ETV Bharat / sukhibhava

କାହିଁକି ଓ୍ବେଷ୍ଟର୍ନ ଟଏଲେଟଠୁ ଉପଯୋଗୀ ହୋଇଥାଏ ଇଣ୍ଡିଆନ ଟଏଲେଟ, ଜାଣନ୍ତୁ କାରଣ

author img

By

Published : Jun 20, 2023, 3:51 PM IST

ଆଜିକାଲି ଓ୍ବେଷ୍ଟର୍ନ ଟଏଲେଟର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଲୋକମାନେ ବର୍ତ୍ତମାନ ଇଣ୍ଡିଆନ ଟଏଲେଟର ବ୍ୟବହାର ହ୍ରାସ ପାଉଛି। କିନ୍ତୁ ଆପଣ ଜାଣନ୍ତି କି ଇଣ୍ଡିଆନ ଶୌଚାଳୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

Indian toilet vs western toilet
Indian toilet vs western toilet

ହାଇଦ୍ରାବାଦ: ଆଜିକାଲି ଲୋକମାନେ ସେମାନଙ୍କର ସୁବିଧା ଅନୁଯାୟୀ ଜୀବନଶୈଳୀକୁ ପରିବର୍ତ୍ତନ କରୁଛନ୍ତି । ଟେକ୍ନୋଲୋଜି ହେଉ କିମ୍ବା ଓ୍ବେଷ୍ଟର୍ନ ଶୌଚାଳୟର ବ୍ୟବହାର ହେଉ, ଲୋକମାନେ କ୍ରମାଗତ ଭାବରେ ନୂତନ ଏବଂ ସୁବିଧାଜନକ ଜିନିଷ ଗ୍ରହଣ କରୁଛନ୍ତି । ଓ୍ବେଷ୍ଟର୍ନ ଟଏଲେଟର ବ୍ୟବହାର କରିବା ପାଇଁ ଲୋକମାନେ ପସନ୍ଦ କରିଥାଆନ୍ତି । କିଛି ଲୋକ ନିଜ ସୁବିଧା ପାଇଁ ଏହାକୁ ବ୍ୟବହାର କରୁଥିବା ବେଳେ ଆଉ କିଛି ଜଣ ସମୟ ସହ ପରିବର୍ତ୍ତନ ହୋଇ ଏହାର ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ନିଜ ସୁବିଧା ପାଇଁ ବ୍ୟବହାର କରୁଥିବା ଓ୍ବେଷ୍ଟର୍ନ ଟଏଲେଟ ପ୍ରକୃତରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଜାଣନ୍ତୁ ଓ୍ବେଷ୍ଟର୍ନ ଟଏଲେଟ ଅପେକ୍ଷା ଇଣ୍ଡିଆନ ଟଏଲେଟ କାହିଁକି ଉପଯୋଗୀ ହୋଇଥାଏ ?

ଏହା ମଧ୍ୟ ପଢନ୍ତୁ: World Refugee Day: ଆଜି ବିଶ୍ୱ ଶରଣାର୍ଥୀ ଦିବସ, ହିଂସା କମିଲେ କମିବ ଶରଣାର୍ଥୀ ସଂଖ୍ୟା

  1. ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ: ଶରୀରକୁ ସୁସ୍ଥ ରଖିବାରେ ଇଣ୍ଡିଆନ ଟଏଲେଟ ବହୁତ ସହାୟକ ହୋଇପାରେ । ବାସ୍ତବରେ, ଏହାକୁ ବ୍ୟବହାର କରିବା ହେଉଛି ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ । 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଏକ ଇଣ୍ଡିଆନ ଟଏଲେଟ ବସିବା ଜିମ୍‌ରେ ସ୍କ୍ବାଟ୍ସ ସହିତ ସମାନ । ଯାହା ଶରୀରକୁ ଫିଟ୍‌ ରଖିବା ସହ ଶରୀରରେ ରକ୍ତ ସଞ୍ଚାଳନ କ୍ରିୟାକୁ ମଧ୍ୟ ଠିକ ରଖେ ।
  2. ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ଇଣ୍ଡିଆନ୍‌ ଟଏଲେଟର ବ୍ୟବହାର କରିବା ଦ୍ୱାରା ପେଟ ସଙ୍କୁଚିତ ହୁଏ, ଫଳସ୍ୱରୂପ ଭଲ ହଜମ ଏବଂ ପେଟ ପରିଷ୍କାର ହୋଇଯାଏ। କିନ୍ତୁ ଓ୍ବେଷ୍ଟନ ଟଏଲେଟ ବ୍ୟବହାର କରିବା ଦ୍ୱାରା ପେଟ ଉପରେ ଚାପ ପଡ଼େ ନାହିଁ, ଯାହା ପେଟରେ ସମସ୍ୟା ସୃଷ୍ଟି କରିପାରେ ।
  3. କାଗଜ ଏବଂ ଜଳ ଅପଚୟ ସଞ୍ଚୟ : ବିଦ୍ୟାଳୟ-କଲେଜ, ଅଫିସ୍ କିମ୍ବା ଘରେ ନିର୍ମିତ ଓ୍ବେଷ୍ଟନ ଟଏଲେଟ ବ୍ୟବହାର କରିବା ସମୟରେ ବହୁ ପାଣି ଏବଂ କାଗଜ ବ୍ୟବହାର କରାଯାଏ, ଯାହା ବହୁ ଅପଚୟ କରିଥାଏ। କିନ୍ତୁ ଏହାର ବିପରୀତରେ, ଇଣ୍ଡିଆନ ଟଏଲେଟରେ କାଗଜ ଆବଶ୍ୟକ ହୁଏ ନାହିଁ ଏବଂ ସୀମିତ ପରିମାଣରେ ଜଳ ମଧ୍ୟ ବ୍ୟବହୃତ ହୁଏ।
  4. କର୍କଟ ସମେତ ଗୁରୁତର ରୋଗରୁ ରକ୍ଷା: ଇଣ୍ଡିଆନ ଟଏଲେଟର ବ୍ୟବହାର କରିବା ଦ୍ୱାରା କେବଳ ପେଟ ସଫା ହୋଇନଥାଏ ବରଂ କୋଲନ କର୍କଟ ଏବଂ ଅନ୍ୟାନ୍ୟ ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ । ବାସ୍ତବରେ ଇଣ୍ଡିଆନ ଟଏଲେଟ ପେଟକୁ ଭଲ ଭାବରେ ସଫା କରିଥାଏ । ଯାହା କୋଷ୍ଠକାଠିନ୍ୟ, ଆପେଣ୍ଡିସାଇଟିସ୍, କୋଲୋନ୍ କର୍କଟ ଏବଂ ଅନ୍ୟାନ୍ୟ ରୋଗର ସମ୍ଭାବନାକୁ ହ୍ରାସ କରିଥାଏ ।

ପ୍ରସ୍ତାବଗୁଡ଼ିକ କେବଳ ସାଧାରଣ ସୂଚନା ଉପରେ ଆଧାରିତ । ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.