ETV Bharat / sukhibhava

World Iodine Deficiency Day: ଶରୀରରେ କାହିଁକି ହୁଏ ଆୟୋଡିନ ଅଭାବ, ଜାଣନ୍ତୁ କାରଣ - ଆୟୋଡିନ ଅଭାବର ଲକ୍ଷଣ

ଶରୀରରେ କାହିଁକି ହୁଏ ଆୟୋଡିନ ଅଭାବ । ଆୟୋଡିନର ଅଭାବ ହେଲେ କଣ ହୁଏ ଏବଂ ଏଥିରୁ କିଭଳି ବର୍ତ୍ତିବେ ଜାଣନ୍ତୁ ।

World Iodine Deficiency Day
World Iodine Deficiency Day
author img

By ETV Bharat Odisha Team

Published : Oct 21, 2023, 4:53 PM IST

ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ । ସାଧାରଣତଃ ଲୋକେ ଭିଟାମିନ ଏବଂ ପ୍ରୋଟିନ ବିଷୟରେ ଆଲୋଚନା କରିଥାଆନ୍ତି । କିନ୍ତୁ ଜରୁରୀ ମିନେରାଲ୍ସ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ବିଷୟରେ ଅଧିକ ଆଲୋଚନା କରାଯାଏ ନାହିଁ । ଆୟୋଡିନ୍ ହେଉଛି ଏକ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ । ଯଦି ଶରୀରରେ ଏହାର ଅଭାବ ଦେଖାଯାଏ ତେବେ ଏହା ଥାଇରଏଡ୍ ବ୍ୟାଧି ସୃଷ୍ଟି କରିପାରେ । ଏହାର ଅଭାବ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇ ପାରେ ବୋଲି କୁହାଯାଇଛି । ଆମ ସ୍ୱାସ୍ଥ୍ୟ ପାଇଁ ଆୟୋଡିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ 21 ଅକ୍ଟୋବରରେ ବିଶ୍ୱ ଆୟୋଡିନ୍ ଅଭାବ ଦିବସ ପାଳନ କରାଯାଏ ।

ଶରୀରରେ ଆୟୋଡିନର ଅଭାବ କାହିଁକି ଦେଖାଯାଏ: ଥାଇରଏଡ୍ ଗ୍ରନ୍ଥି ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଆୟୋଡିନ୍ ଆବଶ୍ୟକ। ଥାଇରଏଡ୍ ହରମୋନ୍ ତିଆରି ହେବା ପାଇଁ ଶରୀରକୁ ଆୟୋଡିନ୍ ଆବଶ୍ୟକ । ଶରୀର ନିଜେ ଆୟୋଡିନ୍ ଉତ୍ପାଦନ କରେ ନାହିଁ, ଏହା ଖାଦ୍ୟରୁ ହିଁ ଶୋଷଣ କରିଥାଏ । ଲୁଣ ମାଧ୍ୟମରେ ଆମେ ଶରୀର ପାଇଁ ଆବଶ୍ୟକ ଆୟୋଡିନ୍ ପାଇଥାଉ । ଯେଉଁ ବ୍ୟକ୍ତିମାନେ ମାଛ କିମ୍ବା ଦୁଗ୍ଧ ଖାଉ ନାହାଁନ୍ତି ସେମାନଙ୍କ ଠାରେ ଆୟୋଡିନର ଅଭାବ ଦେଖାଦେଇପାରେ ।

ଗମ୍ଭୀର ସମସ୍ୟାର କାରଣ ହୋଇପାରେ ଆୟୋଡିନର ଅଭାବ: ଶରୀରରକୁ ପର୍ଯ୍ୟାପ୍ତ ପରିମାଣର ଆୟୋଡିନ ନମିଳିବା ଦ୍ବାରା ଥାଇରଏଡ ହରମୋନ ତିଆରି ହୋଇପାରେ ନାହିଁ । ଏହା ଯୋଗୁଁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ଏହି କାରଣକୁ ଗର୍ଭଧାରଣରେ ସମସ୍ୟା, ଶିଶୁର ବିକାଶରେ ଅଭାବ ଏବଂ ବୌଦ୍ଧିକ ଅକ୍ଷମତାର ଆଶଙ୍କା ରହିଥାଏ । ଗର୍ଭାବସ୍ଥାରେ ଆୟୋଡିନ୍ ଅଭାବ ବ୍ରେନ ଡାମେଜ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ । ଯାହାକୁ କ୍ରେଟିନିଜିମ୍ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: World IDD Prevention Day: ଆୟୋଡିନ ଅଭାବ କରିପାରେ ମାନସିକ ଅବସାଦ-ଗର୍ଭଧାରଣରେ ସମସ୍ୟା

ଆୟୋଡିନ ଅଭାବର ଲକ୍ଷଣ: ଶରୀରରେ ଆୟୋଡିନର ଅଭାବ ନେଇ ଅନେକ ଜାଣିପାରନ୍ତି ନାହିଁ। ଏହି କାରଣରୁ କିଛି ଲୋକଙ୍କର ବେକରେ ଗୋୟେଟର ହୋଇଥାଏ। ଆୟୋଡିନ୍ ଅଭାବ ମଧ୍ୟ ହାଇପୋଥାଇରଏଡିଜିମ୍ ହେବାର ମଧ୍ୟ ଆଶଙ୍କା ବୃଦ୍ଧି ପାଇଥାଏ। ଆୟୋଡିନ୍ ଅଭାବ ହେତୁ କ୍ରମାଗତ ଥକ୍କା, ଅପ୍ରତ୍ୟାଶିତ ଓଜନ ବୃଦ୍ଧି, ସ୍ମୃତି ଶକ୍ତି ହ୍ରାସ, କେଶ ଝଡିବା ଭଳି ସମସ୍ୟା ଦେଖାଯାଇଥାଏ।

ଆୟୋଡିନର ଅଭାବରୁ କିଭଳି ବର୍ତ୍ତିବେ: ଆୟୋଡିନର ଅଭାବ ଥିବା ବ୍ୟକ୍ତିମାନେ ସପ୍ଲିମେଣ୍ଟ ଖାଇପାରିବେ । ଏହା ସହିତ ଏହାର ଜଟିଳତାକୁ ଭଲ କରିବା ପାଇଁ ସହାୟକ ଚିକିତ୍ସା ଦିଆଯାଏ । ଆୟୋଡିନ୍ ଅଭାବକୁ ରୋକିବା ପାଇଁ ଆୟୋଡିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । କ୍ଷୀର, କଦଳୀ ଏବଂ ପନିର, ମାଛ, ଚିଙ୍ଗୁଡ଼ି, ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ଲାଭ ମିଳିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.