ETV Bharat / sukhibhava

ଏସିଆର 10 ପ୍ରଦୂଷିତ ସହର ମଧ୍ୟରେ ଭାରତର 8 ସହର, ତାଲିକାରେ ନାହିଁ ଦିଲ୍ଲୀ - ବିଶ୍ବ ବାୟୁମାନ ସୂଚକାଙ୍କ

ଚିନ୍ତା ବଢାଉଛି ବିଶ୍ବ ବାୟୁମାନ ସୂଚକାଙ୍କ(World Air Quality Index, WAQI) ତଥ୍ୟ । WAQI ଅନୁଯାୟୀ, ଏସିଆର ପ୍ରଦୂଷିତ ସହରଗୁଡିକର ତାଲିକା ମଧ୍ୟରେ ଅଧିକ ରହିଛ ଭାରତୀୟ ସହର । ଅଧିକ ପଢନ୍ତୁ

ଏସିଆର 10 ପ୍ରଦୂଷିତ ସହର ମଧ୍ୟରେ 8 ଭାରତ ସହର, ତାଲିକାରୁ ହଟିଲା ଦିଲ୍ଲୀ

author img

By

Published : Oct 25, 2022, 8:57 AM IST

ନୂଆଦିଲ୍ଲୀ: ପ୍ରତି ବର୍ଷ ଶୀତ ଋତୁରେ ବାୟୁ ଗୁଣାବତ୍ତା ଖରାପ ହୋଇଯାଇଥାଏ । ବିଶେଷ କରି ଏହି ଦିନରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ ବୋଲି ବିବେଚନା କରାଯାଏ । ଏହାର ମୁଖ୍ୟ କାରଣ, ପାର୍ବଣ ଋତୁ କାରଣରୁ ଧୂଳି, ଧୂଆଁ ଉଡିବା ଏବଂ ଶୀତଦିନ କାରଣରୁ ଅଧିକ ନଡା ଜାଳିବା । ତେଣୁ ଶୀତ ଋତୁ ଆସି ପଦାର୍ପଣ କରିସାରି ଥିବାରୁ ବିଶ୍ବ ବାୟୁମାନ ସୂଚକାଙ୍କ(World Air Quality Index, WAI) ଏସିଆର ପ୍ରଦୂଷିତ ସହରଗୁଡିକର(most polluted cities in Asia) ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅଧିକ ରହିଛ ଭାରତୀୟ ସହର ।

ଏଥିରେ ଏସିଆ ମହାଦେଶର 10ଟି ସହରର ନାମ ପ୍ରକାଶ ପାଇ ଥିବାବେଳେ କେବଳ ଭାରତରୁ 8ଟି ସହରର ନାମ ରହିଛି । ସବୁଠାରୁ ବଡ କଥା ହେଉଛି କି ପ୍ରଦୃଷଣ ମାତ୍ରାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ଜାତୀୟ ରାଜଧାନୀ ଦିଲ୍ଲୀର ନାମ ତାଲିକାରେ ନାହିଁ । ସେହିପରି ବାୟୁମାନ ସର୍ବୋତ୍ତମ ଦୃଷ୍ଟିରୁ ପ୍ରକାଶ ପାଇଥିବା 10ଟି ସହର ମଧ୍ୟରେ ଭାରତର କେବଳ ଗୋଟିଏ ସହର କେବଳ ଗୋଟିଏ ସହର(ଆନ୍ଧ୍ରପ୍ରଦେଶର ରାଜାମହେନ୍ଦ୍ରବରମ) ରହିଛି ।

ରବିବାର ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସହିତ ଗୁରୁଗ୍ରାମ ଏହାକୁ ତାଲିକାର ଶୀର୍ଷରେ ସ୍ଥାନିତ କରିଥିଲେ, ଯାହା ପରେ ରେୱାରୀ ନିକଟ ଧାରୁହେରା ଟାଉନ୍ 543 ର AQI ଏବଂ ବିହାରର ମୁଜାଫରପୁର 316 ର AQI ସହିତ ରହିଥିଲା । ତେବେ ତାଲିକାରେ ଥିବା ଅନ୍ୟ ପ୍ରଦୃଷିତ ସହରଗୁଡିକ ହେଉଛି, ଲକ୍ଷ୍ନୌ(AQI 298), ଡିଆରସିସି ଆନନ୍ଦପୁର, ବେଗୁସରାଇ(269), ଖଡକପଦା, କଲ୍ୟାଣ(256), ଦର୍ଶନ ନଗର, ଛାପ୍ରା(239) ।

ସୂଚନା ଅନୁଯାୟୀ, ବାୟୁମାନ ସୂଚକାଙ୍କ ବା AQI 0-50 ଭିତରେ ରହିଲେ ଉତ୍ତମ, 51-100 ଭିତରେ ରହିଲେ ମଧ୍ୟମ, 101-150 ଭିତରେ ରହିଲେ ସମ୍ବେଦନଶୀଳ ଗ୍ରୁପ ବ୍ୟକ୍ତିଙ୍କ ପାଇଁ ଅସ୍ବାସ୍ଥ୍ୟକର, 151-200 ଅସ୍ବାସ୍ଥ୍ୟକର, 2010300 ଅତି-ଅସ୍ବାସ୍ଥ୍ୟକର ଏବଂ 300 ରୁ ଊର୍ଦ୍ଧ୍ବ ରହିବେ ବିପଜ୍ଜନକ ବା ମାରାତ୍ମକ ବୋଲି ବିବେଚନା କରାଯାଏ । 2007ରେ ଆରମ୍ଭ ହୋଇଥିବା ବିଶ୍ୱ ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ନାଗରିକଙ୍କ ପାଇଁ ବାୟୁ ପ୍ରଦୂଷଣ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଏକୀକୃତ ତଥା ବିଶ୍ୱବ୍ୟାପୀ ବାୟୁ ଗୁଣବତ୍ତା ସୂଚନାରେ ସାହାଯ୍ୟ କରିବା ପାଇଁ ଏକ ଉଦ୍ୟମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.