୋଇଥାଏ, ଏମାନଙ୍କ ତୁଳନାରେ ଯେଉଁ ମହିଳାଙ୍କ ଋତୁସ୍ରାବ ଏବଂ ମେନାପୋଜ୍ ବିଳମ୍ବ ହୋଇଥାଏ ସେମାନେ ଅଧିକ ଦିନ ବଞ୍ଚିଥାଆନ୍ତି ବୋଲି କୁହାଯାଇଛି । ପ୍ରଜନନ ପ୍ରକ୍ରିୟା ଜଣଙ୍କର ବୟସ ସହ ଜଡ଼ିତ ଥିବାରୁ ଏହାର ପ୍ରଭାବ ଆୟୁ ଉପରେ ମଧ୍ୟ ପଡ଼ିଥାଏ । ଏହା ହେଉଛି ପ୍ରଥମ ଅନୁସନ୍ଧାନ ଯେଉଁଥିରେ କି ମହିଳାଙ୍କ ପ୍ରଜନନ ପ୍ରକ୍ରିୟା ଏବଂ ବୟସକୁ ବିସ୍ତୃତ ଭାବରେ ବିଶ୍ଳେଷଣ କରାଯାଇଛି । ଏହି ଅଧ୍ୟୟନରେ, 16251 ମହିଳାଙ୍କ ପ୍ରଜନନ ପ୍ରକ୍ରିୟା ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥିଲା । କିନ୍ତୁ ଏହାକୁ ନେଇ ଅଧ୍ୟୟନ ଆବଶ୍ୟକ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Early period: ସମୟ ପୂର୍ବରୁ କାହିଁକି ହୁଏ ଋତୁସ୍ରାବ, ଏହା କହିଲେ ବୈଜ୍ଞାନିକ

ଏହି ଅଧ୍ୟୟନରେ ଅନ୍ତର୍ଭୁକ୍ତ ମହିଳାଙ୍କ ମଧ୍ୟରୁ 8892 ଜଣଙ୍କ ବୟସ 90 ବର୍ଷ ରହିଥିଲା । ଏହି ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଯେଉଁ ମହିଳାମାନଙ୍କ ଋତୁସ୍ରାବ 12 ବର୍ଷରୁ ଆରମ୍ଭ ହୋଇଥିଲା, ସେମାନଙ୍କ ମଧ୍ୟରୁ କେବଳ 9 ପ୍ରତିଶତ 90 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ । ଯେଉଁମାନଙ୍କର ମେନାପୋଜର ବୟସ 50 ବର୍ଷ ରହିଥିଲା, ସେମାନଙ୍କ ମଧ୍ୟରୁ 20 ପ୍ରତିଶତରୁ ଅଧିକ 90 ବର୍ଷ ବୟସରେ ବଞ୍ଚିଥିଲେ ।

ଏଥି ସହିତ ପ୍ରାୟ 40 ବର୍ଷ ବୟସରେ ମେନୋପାଜ୍ ହୋଇଥିବା ଅଧିକାଂଶ ମହିଳାଙ୍କ 90 ବର୍ଷ ବୟସ ପୂର୍ବରୁ ମୃତ୍ୟୁ ହୋଇଥିଲା । ତଥାପି ମେନୋପୋଜ୍ ଥିବା ମହିଳାମାନେ କାହିଁକି ଅଧିକ ଦିନ ବଞ୍ଚନ୍ତି, ଏନେଇ ବିଶେଷ ଭାବେ ବିଶ୍ଲେଷଣ କରାଯାଇ ନାହିଁ । କିନ୍ତୁ ରିସର୍ଚ୍ଚରେ ଏହା କୁହାଯାଇଛି ଯେ ଅଧିକ ବୟସରେ ପିରିୟଡ୍ସ ଏବଂ ମେନାପୋଜ ମହିଳାଙ୍କୁ ସୁସ୍ଥ ରଖିଥାଏ ।

Last Updated : Sep 19, 2023, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.