ETV Bharat / sukhibhava

ରୋବୋଟିକ୍ ସର୍ଜରୀ କ'ଣ, ଜାଣନ୍ତୁ ଏହାର ଉପକାରିତା ଓ ଅପକାରିତା ବାବଦରେ - ରୋବୋଟିକ୍ ସର୍ଜରୀ ଉପକାରିତା

ସାଧାରଣ ସର୍ଜରୀ ଅପେକ୍ଷା ରୋବୋଟିକ୍ ସର୍ଜରୀ କାହିଁକି ଆବଶ୍ୟକ । କଣ ଏହି ସର୍ଜରୀ ଏବଂ କାହିଁକି ଏହାର ବ୍ୟବହାର କରାଯାଏ, ଜାଣନ୍ତୁ...

OT chamber in hospital
OT chamber in hospital
author img

By

Published : Mar 20, 2023, 3:24 PM IST

ହାଇଦ୍ରାବାଦ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS) ଏହାର ସମସ୍ତ କ୍ଲିନିକାଲ୍ ଶାଖା ଏବଂ ଅନ୍ୟାନ୍ୟ ଡାକ୍ତରଖାନାରରେ ରୋବୋଟିକ୍ ସର୍ଜରୀ ତାଲିମ ସୁବିଧା ଆରମ୍ଭ କରିବାକୁ ଯାଉଛି । ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଏମ ଶ୍ରୀନିବାସ ଜାରି କରିଥିବା ଏକ ସ୍ମାରକପତ୍ର ଅନୁସାରେ, AIIMSରେ ପର୍ଯ୍ୟାପ୍ତ ସଂଖ୍ୟକ ମାଷ୍ଟର ଟ୍ରେନରଙ୍କ ଉପଲବ୍ଧତାକୁ ଦେଖିବାକୁ ରୋବୋଟିକ୍ ସର୍ଜରୀ ତାଲିମ ସୁବିଧା ସ୍ଥାପନର ଆବଶ୍ୟକତା ରହିଛି । AIIMS ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରୋବୋଟିକ୍ ସର୍ଜରୀ କେବଳ ୟୁରୋଲୋଜି ଶାଖାରେ ସୀମିତ ଥିଲା । ଏହା ଆଗକୁ ବ୍ୟାପକ ହେବାକୁ ଯାଉଛି । ତେବେ ରୋବୋଟିକ୍ ସର୍ଜରୀ କଣ ଏବଂ କାହିଁକି ଏହାର ବ୍ୟବହାର କରାଯାଏ, ଜାଣନ୍ତୁ

ରୋବୋଟିକ୍ ସର୍ଜରୀ କ'ଣ ?

ଗତ କିଛିବର୍ଷ ମଧ୍ୟରେ ମେଡିକାଲରେ ରୋବୋଟିକ୍ ସର୍ଜରୀର ବ୍ୟବହାର ବହୁତ ବୃଦ୍ଧି ପାଇଛି । ଏହି ଅସ୍ତ୍ରୋପଚାର ସାହାଯ୍ୟରେ, ବର୍ତ୍ତମାନ ସବୁଠାରୁ କଠିନ ଅପରେସନ୍ କରାଯାଉଛି । ଶରୀରର କିଛି ଅଙ୍ଗ ଅଛି, ଯେଉଁଠାରେ ପହଞ୍ଚିବା କଷ୍ଟକର ଏବଂ ବିପଜ୍ଜନକ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କର୍କଟ ଭଳି ବିପଜ୍ଜନକ ରୋଗରେ ମଧ୍ୟ ଏହି ଅସ୍ତ୍ରୋପଚାର ପ୍ରଭାବଶାଳୀ । ରୋବୋଟିକ୍ ସର୍ଜରୀରେ, ଡାକ୍ତରଙ୍କ ଦ୍ୱାରା ପ୍ରୋଗ୍ରାମ ହୋଇଥିବା ରୋବଟଗୁଡିକ ଏହି ଅପରେସନ୍ କରନ୍ତି ।

ରୋବୋଟିକ୍ ସର୍ଜରୀରେ, କମ୍ପ୍ୟୁଟରାଇଜଡ୍ କନସୋଲରେ ବସିଥିବା ସର୍ଜନଙ୍କ ହାତରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥାଏ । ଏହା ସାହାଯ୍ୟରେ, ଏକ କଠିନ ସ୍ଥାନରେ ଥିବା ଏକ ଗଣ୍ଠି(ଜମାଟ ବାନ୍ଧିଥିବା ସ୍ଥାନ) ବା କର୍କଟ କୋଷକୁ ସହଜରେ ବାହାର କରାଯାଇପାରିବ । ରୋଗୀର ଶରୀରରେ ଭର୍ତ୍ତି ହୋଇଥିବା ଏକ ସ୍ୱତନ୍ତ୍ର କ୍ୟାମେରା ଅପରେସନ୍ ସାଇଟର ଏକ 3D ପିକ୍ଚର୍ ଦେଖାଏ । ରୋବୋଟିକ୍ ଡିଭାଇସରେ ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଅଛି, ଯାହାକୁ 'ଏଣ୍ଡୋୱରିଷ୍ଟ' କୁହାଯାଏ । ଏହି ଟେକ୍ନୋଲୋଜି ଡାକ୍ତରଙ୍କ ହାତଠାରୁ ଅଧିକ ବେଗରେ କାମ କରେ ।

କେଉଁ ରୋଗରେ ରୋବୋଟିକ୍ ସର୍ଜରୀ କରାଯାଏ ?

ରୋବୋଟିକ୍ ସର୍ଜରୀ ଖୁବ୍ ମହଙ୍ଗା । ଏହି ଚିକିତ୍ସା ସମସ୍ତ ପ୍ରକାର ରୋଗ ପାଇଁ ସୁପାରିଶ୍ କରାଯାଏ ନାହିଁ । ଯେଉଁ ରୋଗୀମାନଙ୍କର କିଡନୀ, ପ୍ରୋଷ୍ଟେଟ, ଏସୋଫ୍ୟାଗସ୍, ଯକୃତ, ଡିମ୍ବାଣୁ, ଗର୍ଭାଶୟ, ବୃହତ୍ ଅନ୍ତନଳୀ ଏବଂ ଲିମ୍ଫ୍ ନୋଡ କର୍କଟ ଅଛି, ସେମାନଙ୍କୁ ରୋବୋଟିକ୍ ସର୍ଜରୀ କରିବାକୁ ପରାମର୍ଶ ଦିଆଯାଏ ।

ଏହା ମଧ୍ୟ ପଢନ୍ତୁ:- H3N2 Scare: ଭୟଭୀତ ନହୋଇ ଏହି ନିୟମ ମାନିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ରୋବୋଟିକ୍ ସର୍ଜରୀର ଉପକାରିତା

ରୋବୋଟିକ୍ ସର୍ଜରୀରେ, ଅପରେସନ୍ ସମୟରେ କଟାଯାଇଥିବା ସ୍ଥାନ ବହୁତ ଛୋଟ ଦେଖାଯାଏ । ଏହା ଅସ୍ତ୍ରୋପଚାର ସମୟରେ ସୃଷ୍ଟି ହେଉଥିବା ଦାଗ ତୁଳନାରେ ଖୁବ୍ ଛୋଟ । ରୋବୋଟିକ୍ ସର୍ଜରୀରେ ପୁନରୁଦ୍ଧାର ଶୀଘ୍ର ଏବଂ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଅସ୍ତ୍ରୋପଚାର ତୁଳନାରେ ରକ୍ତସ୍ରାବ ମଧ୍ୟ ବହୁତ କମ୍ ହୋଇଥାଏ ।

ଭାରତରେ ରୋବୋଟିକ୍ ସର୍ଜରୀ ମୂଲ୍ୟ

ଭାରତରେ ରୋବୋଟିକ୍ ସର୍ଜରୀର ମୂଲ୍ୟ ବହୁତ ଅଧିକ । ଅର୍ଥିକ କ୍ଷେତ୍ରରେ ଦୁର୍ବଳ ଲୋକମାନେ ଏଥିରୁ ପ୍ରାୟତଃ ବଞ୍ଚିତ ହୋଇଥାନ୍ତି । ସୂଚନା ଅନୁଯାୟୀ, ଭାରତରେ ରୋବୋଟିକ୍ ସର୍ଜରୀର ମୂଲ୍ୟ 1,50,000 ରୁ 10,00,000 ମଧ୍ୟରେ ହୋଇପାରେ ।

ରୋବୋଟିକ୍ ସର୍ଜରୀର ଅସୁବିଧା

ପାରମ୍ପରିକ ଅସ୍ତ୍ରୋପଚାର ପରି ସଂକ୍ରମଣ ହେବାର ଆଶଙ୍କା ଥାଏ

ଅନ୍ୟ ଅସ୍ତ୍ରୋପଚାର ଅପେକ୍ଷା ଏହା ଅଧିକ ସମୟ ନେଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । ଅଧିକ ଜାଣିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତରଙ୍କ ବିନା ତତ୍ତ୍ବାବଧାନରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.