କୋଲକାତା: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ପୋର୍ଟାଲରେ ପ୍ରକାଶିତ ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ରାଜ୍ୟର ପ୍ରତି 6 ଜଣ ନାବାଳିକାଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଅଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 2019-20ରେ ଏପରି ଉଦ୍ବେଗଜନକ ତଥ୍ୟ ଉଲ୍ଲେଖ କରିଛି । ତଥ୍ୟ ଏହା କହୁଛି ଯେ, ପଶ୍ଚିମବଙ୍ଗର 15ରୁ 19 ବର୍ଷ ବୟସ ମଧ୍ୟରେ 8.5 ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ 19.6 ପ୍ରତିଶତ କିଶୋରୀ ଗର୍ଭବତୀ ହୋଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଜଣ ମଧ୍ୟ ପ୍ରସବ କରାଇଛନ୍ତି ।
ରିପୋର୍ଟ ଅନୁଯାୟୀ, ରାଜ୍ୟରେ ପ୍ରାୟ 17 ପ୍ରତିଶତ ଗର୍ଭବତୀ ଥିବାବେଳେ ଗର୍ଭବତୀ ମହିଳାଙ୍କ ସଂଖ୍ୟା ମାତ୍ର ଚାରି ପ୍ରତିଶତ । ଜଣେ କିଶୋରୀ ମାଆ ହେବା ଉଭୟ ମାଆ ଏବଂ ପିଲା ପାଇଁ କେତେ ବିପଦପୂର୍ଣ୍ଣ ତାହା ସମସ୍ତଙ୍କୁ ଜଣା । ଏହା କେବଳ ଶିଶୁ ପାଇଁ ନୁହେଁ ବରଂ ମାଆ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଏପରି ପରିସ୍ଥିତିରେ ଶିଶୁ ମୃତ ଅବସ୍ଥାରେ ଜନ୍ମ ହେବାର ମଧ୍ୟ ଆଶଙ୍କା ରହିଛି । ଏହା ସହିତ, ଏକ୍ଲାମପ୍ସିଆ ଏବଂ ରକ୍ତହୀନତା ହେତୁ ଉଭୟ ମାଆ ଏବଂ ଶିଶୁଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଥାଏ ।
ଏହା ମଧ୍ୟ ପଢନ୍ତୁ:- Rare Surgery: ଏମ୍ସ ଭୁବନେଶ୍ବରରେ ବିରଳ ଅସ୍ତ୍ରୋପଚାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଏହି ପରିସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ବିବାହର ଆଇନଗତ ବୟସ 21 ବର୍ଷ, କିନ୍ତୁ ଅଳ୍ପ ବୟସରେ ମାଆ ହେବା କାରଣରୁ ଝିଅମାନଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗର୍ଭଧାରଣ ସମୟରେ ମାଆର ସର୍ବନିମ୍ନ ବୟସ 21 ବର୍ଷ ହେବା ଉଚିତ ଯାହାକି ମାଆ ଏବଂ ଶିଶୁର ଜୀବନ ପ୍ରତି ବିପଦକୁ ହ୍ରାସ କରିଥାଏ ।
ବିଶେଷଜ୍ଞମାନେ କହନ୍ତି ଯେ, କିଶୋରୀ ମାଆମାନେ ଗର୍ଭାବସ୍ଥାରେ ଅଧିକ ସ୍ୱାସ୍ଥ୍ୟ ବିପଦର ସମ୍ମୁଖୀନ ହୁଅନ୍ତି ଏବଂ ପ୍ରସବ ସମୟରେ ଜୀବନ ପ୍ରତି ବିପଦ ରହିଥାଏ । ଏହିପରି ଶିଶୁମାନେ 9 ମାସ ପୂର୍ବରୁ ସଠିକ୍ ଶାରୀରିକ ଗଠନ ହୋଇନଥିଲେ ମଧ୍ୟ ଜନ୍ମ ହୋଇଥାନ୍ତି, ଯାହା ଉପରେ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ । କେତେକ ନବଜାତ ଶିଶୁଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଦେଇ ଥିବାବେଳେ ମୃତ ସନ୍ତାନ ମଧ୍ୟ ଜନ୍ମ ଗ୍ରହଣ କରିଥାନ୍ତି । ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର 2022ରେ ରାଜ୍ୟରେ ଚାରି ଲକ୍ଷ କିଶୋର ଦମ୍ପତି ଥିଲେ ।