ETV Bharat / sukhibhava

Eating Wrapped Food In Newspaper: ସାବଧାନ ! ଖବରକାଗଜରେ ଖାଉଛନ୍ତି କି ? - ଖବରକାଗଜରେ ଖାଇଲେ କଣ ହୁଏ

ଖବରକାଗଜରେ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରନ୍ତି ଗମ୍ଭୀର ରୋଗର ଶିକାର । ଅଧିକ ପଢନ୍ତୁ

Eating Wrapped Food In Newspaper
Eating Wrapped Food In Newspaper
author img

By ETV Bharat Odisha Team

Published : Oct 6, 2023, 8:09 PM IST

ହାଇଦ୍ରାବାଦ: ଅନେକ ସମୟରେ ଲୋକେ ପେପରରେ ଖାଦ୍ୟ ଖାଇଥାଆନ୍ତି । ପ୍ରାୟତଃ ଲୋକମାନେ ରାସ୍ତା କଡ଼ରେ, ଟ୍ରେନ୍ ଏବଂ ବସରେ ଖବରକାଗଜରେ ଖାଦ୍ୟ ଖାଇଥାଆନ୍ତି । ଚଣାମସଲାଠୁ ଆରମ୍ଭ କରି ବେଲପୁରୀ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ଖବରକାଗଜରେ ଲୋକେ ଖାଇଥାଆନ୍ତି । କିନ୍ତୁ କେବେ ଭାବିଛନ୍ତି କି ଏହି ସ୍ବାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇବ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖବରକାଗଜ ଇଙ୍କ ଏବଂ ଅନେକ ରାସାୟନିକ ପଦାର୍ଥ ରହିଥାଏ । ଯାହା ଶରୀରକୁ ପ୍ରବେଶ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଅର୍ଥାତ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ତେବେ ଜାଣନ୍ତୁ ଖବରକାଗଜରେ ଖାଇବା ଦ୍ବାରା କଣ ହୁଏ ।

କ୍ୟାନ୍ସର: ଅନେକ ବିପଜ୍ଜନକ ରାସାୟନିକ ପଦାର୍ଥ ଖବରକାଗଜ ଇଙ୍କରେ ରହିଥାଏ । ଆଇସୋବ୍ୟୁଟାଇଲ ଫେଟେଲେଟ୍, ଡାଇନ୍ ଆଇସୋବ୍ୟୁଟାଇଲେଟ୍ ଭଳି ରାସାୟନିକ ପଦାର୍ଥ ଇଙ୍କରେ ରହିଥିବା ବେଳେ ଏହା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ଯେତେବେଳେ ଏକ ଗମର ଖାଦ୍ୟକୁ ଖବରକାଗଜ ଉପରେ ରଖାଯାଏ ତେବେ ସେଥିର ଇଙ୍କ ଖାଦ୍ୟରେ ଲାଗିଥାଏ । ଏହି ଇଙ୍କ ଶରୀର ଭିତରକୁ ପ୍ରବେଶ କରିବା ଦ୍ବାରା ବହୁତ କ୍ଷତି କରିଥାଏ । ଏହି ରାସାୟନିକ ପଦାର୍ଥ ଆମକୁ କର୍କଟ ଭଳି ବିପଜ୍ଜନକ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ । ତେଣୁ ଗରମ ଖାଦ୍ୟକୁ ଖବର କାଗଜ ଉପରେ ରଖିବା ଉଚିତ ନୁହେଁ ବୋଲି କୁହାଯାଇଛି ।

ପାଚନକ୍ରିୟାରେ ସମସ୍ୟା: ଖବରକାଗଜରେ ଆବୃତ ଖାଦ୍ୟ ଖାଇବା ଦ୍ୱାରା ହଜମ କ୍ରିୟାରେ ସମସ୍ୟା ହୋଇଥାଏ। ଖବରକାଗଜ ଇଙ୍କ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ପେଟରେ ପ୍ରବେଶ କରି ହଜମ ପ୍ରକ୍ରିୟାର୍ ବ୍ୟାଘାତ ହୋଇଥାଏ। ଏହା ପେଟରେ ଉତ୍ତେଜନା, ଅମ୍ଳତା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି କରିପାରେ। ଦୀର୍ଘ ସମୟ ଧରି ଖବରକାଗଜରେ ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଦୁର୍ବଳ ହୋଇପାରେ। ହଜମକ୍ରିୟାକୁ ଠିକ ରଖିବା ସହିତ ସୁସ୍ଥ ରହିବାକୁ ହେଲେ ଖବରକାଗଜ ଠାରୁ ଦୂରେଇ ରହିବା ଉଚିତ।

ହରମୋନରେ ଅସନ୍ତୁଳନତା: ଖବରକାଗଜର କାଗଜ ଏବଂ ଇଙ୍କି ଅନେକ ବିପଜ୍ଜନକ ରାସାୟନିକ ପଦାର୍ଥରେ ତିଆରି ହୋଇଥାଏ। ଆଇସୋପ୍ରୋପିଲ୍ ଆଲକୋହଲ୍, ପଲିଏଥିଲିନ୍ ଗ୍ଲାଇକଲ୍, ଡାଇଥାଇଲନ୍ ଗ୍ଲାଇକଲ୍ ପରି ରାସାୟନିକ ପଦାର୍ଥ ସାଧାରଣତଃ ଖବରକାଗଜ ଇଙ୍କରେ ବ୍ୟବହୃତ ହୁଏ। ଏହି ରାସାୟନିକ ପଦାର୍ଥ ଖାଦ୍ୟ ଦ୍ବାରା ଶରୀରରେ ପ୍ରବେଶ କରିବା ଦ୍ବାରା ହରମୋନରେ ଅସନ୍ତୁଳତା ଦେଖାଯାଇଥାଏ। ଏହି କାରଣରୁ ଥାଇରଏଡ୍, ଇନସୁଲିନ୍, ଇଷ୍ଟ୍ରୋଜେନ୍ ଇତ୍ୟାଦି ଶରୀରର କେତେକ ହରମୋନରେ ଅସନ୍ତୁଳନତା ଦେଖାଯାଇଥାଏ।

ଆଖିରେ ସମସ୍ୟା: ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଖବରକାଗଜରେ ଖାଦ୍ୟ ଖାଇଥାଆନ୍ତି ତାହେଲେ ଦୃଷ୍ଟିଶକ୍ତି ହରେଇବାର ସମ୍ଭାବନା ଅଧିକ ରହିଥାଏ ବୋଲି କୁହାଯାଇଛି। ଖବରକାଗଜ ଇଙ୍କିରେ ଥିବା ବିଷାକ୍ତ ପଦାର୍ଥ ଆଖିକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଅଧିକ ରହିଥାଏ। ବିଶେଷକରି ବୃଦ୍ଧ ଏବଂ ଶିଶୁଙ୍କ ଆଖି ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ରିପୋର୍ଟ ଭିତ୍ତିକ ଖବର ଅଟେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.