ETV Bharat / sukhibhava

Migraine: ଏହି ଭିଟାମିନ ଅଭାବରୁ ବାରମ୍ବାର ହୋଇଥାଏ ମୁଣ୍ଡବିନ୍ଧା

କିଛି ଲୋକ ପ୍ରାୟତଃ ମୁଣ୍ଡବିନ୍ଧାର ଅଭିଯୋଗ କରନ୍ତି । ତେବେ ଏହା ପଛର କାରଣ ମଧ୍ୟ ଭିଟାମିନ୍ ଅଭାବ ହୋଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଅଧିକ ପଢ଼ନ୍ତୁ

Migraine
Migraine
author img

By ETV Bharat Odisha Team

Published : Sep 20, 2023, 10:34 AM IST

ହାଇଦ୍ରାବାଦ: କିଛି ଲୋକ ଅଧିକାଂଶ ସମୟ ମୁଣ୍ଡବିନ୍ଧାର ଅଭିଯୋଗ କରନ୍ତି । କିଛି ଲୋକଙ୍କର ସନ୍ଧ୍ୟାରେ ମୁଣ୍ଡବିନ୍ଧା ହେଉଥିବା ବେଳେ ଆଉ କିଛି ଜଣଙ୍କର ସକାଳୁ ଉଠିବା ମାତ୍ରେ ମୁଣ୍ଡବିନ୍ଧା ହୋଇଥାଏ । ବେଳେବେଳେ ଏହି ମୁଣ୍ଡବିନ୍ଧା ଏତେ ବୃଦ୍ଧି ପାଏ ଯେ, ଏହା ଏକ ରୋଗର ରୂପ ନେଇଥାଏ ଯାହାକୁ ଆମେ ମାଇଗ୍ରେନ୍ ବୋଲି କହିଥାଉ ।

ତେବେ ମାଇଗ୍ରେନ୍‌ର କାରଣ ଅନେକ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥିବା ବେଳେ ଭିଟାମିନ ଡି'ର ଅଭାବ ହେତୁ ଏହା ହୋଇପାରେ ବୋଲି ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଛି । ଭିଟାମିନ୍ ଡି' ମସ୍ତିଷ୍କର କାର୍ଯ୍ୟକଳାପ ଏବଂ ସ୍ନାୟୁ ତନ୍ତ୍ରକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ମଧ୍ୟ ସମୟ ସମୟରେ ମୁଣ୍ଡବିନ୍ଧା ହୋଇଥାଏ ବୋଲି କୁହାଯାଇଛି । ଭିଟାମିନ ଡି' ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ । ଏହା କ୍ୟାଲସିୟମ ଅବଶୋଷଣ ପାଇଁ ଜରୁରୀ ଏବଂ ହାଡ଼ ଗଠନରେ ସାହାଯ୍ୟ କରେ ।

ମାଇଗ୍ରେନ ପାଇଁ ଏହି ଭିଟାମିନ ଦାୟୀ: ଭିଟାମିନ୍ ଡି'ର ଅଭାବ ମୁଣ୍ଡବିନ୍ଧା, ଶରୀରରେ ଫୁଲିଯାଏ ଏବଂ ଆପଣ ନ୍ୟୁରନ୍ ସହିତ ସମସ୍ୟା ଆରମ୍ଭ ହୋଇଥାଏ । କହିରଖୁଛୁ କି ନ୍ୟୁରନ ହେଉଛି ଏକ ସେଲ୍‌ ଯାହା କି ସ୍ନାୟୁ ତନ୍ତ୍ରରେ ରହିଥାଏ । ଭିଟାମିନ୍ ଡି' ଅଭାବ ନାଇଟ୍ରିକ୍ ଅକ୍ସାଇଡ୍ ବୃଦ୍ଧି କରିଥାଏ । ଯେଉଁ କାରଣ ପାଇଁ ମୁଣ୍ଡବିନ୍ଧା ହୋଇଥାଏ । ଏହା ମ୍ୟାଗ୍ନେସିୟମର ସ୍ତରକୁ ହ୍ରାସ କରିଥାଏ ଏବଂ ମେଲାଟୋନିନ୍ ସ୍ତରକୁ ବୃଦ୍ଧି କରିଥାଏ । ଯେଉଁ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ:

  • ପନିର
  • ଅଣ୍ଡା
  • ମେକରଲ ମାଛ
  • କ୍ଷୀର
  • ସୋୟା ମଞ୍ଜି ପରି କଠିନ ଶସ୍ୟ
  • କମଳା ରସ
  • ଛତୁ

ଏହା ମଧ୍ୟ ପଢନ୍ତୁ: ମୌସୁମୀରେ ଚିନ୍ତା ବଢ଼ାଇପାରେ ମାଇଗ୍ରେନ, ଆୟୁର୍ବେଦ ଚିକିତ୍ସା ରାମବାଣ

ତେବେ ସମୟ ସହିତ ତାଳ ଦେଇ ବୃଦ୍ଧି ପାଏ ରୋଗ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଭାରତର ପ୍ରତି 4 ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପରେ ପୀଡିତ । ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଡାଏଟରେ ସୁଧାର ଆଣିବା ଜରୁରୀ ଅଟେ । ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ଡି' ଯୁକ୍ତ ଖାଦ୍ୟ ଖାଉନାହାନ୍ତି ତେବେ ଏହାର ସପ୍ଲିମେଣ୍ଟ ନେବା ଜରୁରୀ ଅଟେ । ସକାଳର ସୂର୍ଯ୍ୟକିରଣ ସହିତ ସ୍ୱାସ୍ଥ୍ୟକର ଡାଏଟ୍‌ ଫଲୋ କରିବା ଜରୁରୀ ଅଟେ ।

କହିରଖୁଛୁ କି, ମୌସୁମୀରେ ମାଇଗ୍ରେନ୍‌ ସମସ୍ୟା ଦେଖା ଯିବାର ଏକ ମୁଖ୍ୟ କାରଣ ହେଉଛି ପାଣିପାଗର ପରିବର୍ତ୍ତନ। ବାୟୁରେ ଆର୍ଦ୍ରତା ବଢ଼ିବା ଦ୍ବାରା ଫଙ୍ଗସ୍ ବୃଦ୍ଧି ହୋଇପାରେ ଯାହାକି ମାଇଗ୍ରେନ୍‌ର ଏକ ପ୍ରମୁଖ କାରକ । ଏହା ବ୍ୟତୀତ ଧୂଳିକଣା ଦ୍ବାରା ଆଲର୍ଜି ବୃଦ୍ଧି ପାଇଥାଏ । ଆଲର୍ଜି ମଧ୍ୟ ମାଇଗ୍ରେନର ଲକ୍ଷଣକୁ ବୃଦ୍ଧି କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.