ETV Bharat / sukhibhava

Curd For Summer Skin Care: ଖରାରେ ବି ମୁହଁରେ ଚମକ ଚାହୁଁଛନ୍ତି କି ? ଏହି ଉପାୟରେ ଲଗାନ୍ତୁ ଦହି - ଚର୍ମର ଯତ୍ନ

ଦହିର ଗୁଣକୁ ବିଚାର କରି ଗ୍ରୀଷ୍ମ ଋତୁରେ ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହିତ ଗ୍ରୀଷ୍ମ ଦିନରେ ଚର୍ମର ଯତ୍ନରେ ଦହି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜାଣନ୍ତୁ ଏହାକୁ କିପରି ବ୍ୟବହାର କରିବେ । ଅଧିକ ପଢନ୍ତୁ

Curd For Summer Skin Care
Curd For Summer Skin Care
author img

By

Published : Jun 11, 2023, 7:35 AM IST

ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ଚର୍ମକୁ ହାଇଡ୍ରେଟ୍ ରଖିବା ବ୍ୟତୀତ ଚର୍ମର ଯତ୍ନ ନେବା ମଧ୍ୟ ଆବଶ୍ୟକ ଅଟେ । ଏଥିପାଇଁ କିଛି ମହିଳା ପାଲର ଯାଉଥିବା ବେଳେ ଆଉ କିଛିଜଣ କେମିକାଲ ଜାତୀୟ କ୍ରିମ ଆଣି ବ୍ୟବହାର କରିଥାଆନ୍ତି । ଏହା ଯୋଗୁଁ ଅନେକ ପ୍ରକାର ସ୍କିନ ଇନଫେକ୍ସନ ହୋଇଥାଏ । ତେଣୁ ମୁହଁରେ କିଛି ଲଗାଇବା ପୂର୍ବରୁ ମନେରଖିବା ଉଚିତ ଯେ, ଏହା ସ୍କିନ ପାଇଁ ଉପଯୁକ୍ତ ନା ନାହିଁ । ଘରୋଇ ଉପଚାର ଦ୍ବାରା ମଧ୍ୟ ଖରାଦିନେ ମୁହଁ ସତେଜ ଦେଖାଯାଇପାରିବ । କମ ଖର୍ଚ୍ଚରେ ଘରେ ଦହି ଲଗାଇ ମଧ୍ୟ ସ୍କିନକୁ ହାଇଡ୍ରେଟ ରଖିପାରିବେ ।

ଗ୍ରୀଷ୍ମ ଋତୁରେ ଚର୍ମର ଯତ୍ନ ପାଇଁ ଏପରି ଏକ ପ୍ରାକୃତିକ ଉପାଦାନ ହେଉଛି ଦହି । ଯାହା ଏହି ଋତୁରେ ପ୍ରତ୍ୟେକ ଘରେ ସହଜରେ ଉପଲବ୍ଧ ହୋଇଥାଏ । ଖରାଦିନେ ଲୋକେ ଏହାକୁ ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାଆନ୍ତି । ଏହା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ଜାଣନ୍ତୁ ଚର୍ମରେ କିପରି ବ୍ୟବହାର କରିବେ ଦହି

1. ଦହିର ଫେସମାସ୍କ: ଗୋଟିଏ ଚାମଚ ସାଧା ଦହିକୁ ଏକ ଚାମଚ ମହୁ ସହିତ ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଛାଡି ଦିଅନ୍ତୁ । ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ଦହିର ଫେସ ମାସ୍କ ଚର୍ମକୁ ହାଇଡ୍ରେଟ୍ କରିବା ସହ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିବ ।

2. ଦହି ଆଉ ଦଲିଆର ଫେସସ୍କ୍ରବ: ସାଧା ଦହି ସହିତ ଓଟମିଲ୍ ବା ଦଲିଆ ମିଶ୍ରଣ କରନ୍ତୁ ଏବଂ ଗାଧୋଇବା ସମୟରେ ଏହି ମିଶ୍ରଣକୁ ସାବୁନ ବଦଳରେ ବ୍ୟବହାର କରନ୍ତୁ । ଏହାକୁ ଚର୍ମ ବ୍ୟବହାର କରିବା ପରେ ଚର୍ମ ଚିକ୍କଣ ଏବଂ ଚମକପ୍ରଦ ହେବ । କାରଣ ଏହି ସ୍କ୍ରବ୍ ସାହାଯ୍ୟରେ ମୃତ ଚର୍ମ କୋଷଗୁଡିକ ସଠିକ୍ ଭାବରେ ଅପସାରିତ ହେବ।

3. ଆଖି ପାଇଁ ଦହି ଏବଂ କାକୁଡି ମାସ୍କ: ଏକ କାକୁଡିକୁ କାଟି ଏଥିରେ ଏକ ଚାମଚ ସାଧା ଦହି ମିଶାନ୍ତୁ ଏବଂ ତା’ପରେ ଏହି ମିଶ୍ରଣକୁ ଆଖି ତଳେ ରଖନ୍ତୁ । ଏହାକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହା ଡାର୍କ ସର୍କଲ ବା ଆଖି ତଳର କଳାଦାଗ ହ୍ରାସ କରିବାରେ ସାହାଯ୍ୟ କରିବ ।

4.ଦହି ଏବଂ ଲେମ୍ବୁ ରସ ଟୋନର: ଗୋଟିଏ ଚାମଚ ଦହିକୁ ଏକ ଚାମଚ ଲେମ୍ବୁ ରସ ସହିତ ମିଶାଇ ଏକ ତୁଳା ସାହାଯ୍ୟରେ ବ୍ୟବହାର କରନ୍ତୁ । ଏହି ଟୋନର ଚର୍ମର pH ସ୍ତରକୁ ବଜାୟ ରଖିବା ସହ ତେଲିଆ ଅଂଶକୁ ଦୂର କରିବ।

5. ଦହି ଏବଂ ଆଲୋଭେରା: ଦହି ଏବଂ ଆଲୋଭେରା ଜେଲର ମିଶ୍ରଣ ଆପଣଙ୍କୁ ସୂର୍ଯ୍ୟକିରଣରୁ ମୁକ୍ତି ଦେବା ଏବଂ ଚର୍ମକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିବ। ଯଦିଓ ଦହି ଅଧିକାଂଶ ଲୋକଙ୍କ ପାଇଁ ସୁରକ୍ଷିତ, କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଦୁଗ୍ଧଜାତ ଦ୍ରବ୍ୟରେ ଆଲର୍ଜି ଥାଏ। ଆଲର୍ଜି ଥିବା ବ୍ୟକ୍ତିଙ୍କୁ ଏଥିରୁ ଦୂରେଇ ରହିବା ଆବଶ୍ୟକ।

ବିଦ୍ର: ଦିଆଯାଇଥିବା ପଦ୍ଧତି କେବଳ ସାଧାରଣ ସୂଚନା ଉପରେ ଆଧାରିତ। ଯଦି ଆପଣଙ୍କର କୌଣସି ପଦାର୍ଥରେ ଆଲର୍ଜି ରହିଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.