ନୂଆଦିଲ୍ଲୀ: ଅସ୍ୱାସ୍ଥ୍ୟକର ଜଙ୍କ ଫୁଡକୁ ଯଥାର୍ଥତା ଦେବାର କୌଣସି କାରଣ ନାହିଁ, ତଥାପି ଏଥିପ୍ରତି ଜଣେ ବ୍ୟକ୍ତି କାହିଁକି ବ୍ୟାକୁଳ ହୁଏ ? ଜଙ୍କ ଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ, ଏହା ହୃଦ୍ରୋଗ, ହୃଦଘାତ, ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ବୋଲି ଜାଣି ମଧ୍ୟ ଆମ ମଧ୍ୟରୁ ଅଧିକାଂଶ ଲୋକେ ଜଙ୍କ୍ ଫୁଡ୍ ପ୍ରତି ଥିବା ଲୋଭକୁ ନିୟନ୍ତ୍ରଣ କରିପାରିନଥାନ୍ତି ।
ଏହା ଉପରେ କାଜଲ ଏବଂ ବୁଶ୍ରା, ଡାଏଟିସିଆନ୍ ଏବଂ 'Healthy Steady Go'ର ସହପ୍ରତିଷ୍ଠାତା ଏହା ଉପରେ ଅନେକ ବିଶ୍ଲେଷଣ କରି କାହିଁକି ଜଣେ ବ୍ୟକ୍ତି ଜଙ୍କ୍ ଫୁଡ୍ ପ୍ରତି ଅଧିକ ଲୋଭାତୁର(junk food crave) ହୋଇଥାଏ, ସେ ଉପରେ ଆଲୋଚନା କରିଛନ୍ତି...
ଖାଦ୍ୟ ଉପରେ ବିଶ୍ବାସ: ଆମମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କରନ୍ତି ଯେ, ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ସ୍ୱାଦିଷ୍ଟ ହୋଇପାରିବ ନାହିଁ ! ଲୋକମାନେ ଫଳ ଏବଂ ପନିପରିବା ପରି ସୁସ୍ଥ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ, କାରଣ ସେମାନେ ପିଲାମାନଙ୍କ ପରି ଏହାକୁ ପସନ୍ଦ କରୁନଥିଲେ । ଏହିପରି ବିଶ୍ୱାସକୁ ପରିବର୍ତ୍ତନ କରନ୍ତୁ ଏବଂ ସୁସ୍ଥକର ଖାଦ୍ୟ ଗ୍ରହଣ କରନ୍ତୁ । ଆପଣ ଜାଣିଛନ୍ତି କି ? ପ୍ରତ୍ୟେକ 5-6 ବର୍ଷରେ ଆପଣଙ୍କ ସ୍ୱାଦର ପରିବର୍ତ୍ତନ ହୋଇଥାଏ ଏବଂ ଅନ୍ୟ କିଛି ଖାଦ୍ୟର ସ୍ୱାଦ ଆସିବା ପର୍ଯ୍ୟନ୍ତ ଏହା 10-12 ଗ୍ରହଣୀୟ ହୋଇଥାଏ । ଆମେ ଜାଣୁ ଜଙ୍କ ଫୁଡ୍ ସ୍ବାଦଯୁକ୍ତ, କିନ୍ତୁ କିଛି ସ୍ୱାଦିଷ୍ଟ ଜିନିଷ ଦ୍ବାରା ଏହାକୁ ସୁସ୍ଥକର କରାଯାଇ ପାରିବ !
ଶୋଇବାରେ ଯଥେଷ୍ଟ ଅଭାବ:-
ଅନେକ ଲୋକ ଶୋଇବାକୁ ଦୁର୍ବଳତାର ସଙ୍କେତ ରୂପେ ବିବେଚନା କରନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ, କମ୍ ଶୋଇବା ଦ୍ବାରା ଜଣେ ବ୍ୟକ୍ତି ଅସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ଅଧିକ ଆକୃଷ୍ଟ ହୋଇଥାଏ । ନିକଟରେ ହୋଇଥିବା ଏକ ଅଧ୍ୟୟନ, ମସ୍ତିଷ୍କର କାର୍ଯ୍ୟକଳାପକୁ ବିଶ୍ଳେଷଣ କରିଥିଲା ଏବଂ ଯେଉଁମାନେ 9 ଘଣ୍ଟା v/s 4 ଘଣ୍ଟା ଶୋଇଥାନ୍ତି ସେମାନଙ୍କ ତୁଳନାରେ, ଯେଉଁମାନେ କମ୍ ଶୋଇଥିଲେ, ସେମାନେ ପନିପରିବା ଏବଂ ଦହି ତୁଳନାରେ ଆଇସ୍କ୍ରିମ୍, ଏବଂ ପିଜା ଚିତ୍ର ଦେଖିବା ସମୟରେ ଅଧିକ ଲୋଭାତୁର ହୋଇଥିଲେ । ଶୋଇବା ଅଭାବ ଆମ ଶରୀରର ସମସ୍ତ ପ୍ରଣାଳୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
ଚାପ: ଏକ ଚାପଗ୍ରସ୍ତ ଅବସ୍ଥାରେ ଆମ ଶରୀରରୁ ଏକ କର୍ଟିସୋଲ ନାମକ ହରମୋନ୍ କ୍ଷରିତ ହୋଇଥାଏ । ଫ୍ୟାଟ୍ସ ଏବଂ ସୁଗାର୍ ଖାଦ୍ୟ ଆରମ ଦାୟକ ଅନୁଭବ କରଥାଏ ବୋଲି ବୈଜ୍ଞାନିକ କ୍ଷେତ୍ରରେ ପ୍ରମାଣିତ ହୋଇଛି । ତେଣୁ ଆମ ଶରୀର ଏହିପରି ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା କରେ । ଅଧ୍ୟୟନରୁ ଜଣାପଡିଛି ଯେ, ଚିନି ମସ୍ତିଷ୍କରେ କର୍ଟିସୋଲ ଏବଂ ଚାପ ସଙ୍କେତକୁ କମ କରିଥାଏ ।
ଅତି ଶୀଘ୍ର ଖାଇବା:- ଆପଣ କେବେ ଭାବିଛନ୍ତି କି ଖାଇବା ପୂର୍ବରୁ 32 ଥର ଚୋବାଇବାକୁ କାହିଁକି କୁହାଯାଏ ? ଠିକ୍, 32 ହେଉଛି ଏକ ସୁଦୂର ସଂଖ୍ୟା, କାରଣ ଆଜିକାଲି ଲୋକମାନେ 5-10 ମିନିଟ୍ ବ୍ୟବଧାନରେ ସେମାନଙ୍କର ସମସ୍ତ ଭୋଜନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ! ଏଥିରୁ ଆମ ଜୀବନ ଏବଂ କାର୍ଯ୍ୟସୂଚୀ କେତେ ବ୍ୟସ୍ତ ତାହା ସ୍ପଷ୍ଟ । ବର୍ତ୍ତମାନ ସମୟରେ ଆମେ ସମସ୍ତେ ଏହି ଅଭ୍ୟାସକୁ ପୁନର୍ବିଚାର କରିବା ଉଚିତ୍ । ଅତିଶୀଘ୍ର ଖାଇବା ଦ୍ୱାରା ଅନ୍ତନଳୀ ଏବଂ ମସ୍ତିଷ୍କ ମଧ୍ୟରେ ଭୁଲ ଯୋଗାଯୋଗ ସୃଷ୍ଟି ହୋଇପାରେ, ଯାହା ଦ୍ବାରା ମସ୍ତିଷ୍କ ଖାଦ୍ୟର ସ୍ବାଦକୁ ବାରି ପାରି ନଥାଏ ।
ହରମୋନାଲ ଅସନ୍ତୁଳନ:- ଆପଣଙ୍କର ମାସିକ ଋତୁସ୍ରାବ ହେଉ କିମ୍ବା ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି, ଶରୀରରେ ହରମୋନ୍ ସଂପୂର୍ଣ୍ଣ ବିଶୃଙ୍ଖଳା ସୃଷ୍ଟି କରିପାରେ । ଯଥା, ଲେପ୍ଟିନ୍ ଏବଂ ସେରୋଟୋନିନ୍ ପରି ହରମୋନ୍ ଯାହା ଆପଣଙ୍କ ଅନ୍ତନଳୀ ଏବଂ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ସହିତ ଜଡିତ, ଏହା ବିଭିନ୍ନ ସମୟରେ ଖାଦ୍ୟ ପ୍ରତି ଲୋଭ ସୃଷ୍ଟି କରିଥାଏ ।
ପର୍ଯ୍ୟାପ୍ତ ଜଳ ଏବଂ ପ୍ରୋଟିନ୍ ଗ୍ରହଣ:- ଯଦି ଆମେ ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହୁଁ କିମ୍ବା ଆମର ଭୋଜନରେ ପ୍ରୋଟିନ୍ ଅଭାବ ଥାଏ, ତେବେ ଏହି କ୍ଷୁଧା ଯନ୍ତ୍ରଣା ଆମକୁ ଘରର ଚାରିପାଖରେ ଥିବା ସମସ୍ତ ଅସ୍ୱାସ୍ଥ୍ୟକର ଜଙ୍କ୍ ଫୁଡ୍ ପାଇଁ ଆକୃଷ୍ଟ କରିଥାଏ ।
ପୁଷ୍ଟିକର ଅଭାବ: ଏକ ଅନ୍ତର୍ନିହିତ ପୁଷ୍ଟିକର ଅଭାବ ମଧ୍ୟ ନିର୍ଦ୍ଦିଷ୍ଟ ଖାଦ୍ୟ ପାଇଁ ଲୋଭ ସୃଷ୍ଟି କରିପାରେ । ଯେପରିକି, ମ୍ୟାଗ୍ନେସିୟମର ଅଭାବ ଆପଣଙ୍କୁ ଚକୋଲେଟ୍, ବାଦାମ, କିମ୍ବା ବିନ୍ସ ପ୍ରତି ଆକୃଷ୍ଟ କରେ । ସୁଗାର୍ ହ୍ରାସ କିମ୍ବା କ୍ରୋମିୟମ କିମ୍ବା ଫସଫରସର ଅଭାବ ଚିନି ଲୋଭ ଦେଖାଇପାରେ । ସେହିଭଳି, ଏକ ମୌଳିକ ସୋଡିୟମ୍ ଅଭାବ ଆପଣଙ୍କୁ ଚିପ୍ସ ପରି ଲୁଣିଆ ଖାଦ୍ୟ ପ୍ରତି ଆକୃଷ୍ଟ କରିଥାଏ ।
ବନ୍ଧୁ/ପରିବାର/ସହକର୍ମୀ: ଏହା ବହୁତ ସ୍ୱାଭାବିକ, ଯେତେବେଳେ ଜଣେ ବ୍ୟକ୍ତି ଜଙ୍କ୍ ଫୁଡ୍ ଖାଦ୍ୟଠୁ ଦୂରେଇବାକୁ ଚେଷ୍ଟା କରନ୍ତି, ସେତବେଳେ କୌଣସି ବନ୍ଧୁ, ପରିବାର କିମ୍ବା ସହକର୍ମୀ ଏଥିପ୍ରତି ଆକୃଷ୍ଟ ହୋଇଥାନ୍ତି । ଫଳରେ ଉଭୟ ଏକାଠି ହୋଇ ପୁନର୍ବାର ଜଙ୍କ୍ ଫୁଡ୍ ଗ୍ରହଣ କରିବା ଆରମ୍ଭ କରିଥାନ୍ତି । ତେବେ ଲୋଭକୁ ନିୟନ୍ତ୍ରଣ କରି ଅତ୍ୟଧିକ ଜଙ୍କ୍ ଫୁଡ୍ ଗ୍ରହଣ ଠାରୁ ଦୂରେଇ ରହନ୍ତୁ, ନିରାମୟ ରହନ୍ତୁ...