ETV Bharat / sukhibhava

ମାରାତ୍ମକ ରୋଗ ସିକଲସେଲ, ଲକ୍ଷଣ ପ୍ରତି ଧ୍ୟାନ ଦେଲେ ବଞ୍ଚିବ ଜୀବନ

author img

By

Published : Jun 19, 2023, 2:40 PM IST

Updated : Jun 19, 2023, 3:41 PM IST

ସିକଲସେଲ ହେଉଛି ଏପରି ଏକ ରୋଗ ଯେଉଁଥିରେ ଶରୀରରେ ରକ୍ତ ତିଆରି ହେବା ପ୍ରକ୍ରିୟା ବନ୍ଦ ହୋଇଯାଇଥାଏ। ଲୋହିତ ରକ୍ତ କଣିକା ଏହା ଦ୍ୱାରା ପ୍ରଭାବିତ ହୋଇଥାଏ। ଅଧିକ ପଢନ୍ତୁ

sickle cell anemia
sickle cell anemia

ହାଇଦ୍ରାବାଦ: ଜୀବିତ ରହିବାକୁ ହେଲେ ଶରୀରରେ ରକ୍ତ ରହିବା ଅତ୍ୟନ୍ତ ଜରୁରୀ ଅଟେ । ରକ୍ତ ମାଧ୍ୟମରେ ପୋଷକ ତତ୍ତ୍ୱ ଶରୀରର ପ୍ରତ୍ୟେକ ଅଶଂରେ ପହଞ୍ଚିଥାଏ । ଶରୀରରେ ରକ୍ତର ଉପସ୍ଥିତି ହିଁ ଅମ୍ଳଜାନ ଯୋଗାଇଥାଏ । ଯଦି ଶରୀରରେ ରକ୍ତ ତିଆରି ହେବ ନାହିଁ ତେବେ କଣ ହେବ ଥରେ ଚିନ୍ତା କରିବା ଆବଶ୍ୟକ । ସିକଲସେଲ ଭଳି ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ଏବଂ ଏହାର ନିରାକରଣ ପାଇଁ ପ୍ରତିବର୍ଷ ଜୁନ 19 ତାରିଖରେ ବିଶ୍ବ ସିକଲସେଲ ଦିବସ ପାଳନ କରାଯାଇଥାଏ । ଏହି ରୋଗ ଦ୍ବାରା ଲୋହିତ ରକ୍ତକଣିକା ପ୍ରବାଭିତ ହୋଇଥାଏ ।

ସିକଲସେଲ କଣ?: ସିକଲସେଲ ଏକ ଜେନେଟିକ ରୋଗ । ଏହା ଦ୍ବାରା ଶରୀରରେ ଥିବା ଲାଲ ରକ୍ତ କଣିକାର ଗଠନ ଉପରେ ପ୍ରଭାବ ପଡିଥାଏ, ଯାହା ଶରୀରରେ ଅମ୍ଳଜାନ ଯୋଗାଇଥାଏ । ଲୋହିତ ରକ୍ତ କଣିକା ସାଧାରଣତଃ ଗୋଲାକାର ଆକୃତିର ହୋଇଥାଏ । କିନ୍ତୁ ସିକଲସେଲ ଆମୋନିଆରେ କିଛି ଲାଲ ରକ୍ତ କଣିକା ଚନ୍ଦ୍ର ଆକୃତିର ହୋଇଯାଇଥାଏ । ଯାହାଫଳରେ ବହୁତ କମ ପରିମାଣର ଅମ୍ଳଜାନ ଗ୍ରହଣ କରିଥାଏ । ଯାହା ରକ୍ତ ପ୍ରବାହକୁ ମନ୍ଥର କରିଥାଏ, ଯେଉଁ କାରଣରୁ ଶରୀରରେ ରକ୍ତ ଅଭାବ ଥାଏ । ଧୀରେଧୀରେ ସିକଲ ସେଲ ନଷ୍ଟ ହୋଇଯାଇଥାଏ, ଯେଉଁ କାରଣରୁ ଲାଲ ରକ୍ତ କଣିକା କମିବା ଆରମ୍ଭ କରେ । ଏହାର ପ୍ରଭାବ ଶରୀରରେ ଉପଲବ୍ଧ ଅମ୍ଳଜାନ ଉପରେ ପଡିଥାଏ, ସଠିକ୍ ଚିକିତ୍ସା ନହେବା ହେତୁ ବ୍ୟକ୍ତିର ମୃତ୍ୟୁ ସମ୍ଭାବନା ମଧ୍ୟ ବଢିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ଜେନେଟିକ୍ ସମସ୍ୟା ଯାହା ଜନ୍ମ ସମୟରୁ ଦେଖାଯାଥାଏ। ଯେତେବେଳେ ଏକ ଶିଶୁ ତା’ର ଉଭୟ ପିତାମାତାଙ୍କଠାରୁ ସିକଲସେଲ୍ ଜିନ ଗ୍ରହଣ କରେ, ସେତେବେଳେ ଶିଶୁ ଅସୁସ୍ଥ ହୋଇଥାଏ।ଏହା ଦ୍ବାରା କିଡନୀ, ଫୁସଫୁସ, ହୃତପିଣ୍ଡ, ଗଣ୍ଠିଯନ୍ତ୍ରଣା ସମସ୍ୟା ହୋଇପାରେ।

ସିକଲସେଲ ଆମୋନିଆର ଲକ୍ଷଣ:

  • ସବୁବେଳେ ହାଡ ଏବଂ ମାଂସପେଶୀରେ ଯନ୍ତ୍ରଣା ଲାଗି ରହିବା
  • ପାଦ ଫୁଲିବା
  • ମୁଣ୍ଡ ଘୁରିବା
  • ମୁଣ୍ଡବିନ୍ଧା ଏବଂ ଆଖି ସମସ୍ୟା
  • ଦୁର୍ବଳ ଲାଗିବା

ସିକଲସେଲ ଆମୋନିଆର ଚିକିତ୍ସା: କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ସିକଲସେଲ୍ ରୋଗର ପ୍ରକୃତ ଚିକିତ୍ସା ବାହାରିପାରି ନାହିଁ । ତେବେ ପୀଡିତାଙ୍କ ଲକ୍ଷଣ ଉପରେ ନିର୍ଭର କରି ତାଙ୍କୁ ଚିକିତ୍ସା ଦିଆଯାଇପାରେ। ସିକଲ ସେଲ୍ ରକ୍ତହୀନତାରେ ଜଣେ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ପଡିବ, ଏହା ବ୍ୟତୀତ ଅସ୍ଥି ମଜ୍ଜା ମଧ୍ୟ ପ୍ରତିରୋପଣ କରାଯାଏ, ଯାହା ଏକ ଜଟିଳ ପ୍ରକ୍ରିୟା ଅଟେ। ତେବେ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଅଛି। ଉଲ୍ଲେଖଯୋଗ୍ୟ ଯେ, 2047 ସୁଦ୍ଧା ଭାରତ ସିକଲସେଲ ଆମୋନିଆ ରୋଗକୁ ମୁକ୍ତ କରିବା ପାଇଁ ଭାରତ ଏକ ଲକ୍ଷ୍ୟ ସ୍ଥିର କରିଛି, ଏହି ରୋଗ ଭାରତରେ ବ୍ୟାପକ ଭାବରେ ବ୍ୟାପିଛି । 15ରୁ 50 ବର୍ଷ ବୟସର ପ୍ରାୟ 56 ପ୍ରତିଶତ ମହିଳା ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଚଳିତବର୍ଷର ଥିମ: ମିଳିତ ଜାତିସଂଘ ଦ୍ବାରା ଆରମ୍ଭ କରାଯାଇଥିବା ଏହି ରୋଗ 2008 ମସିହାରୁ ପ୍ରତିବର୍ଷ ଜୁନ 19 ତାରିଖରେ ପାଳନ କରାଯାଉଛି । ଶିଶୁ ଜନ୍ମ ହେବା ପରେ ଏହି ରୋଗ ଅଛି କି ନାହିଁ ରକ୍ତ ପରୀକ୍ଷା କରାଇବା ଜରୁରୀ ଅଟେ । ଚଳିତ ବର୍ଷର ଥିମ ରହିଛି ଏହି ରୋଗକୁ ପ୍ରତିହତ କରି ଏକ ସୁସ୍ଥ ଜୀବନଯାପନ ପାଇଁ ଉଦ୍ୟମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 19, 2023, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.