ETV Bharat / sukhibhava

ଚର୍ମର ପ୍ରତିଟି ଦାଗ ନୁହେଁ କୁଷ୍ଠ: ସଚେତନ ରୁହନ୍ତୁ ରୋଗୀଙ୍କୁ ସହାୟତାର ହାତ ବଢାନ୍ତୁ

author img

By

Published : Jan 18, 2023, 12:33 PM IST

ଚର୍ମ ବା ତ୍ବଚାର ପ୍ରତିଟି ଧଳା ଦାଗକୁ କୁଷ୍ଠ ବୋଲି ଭାବନ୍ତୁ ନାହିଁ । ରୋଗୀଙ୍କ ପ୍ରତି ସହଯୋଗର ହାତ ବଢାଇପାରିଲେ ଦୂର ହେବ ଭିଟିଲିଗୋ ସମସ୍ୟା । ଅଧିକ ପଢନ୍ତୁ

vitiligo
vitiligo

ହାଇଦ୍ରାବାଦ: ଆମ ମଧ୍ୟରେ କେତେକ ଲୋକ ଥାଆନ୍ତି, ଯେଉଁମାନଙ୍କର ଚର୍ମର କିଛି ଅଂଶ ଧଳା ଏବଂ କଳା ଥାଏ । ଏହା ଏକ ପ୍ରକାର ରୋଗ ସତ, ମାତ୍ର ସଂକ୍ରାମକ ନୁହେଁ । ଏହି ରୋଗକୁ ଭିଟିଲିଗୋ କୁହାଯାଏ । ସଚେତନତାର ଅଭାବ କାରଣରୁ କିଛି ଲୋକ ଏହି ବ୍ୟକ୍ତିମାନଙ୍କ ପ୍ରତି ଛୁଆଁ-ଅଛୁଆଁର ଭେଦଭାବ ପ୍ରଦର୍ଶନ କରିଥାନ୍ତି, ଯାହା ଏକ ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ନିକଟରେ ସାଉଥ୍‌ ଓ ମାଲୟାଲୀ ଅଭିନେତ୍ରୀ ମମତା ମୋହନଦାସ ଏଥିରେ ପୀଡିତ ଥିବା ନେଇ ସ୍ପଷ୍ଟ କରିବା ପରେ ରୋଗକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତେବେ ବାସ୍ତବରେ ଭିଟିଲିଗୋ ଡିଜିଜ୍ କଣ, ଏହା କାହିଁକି ହୁଏ, ଏହା ଡିଆଁ ରୋଗକୁ ଏବଂ ଏହାର ଚିକିତ୍ସା ଅଛି କି ନାହିଁ, ଜାଣନ୍ତୁ...

ପ୍ରଥମେ କହିରଖୁଛୁ ଯେ, କେବଳ ଅଭିନେତ୍ରୀ ମମତା ନୁହଁନ୍ତି, ତାଙ୍କ ବ୍ୟତୀତ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆହୁରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏହି ରୋଗର ଶିକାର ହୋଇଥିଲେ ଏବଂ ଏ ବିଷୟରେ ସଚେତନତା ସୃଷ୍ଟି କରିବାକୁ ତଥା ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଥିଲେ । ମାଇକେଲ ଜ୍ୟାକସନ, ଅମିତାଭ ବଚ୍ଚନ, ସୁପରମୋଡେଲ ୱିନି ହାର୍ଲନ, ଅଭିନେତ୍ରୀ ନଫିସା ଅଲି ଏବଂ ପ୍ରସିଦ୍ଧ ଟିଭି ଉପସ୍ଥାପିକା ଗ୍ରାହାମ ନର୍ଟନଙ୍କ ସମେତ ଅନେକ ଜଣାଶୁଣା ନାମ ଅନ୍ତର୍ଭୁକ୍ତ ।

ଭିଟିଲିଗୋ କଣ: ଦିଲ୍ଲୀର ଚର୍ମରୋଗ ବିଶେଷଜ୍ଞ ଡକ୍ଟର ସୁରଜ ଭାରତୀ ସ୍ପଷ୍ଟ କରିଛନ୍ତି ଯେ, ଭିଟିଲିଗୋ ପ୍ରକୃତରେ ଏକ ପ୍ରକାର ଚର୍ମ ରୋଗ ବା ସ୍କିନ୍ ଡିସ୍‌ଅର୍ଡର୍ । ଏହି ରୋଗ ହେଲେ ଶରୀରର ଏକାଧିକ ଅଂଶର ଚର୍ମରେ ଛୋଟ କିମ୍ବା ବଡ଼ ଧଳା ରଙ୍ଗର ପ୍ୟାଚ୍ ଦେଖାଯାଏ । ଏହାର ଅର୍ଥ୍ ଚର୍ମର ସେହି ସ୍ଥାନ ପ୍ରାକୃତିକ ରଙ୍ଗ ହରାଇ ବସେ । ଏହି ସମସ୍ୟାର ପ୍ରଭାବ କେବଳ ଚେହେରାରେ ନୁହେଁ ଶରୀରର ଯେକୌଣସି ଅଙ୍ଗରେ ଏବଂ କେଶରେ ମଧ୍ୟ ଦେଖାଯାଏ ।

ପ୍ରାରମ୍ଭରେ, ଏହି ଧଳା ଦାଗ ଗୁଡ଼ିକ ରୋଗୀଙ୍କ ଚର୍ମରେ ଛୋଟ ଧଳା ଦାଗ ଆକାରରେ ସୃଷ୍ଟି ହେବାକୁ ଲାଗେ, ଯାହା ବେଳେବେଳେ ବିସ୍ତାର ହେବା ଆରମ୍ଭ କରେ, ଅର୍ଥାତ୍ ଛୋଟ ଧଳା ଦାଗ ମଧ୍ୟ ବଡ଼ ଧଳା ରଙ୍ଗର ପ୍ୟାଚ୍‌ରେ ପରିଣତ ହୋଇପାରେ । କେତେକ ପ୍ରକାରର ଭିଟିଲିଗୋରେ ଶରୀରର ଅଧିକାଂଶ ଅଂଶର ଚର୍ମ ରଙ୍ଗ ମଧ୍ୟ ବଦଳିପାରେ କିମ୍ବା ଧଳା ହୋଇପାରେ । ଏହି ସମସ୍ୟା କାରଣରୁ ବେଳେବେଳେ ଚର୍ମର ରଙ୍ଗ ସହିତ, ପ୍ରଭାବିତ ଅଞ୍ଚଳରେ କେଶର ରଙ୍ଗ ଏବଂ ବେଳେବେଳେ ପାଟି ଭିତରେ ଥିବା ଚର୍ମର ରଙ୍ଗ ମଧ୍ୟ ବଦଳିପାରେ ।

ଭିଟିଲିଗୋକୁ ଧଳା କୁଷ୍ଠରୋଗ ବା ହ୍ବାଇଟ୍ ଲେପ୍ରୋସି ମଧ୍ୟ କୁହାଯାଏ । ଏଥି ସହିତ, ଲୋକମାନେ ଏହାକୁ କୁଷ୍ଠରୋଗ ବୋଲି ମଧ୍ୟ ଭାବିନିଅନ୍ତି, ମାତ୍ର ଏହା ଠିକ୍ ନୁହଁ ବୋଲି ଡାକ୍ତର ସୁରଜ କହିଛନ୍ତି । ସେହିପରି ଏହାକୁ ସଂକ୍ରାମକ ରୋଗ ଭାବି ରୋଗୀଠୁ ଦୂରେଇ ରହିବା ଆଦୌ ଗ୍ରହଣୀୟ ନୁହେଁ, ଭିଟିଲିଗୋ ଏକ ସଂକ୍ରାମକ ରୋଗ ନୁହେଁ ବୋଲି ଡାକ୍ତର ସୁରଜ ସ୍ପଷ୍ଟ କରି କହିଛନ୍ତି ।

କାହିଁକି ହୁଏ ଭିଟିଲିଗୋ:- ଡକ୍ଟର ସୁରଜ ଭାରତୀ ବ୍ୟାଖ୍ୟା କରିଛନ୍ତି ଯେ, ସାଧାରଣତଃ ଯେକୌଣସି ପ୍ରକାରର ଧଳା ଦାଗକୁ ଡାକ୍ତରୀ ଭାଷାରେ ଭିଟିଲିଗୋ କୁହାଯାଏ । ଯେତେବେଳେ କୌଣସି ରୋଗ କିମ୍ବା ଅନ୍ୟାନ୍ୟ କାରଣରୁ, ମେଲାନିନ ତିଆରି କରୁଥିବା କୋଷଗୁଡ଼ିକ ନଷ୍ଟ ହେବାକୁ ଲାଗେ କିମ୍ବା ଅନ୍ୟ କୌଣସି କାରଣରୁ, ମେଲାନିନର ଉତ୍ପାଦନ ବନ୍ଦ ହୋଇଯାଏ, ତେବେ ଏହି ରୋଗ ହେବାର ସମ୍ଭାବନା ବଢିଯାଏ । ତେବେ ମେଲାନିନ ହେଉଛି ଏକ ପିଗମେଣ୍ଟ, ଯାହା ଚର୍ମର ରଙ୍ଗ ସୃଷ୍ଟିରେ ସହାୟକ ହୁଏ । ଜଣେ ବ୍ୟକ୍ତି ଗୋରା, କଳା କିମ୍ବା ଶ୍ୟାମଳ ହେବେ ତାହା ମେଲାନିନ ଉପରେ ନିର୍ଭର କରେ ।

ଭିଟିଲିଗୋ କାରଣ:- ଏହା ଏକ ଅଟୋ ପ୍ରତିରକ୍ଷା ରୋଗ ବା ଅଟୋଇମ୍ୟୁନ ଡିଜିଜ୍ । ଯେଉଁଥିରେ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ୍ ଇମ୍ୟୁନୋ ସିଷ୍ଟମ୍ ଆମ ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ । ଯେତେବେଳେ ଏହା ଘଟେ, ଅନେକ ଥର ମେଲାନୋସାଇଟ୍ କୋଷ ଯଥା ଶରୀରରେ ମେଲାନିନ ଉତ୍ପାଦନକାରୀ କୋଷ ଗୁଡ଼ିକ ନଷ୍ଟ ହୋଇଯାଏ, ଯେଉଁ କାରଣରୁ ଚର୍ମରେ ଧଳା ରଙ୍ଗର ପ୍ୟାଚ୍ ସୃଷ୍ଟି ହେବାକୁ ଲାଗେ । ଏହା ଭିଟିଲିଗୋର ଅନ୍ୟତମ କାରଣ ବୋଲି ବିବେଚନା କରାଯାଏ ।

ଜେନେଟିକ କାରଣରୁ ଏହା ମଧ୍ୟ ହୋଇପାରେ, ଅର୍ଥାତ୍ ଏହା ବଂଶାନୁକ୍ରମିକ ମଧ୍ୟ । ମାତ୍ର ଖୁବ୍ କ୍ବଚିତ ମାମଲାରେ ଏହା ଦେଖାଯାଏ । ଚର୍ମ ଉପରେ ଅତ୍ୟଧିକ ସୂର୍ଯ୍ୟ କିରଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ, ଏହାର ଔଦ୍ୟୋଗିକ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା, ଯେକୌଣସି ପ୍ରକାରର ଚର୍ମ ଆଲର୍ଜି କିମ୍ବା ଏକଜିମା, ସୋରିୟାସିସ୍ କିମ୍ବା ଟେନିୟା ଭର୍ସିକଲର୍ ଭଳି ଚର୍ମ ରୋଗ କିମ୍ବା ଚର୍ମରେ ମେଲାନିନ କୋଷ ଗୁଡ଼ିକ ପ୍ରଭାବିତ ହୁଏ । ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବ, ଖାଦ୍ୟରେ ଅସାବଧାନତା, ଚାପ ଏବଂ ଶରୀରରେ କ୍ଷତିକାରକ ବିଷାକ୍ତ ପଦାର୍ଥ ଜମା ହେତୁ ଏହି ସମସ୍ୟା ଚର୍ମରେ ମଧ୍ୟ ଦେଖାଯାଏ ।

ଭିଟିଲିଗୋ ପ୍ରକାର:- ଡକ୍ଟର ଭାରତୀ ବ୍ୟାଖ୍ୟା କରିଛନ୍ତି ଯେ, ଭିଟିଲିଗୋର କାରଣ ଏବଂ ପ୍ରଭାବ ଆଧାରରେ ଏହାର ନିମ୍ନଲିଖିତ ପ୍ରକାରକୁ ବିଚାର କରାଯାଇଛି...

ସାଧାରଣ ଭିଟିଲିଗୋ(ଜେନେରାଲାଇଜ୍‌ଡ): ଏହା ହେଉଛି ସବୁଠାରୁ ସାଧାରଣ ପ୍ରକାରର ସମସ୍ୟା । ଏଥିରେ ଧଳା ଦାଗ ବା ଯାହାକୁ ମାକୁଲ୍ ମଧ୍ୟ କୁହାଯାଏ ଶରୀରର କିଛି ଅଂଶରେ ଦେଖାଯିବା ଆରମ୍ଭ କରେ । ଏହା ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ ଏବଂ ଯେକୌଣସି ସମୟରେ ବିକାଶ ହୋଇପାରେ । ଏହା ସ୍ବତପ୍ରୋତଃ ଭାବେ ବନ୍ଦ ମଧ୍ୟ ହୋଇଯାଏ, ଅର୍ଥାତ୍ ବେଳେବେଳେ ରୋଗ ଆପେ ଆପେ ଠିକ୍ ହୋଇଯାଏ ।

ସେଗମେଣ୍ଟାଲ୍ ଭିଟିଲିଗୋ:- ଏଥିରେ, ଧଳା ଦାଗ କେବଳ ଶରୀରର ଏକ ନିର୍ଦ୍ଦିଷ୍ଟ ଅଂଶ କିମ୍ବା ବିଭାଗରେ ସୃଷ୍ଟି ହୁଏ । ଅଧିକାଂଶ କ୍ଷେତ୍ରରେ, ଏହା ଆରମ୍ଭ ହେବା ପରେ ଏକରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଚର୍ମ ଉପରେ ବ୍ୟାପିଥାଏ, ବେଳେବେଳେ ରୋଗ ବୃଦ୍ଧି ମଧ୍ୟ ବନ୍ଦ ହୋଇଯାଏ ।

ମ୍ୟୁକୋଜାଲ୍ ଭିଟିଲିଗୋ:-ଏଥିରେ, ଧଳା ଦାଗ ଶରୀରର ଏପରି ଅଂଶରେ ସୃଷ୍ଟି ହେବା ଆରମ୍ଭ କରେ ଯେଉଁଠାରେ ମ୍ୟୁକସ୍ ମେମ୍ବ୍ରମ ଥାଏ ।

ଫୋକାଲ୍ ତଥା ୟୁନିଭର୍ସାଲ୍ ଭିଟିଲିଗୋ:- ଉଭୟକୁ ବିରଳ ପ୍ରକାରର ଭିଟିଲିଗୋ ଭାବରେ ବିବେଚନା କରାଯାଏ । ଏଗୁଡିକ ଖୁବ୍ କମ୍ ରୋଗୀଙ୍କଠାରେ ଦେଖାଯାଏ । ଫୋକାଲ୍ ଭିଟିଲିଗୋରେ, ଯେଉଁଠାରେ ଶରୀରର କିଛି ଅଂଶରେ ଚର୍ମ ଉପରେ ଛୋଟ ଧଳା ରଙ୍ଗର ପ୍ୟାଚ୍ ସୃଷ୍ଟି ହୁଏ, ଯାହା ସର୍ବଦା ଆକାରରେ ଛୋଟ ଏବଂ ଅଧିକ ବଢେ ନାହିଁ । ଏଥିରେ ଶରୀରର 80 ଭାଗ ଅଞ୍ଚଳରେ ଧଳା ଦାଗ ହୋଇଯାଏ ।

ଆକ୍ରୋଫେସିଆଲ୍ ଭିଟିଲିଗୋ:- ଏହି ଅବସ୍ଥାରେ ମୁହଁ, ହାତ ଏବଂ ପାଦରେ ଧଳା ଦାଗ ଦେଖାଯାଏ ।

ଚିକିତ୍ସା ଏବଂ ସତର୍କତା:- ଡକ୍ଟର ଭାରତୀ ବ୍ୟାଖ୍ୟା କରିଛନ୍ତି ଯେ, ଭିଟିଲିଗୋର ଚିକିତ୍ସା ସମସ୍ୟାର କାରଣ, ଏହାର ପ୍ରକାର ଏବଂ ପ୍ରଭାବ, ପୀଡିତଙ୍କ ଶାରୀରିକ ଅବସ୍ଥା ଏବଂ ତାଙ୍କ ବୟସ ଇତ୍ୟାଦି ଉପରେ ନିର୍ଭର କରେ । ସେଗୁଡିକ ଉପରେ ଆଧାର କରି ଏହି ସମସ୍ୟା ଔଷଧ, ଡିପିଗ୍‌ମେଣ୍ଟେସନ୍ ଥେରାପି, ଲାଇଟ୍ ଥେରାପି ଏବଂ ସ୍କିନ୍ ଗ୍ରାଫ୍ଟିଙ୍ଗ୍ ଭଳି କୌଶଳ ସହିତ ଚିକିତ୍ସା କରାଯାଏ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ସହିତ, ବହୁ ସଂଖ୍ୟକ ଲୋକ ଏହି ସମସ୍ୟାରୁ ମୁକ୍ତି ପାଆନ୍ତି । ଏହା ବ୍ୟତୀତ ଚିକିତ୍ସା ସହିତ ପୀଡିତଙ୍କୁ ତାଙ୍କ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଉନ୍ନତି ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସେ ବ୍ୟାଖ୍ୟା କରିଛନ୍ତି ଯେ, ଚର୍ମ ରୋଗ କାରଣରୁ ଭିଟିଲିଗୋରେ ଅନେକ ଥର ପ୍ରଭାବିତ ଅଞ୍ଚଳର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଏ, ଯେପରିକି ଅଧିକ କୁଞ୍ଚନ ହୋଇପାରେ କିମ୍ବା ସେହି ସ୍ଥାନରେ ସୂର୍ଯ୍ୟ କିରଣ ଅଧିକ ଅନୁଭୂତ ହୁଏ । ଏପରି ପରିସ୍ଥିତିରେ, ବେଳେବେଳେ ପ୍ରଭାବିତ ଅଞ୍ଚଳରେ କୌଣସି ପ୍ରକାରର କ୍ରିମ୍, ମେକଅପ୍ ଉତ୍ପାଦ, ସ୍କିନ୍ କେୟାର୍ ପ୍ରଡକ୍ଟ୍ସ କିମ୍ବା ସ୍ପ୍ରେ ଇତ୍ୟାଦି ବ୍ୟବହାର ସମସ୍ୟା ସୃଷ୍ଟି କରିପାରେ । ତେଣୁ, ଏହି ସ୍ଥାନ ଗୁଡିକରେ କୌଣସି ଉତ୍ପାଦ ବ୍ୟବହାର କରିବା ପୂର୍ବରୁ, ସେଥିରେ ଥିବା ସମସ୍ତ ସତର୍କତା, ଆଲର୍ଜି, ରାସାୟନିକ ପଦାର୍ଥ ଇତ୍ୟାଦି ବିଷୟରେ ଜାଣିବା ଜରୁରୀ ।

ପ୍ରଭାବିତ ଚର୍ମଚେ କେଉଁ ପ୍ରକାର ସ୍କିନ୍ ଟୋନ୍ ଲଗାଇବେ, ତାହା ଡାକ୍ତରଙ୍କ ପରାମର୍ଶରେ ଗ୍ରହଣ କରନ୍ତୁ । ଅନ୍ୟମାନଙ୍କ ସୁପାରିଶରେ କୌଣସି କ୍ରିମ୍ ବା ମେଡିସିନ୍ ବ୍ୟବହାର କରନ୍ତୁ ନାହିଁ, ଏହା ରୋଗକୁ ଦ୍ବିଗୁଣିତ କରିପାରେ । କେତେକ ବିଶେଷ ପରିସ୍ଥିତିରେ ରୋଗୀଙ୍କୁ କିଛି ପ୍ରକାରର ଖାଦ୍ୟଠୁ ଦୂରେଇ ରହିବାକୁ ମଧ୍ୟ କୁହାଯାଏ । ତେଣୁ ତ୍ବଚାରେ ଧଳା ଦାଗ ଦେଖିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରିବାକୁ ଉପଦେଶ ଦେଇଛନ୍ତି ଦିଲ୍ଲୀର ଡାକ୍ତର ସୁରଜ ଭାରତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.