ETV Bharat / sukhibhava

Sawan 2023: ଶ୍ରାବଣ ମାସରେ ବ୍ରତ ରଖିବା ପଛରେ ଏହା ରହିଛି କାରଣ, ଏଥିପାଇଁ କରାଯାଏ ଉପବାସ - ଉପବାସ କରିବାର ଫାଇଦା

ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ଶିବଙ୍କୁ ଶ୍ରାବଣ ମାସରେ ପୂଜା କରାଯାଏ। ଆୟୁର୍ବେଦ ଅନୁଯାୟୀ, ଶ୍ରାବଣ ମାସରେ ଏହି କାରଣରୁ ଉପବାସ କରିବା ଉଚିତ ହୋଇଥାଏ । ଅଧିକ ପଢ଼ନ୍ତୁ

Sawan 2023
Sawan 2023
author img

By

Published : Jul 4, 2023, 11:58 AM IST

Updated : Jul 4, 2023, 1:48 PM IST

ହାଇଦ୍ରାବାଦ: ଆଜିଠୁ(ମଙ୍ଗଳବାର)ଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ଶିବଙ୍କୁ ଶ୍ରାବଣ ମାସରେ ପୂଜା କରାଯାଏ । ଅଧିକାଂଶ ମହିଳା ଏବଂ ପୁରୁଷ ଏହି ମାସରେ ପଡୁଥିବା ସମସ୍ତ ସୋମବାରରେ ଭଗବାନ ମହାଦେବଙ୍କୁ ପୂଜା କରିବା ସହ ଉପବାସ ରଖିଥାଆନ୍ତି । ସୋମବାର ଉପବାସ ସମୟରେ ଲୋକମାନେ କେବଳ ଥରେ ଖାଦ୍ୟ ଖାଆନ୍ତି । ତାହା ମଧ୍ୟ ଶୁଦ୍ଧ ଶାକାହାରୀ ଖାଦ୍ୟ ହୋଇଥାଏ । କେବଳ ଏତିକି ନୁହେଁ, ଏହି ମାସରେ ଲୋକମାନେ ସାତ୍ତ୍ବିକ ଖାଦ୍ୟ ଖାଆନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଶ୍ରାବଣ ମାସ ପାଇଁ ଲୋକମାନେ କେବଳ ସାତ୍ତ୍ବିକ ଖାଦ୍ୟ କାହିଁକି ଖାଉଛନ୍ତି? ପ୍ରାଚୀନ କାଳରୁ ଲୋକମାନେ କାହିଁକି ଉପବାସ କରୁଛନ୍ତି?

ଶ୍ରାବଣ ମାସରେ କାହିଁକି ଜରୁରୀ ଉପବାସ: ଶ୍ରାବଣ ମାସରେ ଅଧିକା ବର୍ଷା ହୋଇଥାଏ। ଏହି ସମୟରେ ଉପବାସର ଏକ ବିଶେଷ ମହତ୍ତ୍ବ ରହିଛି। ଆୟୁର୍ବେଦ ଅନୁଯାୟୀ, ଏହି ଋତୁରେ ବର୍ଷା ହେତୁ ଖୁବ୍ କମ୍ ସବୁଜ ପନିପରିବା ଏବଂ ବଜାରକୁ ବଜାରକୁ ଆସିଥାଏ। ଅନ୍ୟପକ୍ଷରେ, ପତ୍ର ଏବଂ ସବୁଜ ପନିପରିବାରେ କୀଟପତଙ୍ଗ ଦେଖାଯିବା ଆରମ୍ଭ କରନ୍ତି। ଏହାକୁ ଖାଇବା ପରେ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଏହା ସହିତ ଏହି ଋତୁରେ କ୍ଷୀର ପିଇବା ମଧ୍ୟ ନିଷେଧ କାରଣ ଘାସରେ ମଧ୍ୟ କୀଟ ରହିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ଗାଈ ଘାସ ଖାଏ, ତାର କ୍ଷୀର ବିଷାକ୍ତ ହେବାର ସମ୍ଭାବନା ରହିଛି । ଏହି କାରଣରୁ ଏହି ଋତୁରେ କ୍ଷୀର ଥିବା ଜିନିଷ ଖାଇବା ନିଷେଧ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: Amebiasis Infection: ବର୍ଷାରେ ବୃଦ୍ଧି ପାଏ ଆମିବାୟସିସ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ

ବର୍ଷା ଋତୁରେ ପାଚନତନ୍ତ୍ରରେ ବାଧକ ହୋଇଥାଏ: ବର୍ଷା ଋତୁରେ ସବୁଆଡେ ସବୁଜତା ଦେଖାଯାଇଥାଏ, କିନ୍ତୁ ଏହି ଋତୁରେ ଉତ୍ତାପ ସହିତ ଆର୍ଦ୍ରତା ମଧ୍ୟ ବୃଦ୍ଧି ପାଇଥାଏ। ଏହି ଆର୍ଦ୍ରତା ହଜମ ପ୍ରକ୍ରିୟାକୁ ଦୁର୍ବଳ କରିବା ସହିତ ଏହା ଅନ୍ତନଳୀ ସ୍ୱାସ୍ଥ୍ୟକୁ ବିଗାଡି ଦେଇଥାଏ। ଏହି କାରଣରୁ ପେଟ ଏବଂ ଅନ୍ତନଳୀ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ତେଣୁ ପ୍ରାୟତଃ ପ୍ରତ୍ୟେକଙ୍କ କ୍ଷେତ୍ରରେ ଏହି ଋତୁରେ ପେଟ ବ୍ୟଥା, ଅମ୍ଳତା ବା ଏସିଡିଟି, ପେଟ ଫୁଲିବା ଏବଂ ପେଟ ବ୍ୟଥା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଶ୍ରାବଣ ସୋମବାର ବ୍ରତ କରିବାର ଫାଇଦା: ଆୟୁର୍ବେଦ ଅନୁଯାୟୀ, ଯଦି ଆପଣ ଶ୍ରାବଣ ମାସରେ ଗୋଟିଏ ଦିନ ମଧ୍ୟ ଉପବାସ ରଖନ୍ତି, ତେବେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ । ଏହା କରିବା ଦ୍ୱାରା ପେଟ ସହିତ ଜଡିତ ଅନେକ ସମସ୍ୟାକୁ ଏଡାଯାଇପାରିବ । ପେଟ ବ୍ୟଥାକୁ ମଧ୍ୟ ରୋକାଯାଇ ପାରବ । ଏହା ସହିତ ପେଟ ଫୁଲା, ଗ୍ୟାସ୍, ଅମ୍ଳତା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । ଏହି ଉପବାସକୁ ପାଳନ କରି ଶରୀରରେ ଗଚ୍ଛିତ ଚର୍ବି ମଧ୍ୟ ହ୍ରାସ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2023, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.