ETV Bharat / sukhibhava

ଖରା ଦିନରେ ଘିମିରି ସମସ୍ୟା ବ୍ୟତିବ୍ୟସ୍ତ କରୁଛି କି, ଆପଣାନ୍ତୁ ଘରୋଇ ଉପାୟ - ଘିମିରି ସମସ୍ୟାର ସମାଧାନ

ଖରା ଦିନରେ ଘିମିରି ସମସ୍ୟା ନେଇ ଚିନ୍ତିତ କି ? ଆପଣାନ୍ତୁ ଘରୋଇ ଉପଚାର, ଘିମିରିକୁ କରନ୍ତୁ ବାଏ ବାଏ

ଖରା ଦିନରେ ଘିମିରି ସମସ୍ୟା ନେଇ ଚିନ୍ତିତ କି ? ଜାଣନ୍ତୁ କିପରି କରିବେ ସମାଧାନ

author img

By

Published : Mar 27, 2022, 6:59 PM IST

ହାଇଦ୍ରାବାଦ: ଗ୍ରୀଷ୍ଣ ଋତୁରେ ଶରୀରରେ ନାନା ସମସ୍ୟା ଦେଖାଦେଇଥାଏ । ବିଶେଷତଃ ଏହି ସମୟରେ ଅଧିକ ଚର୍ମ ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ । ଖରାଦିନରେ ଘିମିରି ସବୁଠୁ ଏକ ବଡ ସମସ୍ୟା । ଏହା ଏକ ସମସ୍ୟା ଯାହାକି ଯେକୌଣସି ବୟସର ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇପାରେ, ବିଶେଷତଃ ଯେଉଁମାନଙ୍କ ଚର୍ମ ଅତ୍ୟନ୍ତ ସେନସିଟିଭ, ସେମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିପାରେ ।

ଯଦିଓ ଘିମିରି ଏକ ପ୍ରକାର ଚର୍ମ ସମ୍ବନ୍ଧୀୟ ସମସ୍ୟା, କିନ୍ତୁ ସାଧାରଣତଃ, କିଛି ସତର୍କତା ଅବଲମ୍ବନ କରିବା ଦ୍ବାରା ଏବଂ ଘରୋଇ ଉପଚାର ମାଧ୍ୟମରେ ଏହାକୁ ଅଳ୍ପ କିମ୍ବା ବହୁ ପରିମାଣରେ ରୋକା ଯାଇପାରିବ । ତେବେ ଘିମିରିର ପ୍ରତିରୋଧ ବାବଦରେ ଜାଣିବା ପୂର୍ବରୁ, ଏହା କାହିଁକି ଘଟେ ଏବଂ ଶରୀର ଉପରେ ଏହାର ପ୍ରଭାବ କ’ଣ ତା' ଉପରେ ପ୍ରଥମେ ଆଲୋଚନା କରିବା...

ଘିମିରି କ'ଣ ?

ଡର୍ମା କ୍ଲିନିକ୍ ମୁମ୍ବାଇର ଚର୍ମରୋଗ ବିଶେଷଜ୍ଞ ଡ. ସବା ଶେଖଙ୍କ କହିବା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ କାରଣରୁ ଚର୍ମ ରୋଗ ହୋଇଥାଏ । ଏହା ସାଧାରଣତଃ ପଛ ବେକ ଏବଂ ଛାତିରେ ଛୋଟ ଲାଲ ରଙ୍ଗର ଦେଖାଯାଏ । ଯେଉଁଥିରେ ଅଧିକ କୁଞ୍ଚନ, ଉତ୍ତେଜନା କିମ୍ବା ଜଳିବା ପୋଡିବା ପରେ ଲାଗେ । ଖରାଦିନରେ ଶରୀରରୁ ଅଧିକ ଝାଳ ବାହାରିଥାଏ । ପ୍ରଦୂଷଣ, ଧୂଳି-ମାଟି, ମଇଳା, ମୃତ ଚର୍ମ କୋଷ କିମ୍ବା କୌଣସି ଜୀବାଣୁ ପ୍ରଭାବରେ ଝାଳ ଗ୍ରନ୍ଥିଗୁଡ଼ିକର ମୁଖ ବନ୍ଦ ହୋଇଯାଏ । ଯେଉଁଥିପାଇଁ ଝାଳ ଚର୍ମର ଉପରିଭାଗରେ ପହଞ୍ଚେ ନାହିଁ, ଫଳେ ଚର୍ମରେ ଛୋଟ ଲାଲ୍ ରଶ୍ମି ବାହାରିବା ଆରମ୍ଭ କରେ । ଯଦିଓ ଏହା ଏକ ଗମ୍ଭୀର ସମସ୍ୟା ନୁହେଁ, କିନ୍ତୁ ଏହି ସମସ୍ୟାରେ ଯନ୍ତ୍ରଣା ଏବଂ ଜଳିବା ନିଶ୍ଚିତ ଭାବରେ ଜଣେ ବ୍ୟକ୍ତିଙ୍କୁ କଷ୍ଟ ଦେବା ସହ ଚିଡିଚିଡା କରିଦିଏ ।

ଘିମିରିର ଘରୋଇ ଉପଚାର:- ଇନ୍ଦୋରର ହୋମିଓପାଥିକ୍ ଡାକ୍ତର ଡ. ସ୍ମିତା କାମ୍ବଲେ କୁହନ୍ତି ଯେ, ସାଧାରଣତଃ ଘିମିରି ପାଇଁ ଅଧିକ ମହଙ୍ଗା ଚିକିତ୍ସାର ଆବଶ୍ୟକତା ନାହିଁ । ଘରୋଇ ଉପଚାର ଏବଂ କିଛି ସତର୍କତା ଅବଲମ୍ବନ କରିବା ଦ୍ବାରା ସମସ୍ୟାର ସମାଧାନ ହୋଇପାରିବ । ସେ କହିଛନ୍ତି ଯେ, ପ୍ରାକୃତିକ ଚିକିତ୍ସାର ଏପରି ଅନେକ ପ୍ରତିକାର ଅଛି, ଯାହାକୁ ବ୍ୟବହାର କରି ପ୍ରବଳ ଗରମରେ ସୃଷ୍ଟି ହେଉଥିବା ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ । ସେଥିମଧ୍ୟରୁ କିଛି ନିମ୍ନରେ କେତେକ ଉଦାହରଣ ଦିଆଯାଇଛି...

ଆଲୋଭେରା ବା ଘି କୁଆଁରୀ:- ଡକ୍ଟର ସ୍ମିତା କହିଛନ୍ତି ଯେ, ପ୍ରବଳ ଗରମରେ ଆଲୋଭେରା ବ୍ୟବହାର ବହୁତ ଲାଭଦାୟକ । ଯଦି ଆପଣ ନିୟମିତ ଭାବରେ ତାଜା କିମ୍ବା ବଜାର ଉପଲବ୍ଧ ଆଲୋଭେରା ଜେଲକୁ 15 ରୁ 25 ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତି ଏବଂ ତା’ପରେ ଏହାକୁ ପାଣିରେ ଧୋଇ ଦିଅନ୍ତି, ତେବେ ଏହା ପ୍ରବଳ ଗରମରେ ବହୁତ ଲାଭ ଦେଇଥାଏ ।

ଖରା ଦିନରେ ଘିମିରି ସମସ୍ୟା ନେଇ ଚିନ୍ତିତ କି ? ଜାଣନ୍ତୁ କିପରି କରିବେ ସମାଧାନ
ଖରା ଦିନରେ ଘିମିରି ସମସ୍ୟା ନେଇ ଚିନ୍ତିତ କି ? ଜାଣନ୍ତୁ କିପରି କରିବେ ସମାଧାନ

ମୁଲତାନୀ ମାଟି:- ଏହାକୁ ମଧ୍ୟ ପ୍ରବଳ ଗରମରେ ଏକ ଚିକିତ୍ସା ପଦ୍ଧତି ଭାବେ ବିବେଚନା କରାଯାଏ । ମୁଲତାନୀ ମାଟିରେ ଗୋଲାପ ଜଳକୁ ମିଶ୍ରଣ କରି ଏହାକୁ ଘିମିରି ସ୍ଥାନରେ ଲଗାଇବା ଦ୍ବାରା ଜଳା-ପୋଡା ଏବଂ ଏହା ଦ୍ବାରା ସୃଷ୍ଟି ହେଉଥିବା କୁଞ୍ଚନରୁ ଆରାମ ମିଳିଥାଏ ।

କଞ୍ଚା ଆଳୁ ରସ:- କଞ୍ଚା ଆଳୁ ରସକୁ ବାହାର କରି ଘିମିରି ହୋଇଥିବା ସ୍ଥାନରେ ଲଗାଇବା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଘିମିରି ସ୍ଥାନରେ ଆଳୁ ରସ ଲଗାଇ ପ୍ରାୟ 10 ରୁ 15 ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦେବା ଦ୍ବାରା ଆରାମ ମିଳିଥାଏ ।

ମେହେନ୍ଦୀ:- ଡକ୍ଟର ସ୍ମିତା କହିଛନ୍ତି ଯେ, ଗରମରେ ହେନା ପେଷ୍ଟ(ମେହେନ୍ଦୀ)କୁ ଲଗାଇବା ଦ୍ବାରା ଆରମ ମିଳିଥାଏ । ହେନାରେ ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ, ଏଷ୍ଟ୍ରୋଜେଣ୍ଟ ପରି ଉପାଦାନ ରହିଛି, ଯାହା ଚର୍ମକୁ ପ୍ରାକୃତିକ ଭାବରେ ଥଣ୍ଡା ରଖେ ।

ହଳଦୀ:- ହେନା ପରି, ହଳଦୀରେ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଗାଧୋଇବା ପୂର୍ବରୁ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ଘିମିରି ସ୍ଥାନରେ ଏହି ପେଷ୍ଟକୁ ପାଣି କିମ୍ବା ଗୋଲାପ ଜଳରେ ମିଶାଇ ଲଗାଇଲେ ପ୍ରବଳ ଉତ୍ତାପରେ ବହୁତ ଆରାମ ମିଳିଥାଏ ।

କାକୁଡି ରସ:- ଡକ୍ଟର ସ୍ମିତା କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ଅଳ୍ପ ଉତ୍ତାପରେ କାକୁଡି ରସରେ ଅଳ୍ପ ବୁନ୍ଦା ଲେମ୍ବୁ ଲଗାଇଲେ ମଧ୍ୟ ଘିମିରି ସମସ୍ୟାରୁ ମୁକ୍ତି ମିଳିଥାଏ ।

ବିଶେଷ ଟିପ୍ପଣୀ:-

ଡ. ସ୍ମିତା କୁହନ୍ତି ଯେ, ଅନ୍ୟ କିଛି ଜିନିଷର ଯତ୍ନ ନେବା ମଧ୍ୟ ପ୍ରବଳ ଗରମରେ ଆରାମ ଦେଇଥାଏ, ଯେପରିକି...

  • ଥଣ୍ଡା ପାଣିରେ ଗାଧୋଇବା ଘିମିରି ସମସ୍ୟାରୁ ଆରାମ ଦେଇଥାଏ ।
  • ଫ୍ୟାନ୍ କିମ୍ବା ଅନ୍ୟ ଉପାୟରେ ଚର୍ମକୁ ଥଣ୍ଡା ରଖିବାକୁ ଚେଷ୍ଟା କରନ୍ତୁ ।
  • ହାଲୁକା, ଖାଲି ଏବଂ ଏପରି ପୋଷାକ ପିନ୍ଧନ୍ତୁ ଯେଉଁଥିରେ ଝାଳ ଶୁଖିଯାଏ ଏବଂ ଶରୀରର ସମସ୍ତ ଅଙ୍ଗ ସତେଜ ପବନରେ ସଂସ୍ପର୍ଶରେ ଆସିଥାଏ ।
  • ଶରୀରର ସେହି ଅଙ୍ଗଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ ଯେଉଁଠାରେ ବାୟୁ ପହଞ୍ଚିପାରେ ନାହିଁ, ଯେପରିକି ବାହୁ, ଜଙ୍ଘ ଏବଂ ପିଠି । ଆହୁରି ମଧ୍ୟ, ଏହି ଅଂଶଗୁଡ଼ିକୁ ଭଲ ଭାବରେ ସଫା କରିବା ଏବଂ ଶୁଖାଇବା ପରେ, ଏହି ଅଂଶ ଗୁଡ଼ିକରେ ସୁଗନ୍ଧିତ କିମ୍ବା କମ୍ ସୁଗନ୍ଧିତ କିମ୍ବା ଔଷଧଯୁକ୍ତ ପାଉଡର ଲଗାନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.