ETV Bharat / sukhibhava

ଶରୀରରେ ଜଳୀୟ ଅଂଶ ବଜାୟ ରହିଲେ ଦୂର ହୁଏ ଏହି ସବୁ ଜଟିଳ ସମସ୍ୟା

author img

By

Published : Apr 21, 2023, 4:55 PM IST

ପାଣି ପିଇବା ଏକ ଭଲ ଅଭ୍ୟାସ । ଏହି ଅଭ୍ୟାସ କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ, ବରଂ କିଡନୀ ଷ୍ଟୋନ୍‌ଠାରୁ ବ୍ରେନ୍ ଫଗ୍ ପର୍ଯ୍ୟନ୍ତ ସମସ୍ୟା ଦୂର କରେ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଖରାଦିନେ ପ୍ରାୟ ସମସ୍ତଙ୍କୁ ଅଧିକ ଶୋଷ ଲାଗିଥାଏ । ଆଉ ପ୍ରଚୁର ପାଣି ମଧ୍ୟ ପିଇଥାନ୍ତି । ତଥାପି ଏହି ଦିନରେ ଡିହାଇଡ୍ରେସନ୍ ସମସ୍ୟା ଅଧିକ ଦେଖାଯାଏ । ଏହି ସମସ୍ୟାକୁ ଏଡାଇବା ପାଇଁ ନିଶ୍ଚତ ରୂପେ ପାଣି ପିଇବା ଆବଶ୍ୟକ । ହେଲେ ଜାଣନ୍ତି କି, ଶରୀରରେ ଜଳର ମାତ୍ରା ସଠିକ୍ ରହିଲେ ଅନେକ ଦୂରାରୋଗ୍ୟ ରୋଗ ପାଖ ମାଡେନି । ଆଜ୍ଞା ହଁ, ପ୍ରତିଦିନ ସକାଳେ ଶଯ୍ୟାତ୍ୟାଗ ପରେ ପାଣି ପିଇବା ଫଳରେ ଅନେକ ଉପକାରିତା ମିଳିଥାଏ, ସେସବୁ କଣ ଜାଣନ୍ତୁ...

କିଡନୀ ଷ୍ଟୋନ୍: ସକାଳେ ଶଯ୍ୟାତ୍ୟାଗ ପରେ ପାଣି ପିଇବା ଦ୍ୱାରା କିଡନୀ ଷ୍ଟୋନ୍‌ର ଆଶଙ୍କା ହ୍ରାସପାଏ । ସକାଳେ ପାଣି ପିଇବା ଦ୍ୱାରା ପେଟରେ ହେଉଥିବା ଏସିଡିଟି ମଧ୍ୟ ଦୂର ହୋଇଥାଏ ।

ବ୍ରେନ୍ ଫଗ୍: ଡିହାଇଡ୍ରେସନ୍ ହେତୁ ଅନେକ ଥର ମୁଣ୍ଡ ବୁଲାଏ ଏବଂ ବ୍ରେନ୍ ଫଗ୍ ମଧ୍ୟ ହୁଏ । ଏହାକୁ ଏଡାଇବା ପାଇଁ, ସକାଳେ ପ୍ରଚୁର ପାଣି ପିଅନ୍ତୁ । ପାଣି ପିଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:- ଗର୍ଭାବସ୍ଥାର ଅନ୍ତିମ ମାସରେ ଘିଅ ଖାଇଲେ ପ୍ରସବ ବେଦନା କମ୍‌ ହୁଏ ? କେତେ ସତ ଜାଣନ୍ତୁ

ଦୁର୍ବଳ ଚର୍ମ: ଯଦି ଚର୍ମ ଦୁର୍ବଳ ହୋଇଯାଉଛି ତେବେ ସକାଳେ ଉଠିବା ପରେ ଖାଲି ପେଟରେ ପାଣି ପିଅନ୍ତୁ । କାରଣ ଏହା ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିଥାଏ । ଏଥିସହ ନୂଆ କୋଷ ଉତ୍ପାଦନ ବୃଦ୍ଧି କରି ଚର୍ମକୁ ଉଜ୍ବଳ କରିବାରେ ସହାୟକ ହୋଇଥାଏ ।

ଉତ୍ତମ ରୋଗ ପ୍ରତିରୋଧକ ଶକ୍ତି: ସକାଳେ ପାଣି ପିଇବା ଦ୍ବାରା ପେଟରୁ ବିଷାକ୍ତ ପଦାର୍ଥ ନିଷ୍କାସନ ହେବା ସହଜ ହୋଇଥାଏ, ଯାହାଦ୍ୱାରା ଲିମ୍ଫାଟିକ୍ ସିଷ୍ଟମ ସନ୍ତୁଳିତ ହୁଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧିକରେ । ଏହା ବ୍ୟକ୍ତିକୁ ବାରମ୍ବାର ଅସୁସ୍ଥ ହେବାର ସମସ୍ୟାରୁ ମଧ୍ୟ ରକ୍ଷା ମିଳିପାରିବ ।

ଓଜନ ହ୍ରାସ: ସକାଳୁ ଶଯ୍ୟାତ୍ୟାଗ କରିବା ମାତ୍ରେ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ଏବଂ ହଜମ ବୃଦ୍ଧି ହୋଇଥାଏ । ହଜମ ପ୍ରକ୍ରିୟା ସଠିକ୍ ହୋଇପାରିଲେ ଓଜନ ହ୍ରାସ ହେବା ସହଜ ହୋଇଥାଏ, ମେଦବହୁଳତା ଦୂର ହୋଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.