ETV Bharat / sukhibhava

ଗହମଘାସ ଓ ଏହାର ଉପକାରିତା - health tips

‘ହ୍ୱିଟଗ୍ରାସ୍‌’ । ସାଧାରଣତଃ ହ୍ୱିଟଗ୍ରାସକୁ ଜୁସ ଆକାରରେ ସେବନ କରାଯାଇଥାଏ । ଏଥିରୁ ଭରପୁୂର ରହିଛି ପୋଷକତତ୍ତ୍ବ । ଏହାକୁ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟଗତ ଫାଇଦା ଅନେକ ରହିଛି । ଆସନ୍ତୁ ଜାଣିବା ହ୍ଟିଟଗ୍ରାସ କଣ ଏହାକୁ ସେବାନ କଲେ କଣ ଫାଇଦା ରହିଛି । ଅଧିକ ପଢନ୍ତୁ...

ଗହମଘାସ ଓ ଏହାର ଉପକାରିତା
ଗହମଘାସ ଓ ଏହାର ଉପକାରିତା
author img

By

Published : Sep 2, 2020, 7:34 AM IST

ସ୍ୱାସ୍ଥ୍ୟକର ଖାଦ୍ୟର ଆଉ ଏକ ତାଲିକା ମଧ୍ୟରେ ଏବେ ଯୋଡି ହୋଇଯାଇଛି ଆଉ ଏକ ନାମ । ତାହା ହେଲା ‘ହ୍ୱିଟଗ୍ରାସ୍‌’ । ଗହମ ଚାରାର ତାଜା ପତ୍ର ହିଁ ହ୍ୱିଟଗ୍ରାସ, ଯାହା କି ସମ୍ପୂର୍ଣ୍ଣ ପରିପକ୍ୱ ହେବା ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅମଳ କରାଯାଏ । ଏହାର ବୋଟାନାକିଲା ନାମ ହେଲା ‘ଟ୍ରାଇଟିକମ୍ ଏଷ୍ଟିଭମ’ । ସାଧାରଣତଃ ହ୍ୱିଟଗ୍ରାସକୁ ଜୁସ ଆକାରରେ ସେବନ କରାଯାଇଥାଏ । ଏହା ପାଉଡର ଭାବେ ବି ମିଳେ । ହାଇଦ୍ରାବାଦର ଏଏମଡି ଆୟୁର୍ବେଦିକ ମେଡିକାଲ କଲେଜର ପ୍ରଫେସର ଡକ୍ଟର ରାଜ୍ୟଲକ୍ଷ୍ମୀ ମାଧବମ କହନ୍ତି ଯେ, ବେଶ୍ ଲୋକପ୍ରିୟ ହୋଇସାରିଥିବା ହ୍ୱିଟଗ୍ରାସରେ ଭିଟାମିନ ଏ, ବି, ସି ଓ ଇ ବହୁ ପରିମାଣରେ ଥାଏ । ସୋଡିୟମ, ପୋଟାସିୟମ, ଆଇରନ, ମାଗ୍ନେଜିୟମ, କାଲସିୟମ, ଜିଙ୍କ୍ ଓ ସେଲିନିୟମ ଥାଏ । ସେଥିପାଇଁ ହ୍ୱିଟଗ୍ରାସକୁ ସ୍ୱାସ୍ଥ୍ୟପ୍ରଦ ହେବା ସହ ଏହା ଦ୍ୱାରା ଗୁଡାଏ ସ୍ୱାସ୍ଥ୍ୟଗତ ଫାଇଦା ହୋଇଥାଏ । ଡକ୍ଟର ରାଜ୍ୟଲକ୍ଷ୍ମୀ ହ୍ୱିଟଗ୍ରାସର କିଛି ଉପକାରିତା ସଂପର୍କରେ କହିଛନ୍ତି । ଆସନ୍ତୁ ଜାଣିବା ।

୧. ଆନାମିଆ : ହ୍ୱିଟଗ୍ରାସରେ ଉଚ୍ଚପରିମାଣରେ କ୍ଲୋରୋଫିଲ୍ ଥାଏ । ସେଥିପାଇଁ ତ ଏହାର ରସକୁ ଗ୍ରୀନବ୍ଲଡ୍ ବୋଲି କୁହାଯାଏ । ହ୍ୱିଟଗ୍ରାସରେ କ୍ଲୋରୋଫିଲ ଆମ ଶରୀରର ହେମୋଗ୍ଲୋବିନ ବା ହେମ୍ ମୋଲୋକ୍ୟୁଲ ସହ ସାମଞ୍ଜସ୍ୟ ରଖିଥାଏ ।

୨. ଆଣ୍ଟିଅକ୍ସିଡାଣ୍ଟ: ହ୍ୱିଟଗ୍ରାସ ହେଉଛି ଆଣ୍ଟିଅକ୍ସିଡାଣ୍ଟ ଭଲ ଉତ୍ସ । ଆମ ଶରୀର ପାଇଁ ହାନିକାରକ ହେଉଥିବା ଥିବା ଫ୍ରି ରାଡିକାଲ୍‌ସ ଭଳି ବିପଜ୍ଜନକ ତତ୍ୱର ମୁକାବିଲା ପାଇଁ ଦରକାର ହୋଇଥାଏ ଆଣ୍ଟିଅକ୍ସିଡାଣ୍ଟ । ହ୍ୱିଟଗ୍ରାସ ଫ୍ରି ରାଡିକାଲ୍ସ ବିରୋଧରେ କାମ କରିବା ସହ ବିଷାକ୍ତ ଉପାଦାନଗୁଡିକୁ ନଷ୍ଟ କରେ ।

୩. ଜ୍ୱଳନ ବିରୋଧୀ: କ୍ଷତ ବା ସଂକ୍ରମଣରୁ ଶରୀରକୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିରୋଧକ ବ୍ୟବସ୍ଥା ଜ୍ୱଳନ ଆକାରରେ କାମ କରିଥାଏ । ସ୍ୱେଲିଂ, ରେଡନେଓ ଭଳି ଅବସ୍ଥା ସୃଷ୍ଟି ହୁଏ । କ୍ଲୋରୋଫିଲ୍ ଭଳି ଉପାଦାନ ଅଧିକ ଥିବାରୁ ହ୍ୱିଟଗ୍ରାସ ଜ୍ୱଳନ ବିରୋଧୀ ଭାବେ କାମ କରିଥାଏ ।

୪. ମଧୁମେହ ବିପଦ ହ୍ରାସ କରେ: ଅଧ୍ୟୟନରୁ ଜଣାପଡିଛି ଯେ, ହ୍ୱିଟଗ୍ରାସ ଆମ ଶରୀରରେ ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ହ୍ୱିଟଗ୍ରାସରେ ଥିବା ଉପାଦାନଗୁଡିକ ଇନସୁଲିନ ଭଳି କାମ କରିଥାଏ ।

୫. ପ୍ରତିରୋଧକ ଶକ୍ତି ବଢାଏ : ହ୍ୱିଟଗ୍ରାସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବି ସହାୟକ ହୋଇଥାଏ । ଆଜିକାଲିର କୋଭିଡ-୧୯ ମହାମାରୀ ପରି ସମୟରେ ହ୍ୱିଟଗ୍ରାସ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିପାରିବ । ଏହାଛଡା ହ୍ୱିଟଗ୍ରାସ୍‌ର ଆଉ କିଛି ଫାଇଦା ମଧ୍ୟ ରହିଛି । ଏହା କୋଲୋଷ୍ଟରଲ ସ୍ତର ହ୍ରାସ କରିବା ସହ ହଜମ ପ୍ରକ୍ରିୟା ସରଳ କରିଥାଏ । କଗନିଟିଭର କାର୍ଯ୍ୟକ୍ଷମତା ବଢାଇବା ସହ ଆଣ୍ଠୁଗଣ୍ଠି ଦରଜ ଦୂର କରେ । ଅଧ୍ୟୟନରୁ ଜଣାପଡିଛି ଯେ, ହ୍ୱିଟଗ୍ରାସ ନିର୍ଦ୍ଦିଷ୍ଟ କିଛି କ୍ୟାନସର ରୋଗର ଚିକିତ୍ସାରେ ବି ସହାୟକ ହୋଇଥାଏ ।

ଡୋଜ୍ : ଡକ୍ଟର ରାଜ୍ୟଲକ୍ଷ୍ମୀଙ୍କ ଅନୁସାରେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ହ୍ୱିଟଗ୍ରାସ ସେବନ କରିବା ଅନୁଚିତ । ସାଧାରଣତଃ ଲୋକେ ହ୍ୱିଟଗ୍ରାସ ଜୁସ ପାନ କରିଥାନ୍ତି । ୧୦ରୁ ୨୦ ମଲିଲିଟର ହ୍ୱିଟଗ୍ରାସ ଜୁସ୍ ୧୦୦ ମିଲିଲିଟର ପାଣିରେ ମିଶାଇ ପିଇଲେ ଭଲ । ଖାଲିପେଟରେ ହ୍ୱିଟଗ୍ରାସ ଜୁସ ପିଇବା ଉଚିତ । ହେଲେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ହ୍ୱିଟଗ୍ରାସର ଭଲ ଓ ମନ୍ଦ ଜାଣିଲା ପରେ ହିଁ ଜଣେ ଏହାକୁ ସେବନ କରିବା ପାଇଁ ଚିନ୍ତା କରିପାରିବ । ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ହିଁ ଡାକ୍ତର ଡୋଜ୍ ଦେବେ । ତେଣୁ ଡାକ୍ତରଙ୍କ ପରାମର୍ଶ ନିତାନ୍ତ ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.