ETV Bharat / sukhibhava

ନବଜାତକଙ୍କ ଆଖିରେ ଆସିନଥାଏ ଲୁହ, ଏହା କାରଣ କହିଲେ ଏକ୍ସପର୍ଟ - ନବଜାତକଙ୍କ ଆଖିରେ କାହିଁକି ଆସେନି ଲୁହ

Blocked Tear Duct: ସାଧାରଣତଃ ଛୁଆ ଜନ୍ମ ହେବା ପରେ ଆଖିରେ ଲୁହ ଆସିନଥାଏ । ଏହା ପଛରେ କଣ ରହିଛି କାରଣ । ଜାଣିବା ପାଇଁ ପଢନ୍ତୁ ପୁରା ଖବର

Blocked Tear Duct
Blocked Tear Duct
author img

By ETV Bharat Odisha Team

Published : Dec 13, 2023, 5:04 PM IST

ହାଇଦ୍ରାବାଦ: ସାଧାରଣ ଆଘାତ ଲାଗିଲେ ମଧ୍ୟ ଆଖିରେ ଲୁହ ଆସି ଯାଇଥାଏ । ସେହିପରି ଛୋଟ ଛୁଆ ମଧ୍ୟ ସର୍ବଦା କାନ୍ଦି ଥାଆନ୍ତି । ସାଧାରଣତଃ ଛୁଆ ଜନ୍ମ ହେବା ପରେ କାନ୍ଦିବା ଦ୍ବାରା ଛୁଆ ସୁସ୍ଥ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ନବଜାତ କାନ୍ଦିଲେ ଆଖିରେ ଲୁହ କାହିଁକି ଆସେ ନାହିଁ ? ଅନେକ ଛୁଆ ରହିଛନ୍ତି ଯେଉଁମାନେ କି ଚିତ୍କାର କରି କାନ୍ଦୁଥିଲେ ହେଁ ଆଖିରେ ଲୁହ ଆସିନଥାଏ । ନବଜାତ ଜନ୍ମ ହେବା ପରେ ନୂଆ ଦୁନିଆକୁ ଦେଖିଥାଏ, ଏହା ସହିତ ଭୋକ ଲାଗିବା ଯୋଗୁଁ ଚିତ୍କାର କରି କାନ୍ଦିଥାଏ । କିନ୍ତୁ ଆଖିରେ ଲୁହ ଆସିନଥାଏ । ଅନେକ ସ୍ଥଳରେ ବାପା ମାଆ ଏହାକୁ ଗମ୍ଭୀରତାର ସହ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ଏହା ଏକ ସାଧାରଣ ଅବସ୍ଥା ।

ଏହି କାରଣ ଯୋଗୁଁ ଆଖିରୁ ବାହାରେ ନାହିଁ ଲୁହ: ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ନବଜାତ ଶିଶୁ କାନ୍ଦିଥାଏ କିନ୍ତୁ ଆଖିରେ ଲୁହ ଆସିଥାଏ। କାରଣ ଜନ୍ମ ସମୟରେ ଆଖିରେ ଲୁହ ତିଆରି ହେଉଥିବା ନାଳୀ( ଟିୟର ଡକ୍ଟ) ବିକଶିତ ହୋଇନଥାଏ। ଏହା ବ୍ୟତୀତ ଆଖିରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ନଥାଏ । ଅଳ୍ପ ପରିମାଣରେ ପାଣି ରହିଥାଏ ଯାହାକି ଆଖିକୁ ଆର୍ଦ୍ର ରଖିବା ସହିତ ଶୁଖିବାକୁ ଦିଏ ନାହିଁ। ଜନ୍ମ ହେବାର 4ରୁ 5 ସପ୍ତାହ ପରେ ଛୁଆର ଆଖିରେ ଟିୟର ଡକ୍ଟ ତିଆରି ହୋଇଥାଏ । ଏହାପରେ କାନ୍ଦିବା ଦ୍ବାରା ଆଖିରେ ଲୁହ ଆସିଥାଏ ।

ଏହା ମଧ୍ୟ ପଢନ୍ତୁ: Watery Eyes: ବିନା କାରଣରେ ଆଖିରେ ଲୁହ ଆସୁଛି କି, ଆପଣାନ୍ତୁ ଏହି ଘରୋଇ ଉପଚାର

ନବଜାତକର ବାହାରେ ନାହିଁ ଝାଳ: ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନବଜାତକର ଆଖିରେ ଲୁହ ଆସେ ନାହିଁ କିନ୍ତୁ ତା ସହିତ ଲୁହ ମଧ୍ୟ ଆସିନଥାଏ । ତେବେ ଛୁଆ ଜନ୍ମ ହେବା ସମୟରେ ଶରୀରରେ ଝାଳ ପ୍ରସ୍ତୁତ କରୁଥିବା ଗ୍ରନ୍ଥି ବିକଶିତ ହୋଇନଥାଏ । ଏହି କାରଣରୁ ଝାଳ ବାହାରେ ନାହିଁ । ତେବେ ସମୟ କ୍ରମେ ଏହି ଗ୍ରନ୍ଥିର ବିକାଶ ହେବା ଦ୍ବାରା ପ୍ରଥମେ କପାଳରୁ ଝାଳ ବାହାରିଥାଏ। ଏହାପରେ ହାତ ଏବଂ ଗୋଡରୁ ଝାଳ ବାହାରିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୁଆ ଜନ୍ମ ହେବାର 4କୁ 5 ସପ୍ତାହ ମଧ୍ୟରେ ଅନେକ ଗ୍ରନ୍ଥି ବିକଶିତ ହୋଇଥାଏ ଏହା ପରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ହୋଇଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ତଥ୍ୟ ଆଧାରିତ ଖବର ଅଟେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.