ହାଇଦ୍ରାବାଦ: ମହିଳାମାନଙ୍କ ତୁଳନାରେ ପୁରୁଷମାନେ ସର୍ବଦା ମଦ୍ୟପାନର ଦୌଡ଼ରେ ଆଗରେ ରହିଥାଆନ୍ତି । କିନ୍ତୁ ବର୍ତ୍ତମାନ ଏହି ଟ୍ରେଣ୍ଡ୍ ବଦଳିଯାଇଛି । ମହିଳାମାନେ ମଧ୍ୟ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧରେ ମିଶାଇ ମଦ୍ୟାପାନ କରୁଛନ୍ତି । ବର୍ତ୍ତମାନ ନିଶା ସେବନରେ ପୁରୁଷଙ୍କୁ ପଛରେ ପକାଇ ଦେଇଛନ୍ତି ମହିଳା । 1991ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ମହିଳାମାନେ ପୁରୁଷଙ୍କ ପରି ମଦ୍ୟପାନ କରୁଛନ୍ତି । କିନ୍ତୁ ଫ୍ୟାଶନେବଲ୍ ଏବଂ ଆଧୁନିକ ହେବା ପ୍ରକ୍ରିୟାରେ ମଦ୍ୟପାନର ଖରାପ ପ୍ରଭାବ ମହିଳାମାନଙ୍କ ଉପରେ ଅଧିକ ଦେଖାଯାଉଛି ।
ଆମେରିକାର ସରକାରୀ ପରିସଂଖ୍ୟାନ ଅନୁଯାୟୀ, 2000ରୁ 2015 ମଧ୍ୟରେ 45 ରୁ 64 ବର୍ଷ ବୟସ୍କ ମହିଳାଙ୍କ ମଧ୍ୟରେ ସିରୋସିସ୍ ମୃତ୍ୟୁ 57 ପ୍ରତିଶତ ବୃଦ୍ଧି ପାଇଛି । ଏହି ବର୍ଗର 21 ପ୍ରତିଶତ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏଥି ସହିତ 25ରୁ 44 ବର୍ଷ ବୟସର ମହିଳାଙ୍କ ସିରୋସିସ୍ ରୋଗରେ ମୃତ୍ୟୁହାରରେ 18 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ସମାନ ଶ୍ରେଣୀର ପୁରୁଷ ସାଥୀମାନଙ୍କରେ ସିରୋସିସ୍ ରୋଗରେ ମୃତ୍ୟୁ ହାରରେ 10 ପ୍ରତିଶତ ହ୍ରାସ ଘଟିଛି । କେତେକାଂଶରେ ମହିଳାମାନେ ଗୁରୁତର ହୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେଉଛନ୍ତି ।
କଣ ଏହାର କାରଣ?: ସମସ୍ୟା ଏହା ନୁହେଁ ଯେ ମହିଳାମାନେ ଅଧିକ ମଦ୍ୟପାନ କରୁଛନ୍ତି, କିନ୍ତୁ କଥା ହେଉଛି ମଦ୍ୟପାନ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଏହା ଅଧିକ ପ୍ରଭାବିତ କରିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ମହିଳାମାନଙ୍କ ଶରୀରରେ ଅତ୍ୟଧିକ ସୀମିତ ପରିମାଣର ଆଲକହଲ ଡିହାଇଡ୍ରୋଜେନେଜ୍ (ADH) ଏନଜାଇମ୍ ନିର୍ଗତ ହୁଏ। ଯାହା ଯକୃତରେ ଅବସ୍ଥିତ ରହିଥିବା ବେଳେ ଶରୀରରେ ଆଲକହଲ ମାତ୍ରାକୁ ସହ୍ୟ କରିପାରେ ନାହିଁ ।
ହାର୍ଭାର୍ଡ ମେଡିକାଲ୍ ସ୍କୁଲର ମନୋବିଜ୍ଞାନ ପ୍ରଫେସର ତଥା ମାସାଚୁସେଟ୍ସର ମ୍ୟାକ୍ଲିନ୍ ହସ୍ପିଟାଲର ମନୋବିଜ୍ଞାନୀ ଡନ୍ ସୁଗାରମ୍ୟାନ୍ କୁହନ୍ତି, "ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ନିଶା ହୋଇଥାଏ । ତଥାପି ମଧ୍ୟ ମଦ୍ୟପାନରେ ପୁରୁଷଙ୍କ ତୁଳନାରେ ମହାଳମାନେ ଆଗରେ ରହୁଛନ୍ତି । ଶରୀରର ଫ୍ୟାଟ୍ ମଦ୍ୟପାନରୁ ରକ୍ଷା କରିଥାଏ ଏବଂ ଶରୀରରେ ଜଳ ଏହାର ପ୍ରଭାବକୁ ହ୍ରାସ କରିଥାଏ । ଏଭଳି ପରିସ୍ଥିତିରେ ଶରୀରରେ ଅଧିକ ଚର୍ବି ଏବଂ କମ୍ ପାଣି ରହୁଥିବାରୁ ମଦ୍ୟାପାନର ନିଶା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ ।
ଯେଉଁ ମହିଳାମାନେ ଅଧିକ ମଦ୍ୟପାନ କରନ୍ତି ସେମାନଙ୍କ କ୍ଷେତ୍ରରେ ନିଶା ହେବାର ସମ୍ଭାବନା ଥାଏ । ବେଳେବେଳେ ସ୍ବାସ୍ଥ୍ୟବସ୍ଥାରେ ଅବନ୍ନତି ମଧ୍ୟ ହୋଇଥାଏ । ଏହାକୁ ଟେଲିସ୍କୋପିନ କୁହାଯାଏ । ପୁରୁଷମାନଙ୍କ ତୁଳନାରେ ମହିଳାମାନେ ବିଳମ୍ବରେ ପିଇବା ଆରମ୍ଭ କରନ୍ତି, କିନ୍ତୁ ସେମାନଙ୍କୁ ଶୀଘ୍ର ନିଶା ହୋଇଥାଏ । କେବଳ ଏତିକି ନୁହେଁ, ମହିଳାଙ୍କ ଶରୀରରେ ଯକୃତ ଏବଂ ଫୁସଫୁସ ଜନିତ ସମସ୍ୟା ହୋଇଥାଏ ।
ମଦ୍ୟାପାନ ଦ୍ବାରା ଶରୀର ଉପରେ କୁପ୍ରଭାବ:
- ଯକୃତ ରୋଗ: ପୁରୁଷଙ୍କ ଅପେକ୍ଷା ମହିଳାମାନେ ସିରୋସିସ୍ ଏବଂ ଅନ୍ୟାନ୍ୟ ମଦ୍ୟପାନ ସମ୍ବନ୍ଧୀୟ ରୋଗର ଆଶଙ୍କା ଅଧିକ ରହିଥାଏ ।
- ମସ୍ତିଷ୍କ ଉପରେ ଏହାର ପ୍ରଭାବ: ମସ୍ତିଷ୍କ ଉପରେ ମଦ୍ୟପାନର ପ୍ରଭାବ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ପଡିଥାଏ ।
- ହାର୍ଟ ଉପରେ ପ୍ରଭାବ: ଯେଉଁ ମହିଳାମାନେ ଅଧିକ ମଦ୍ୟପାନ କରନ୍ତି, ପୁରୁଷଙ୍କ ତୁଳନାରେ ହାର୍ଟଆର୍ଟାକର ଆଶଙ୍କା ଅଧିକ ରହିଥାଏ ।
- ବ୍ରେଷ୍ଟ୍ କ୍ୟାନ୍ସର: ଅଧିକ ମଦ୍ୟପାନ ଦ୍ବାରା ପାଟି, ଗଳା ଏବଂ ଯକୃତରେ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ଅନ୍ୟପଟେ ମହିଳାମାନଙ୍କଠାରେ ଅଳ୍ପ ପରିମାଣର ମଦ୍ୟପାନ କରିବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ରହିଥିବା ଡାକ୍ତର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ