ETV Bharat / sukhibhava

ସକାଳେ ଖାଲି ପେଟରେ ଖାଆନ୍ତୁ 2ଟି ଅକ୍ରୋଟ, ମାରାତ୍ମକ ରୋଗ ହେବ ଦୂର - ଡ୍ରାଏ ଫ୍ରୁଟ୍ସ

ଶରୀରକୁ ସୁସ୍ଥ ଏବଂ ସୁନ୍ଦରତା ବଜାୟ ରଖିବା ପାଇଁ ସମସ୍ତେ ଡ୍ରାଏ ଫ୍ରୁଟ୍ସ ଖାଇଥାନ୍ତି । କାଜୁ, ପିସ୍ତା, ବାଦାମ, କିସମିସ ଆଦି ଭଳି ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ଅକ୍ରୋଟ ସବୁଠାରୁ ଶକ୍ତିଶାଳୀ ଫ୍ରୁଟ୍ସ ବୋଲି ବିବେଚନା କରାଯାଏ । ଅନେକ ଅଧ୍ୟୟନରେ ଏହା ଜଣାପଡିଛି ଯେ ଏହାକୁ ନିୟମିତ ଖାଇବା ଦ୍ୱାରା ହାର୍ଟକୁ ସୁସ୍ଥ ରଖେ ଏବଂ ହୃଦଘାତ ଓ କର୍କଟ ରୋଗ ହେବାର ଆଶଙ୍କା କମାଇଥାଏ । ଅଧିକ ପଢନ୍ତୁ

ଅକ୍ରୋଟ ହୃଦଘାତ ଓ କର୍କଟ ରୋଗ ହେବାର ଆଶଙ୍କା କମାଇଥାଏ

author img

By

Published : Jun 4, 2023, 8:51 PM IST

ହାଇଦ୍ରାବାଦ: ଶରୀରକୁ ସୁସ୍ଥ, ଫିଟ୍ ଏବଂ ସୁନ୍ଦତରା ବଜାୟ ରଖିବାରେ ସାହାଯ୍ୟ କରେ ଡ୍ରାଏ ଫ୍ରୁଟ୍ସ । ସ୍ୱାସ୍ଥ୍ୟ ଉପରେ ଡ୍ରାଏ ଫ୍ରୁଟ୍ସ ବିଶେଷ ପ୍ରଭାବ ପକାଇଥାଏ । ଯଦିଓ ପ୍ରତ୍ୟେକ ଡ୍ରାଏ ଫ୍ରୁଟ୍ସର ନିଜସ୍ୱ ଲାଭ ଅଛି, କିନ୍ତୁ ଏସବୁ ମଧ୍ୟରେ ଅକ୍ରୋଟ (wallnut)ର ଉପକାରିତା ସବୁଠାରୁ ଶକ୍ତିଶାଳୀ ଏବଂ ସୁସ୍ଥ ବୋଲି ବିବେଚନା କରାଯାଏ। ହାବାର୍ଡ ମେଡିକାଲ୍ ସ୍କୁଲର ଏକ ଅଧ୍ୟୟନ ଅନୁଯାୟୀ, ଅଧିକାଂଶ ଡ୍ରାଏ ଫ୍ରୁଟ୍ସରେ ସେଚୁରେଟେଡ୍ ଚର୍ବି ମିଳୁଥିବା ବେଳେ ପଲିସେଚୁରେଟେଡ୍ ଫ୍ୟାଟ୍ ଏବଂ ଓମେଗା 3 ଫ୍ୟାଟି ଏସିଡ୍ ସହ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଅକ୍ରୋଟ (wallnut)ରେ ମିଳିଥାଏ ।

ସେଥିପାଇଁ ଅକ୍ରୋଟକୁ ସବୁଠାରୁ ସୁସ୍ଥ ଡ୍ରାଏ ଫ୍ରୁଟ୍ସ ବୋଲି ବିବେଚନା କରାଯାଏ । ଏହାର ବ୍ୟବହାର ଦ୍ୱାରା ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଏବଂ ମସ୍ତିଷ୍କକୁ ତ୍ୱରାନ୍ୱିତ କରେ, ଅନେକ ସ୍ମୃତି ଶକ୍ତି ବୃଦ୍ଧି କରାଏ, ଥାଇରଏଡ୍ ପରି ସମସ୍ୟା ଦୂର କରିବାରେ ଏହା ପ୍ରଭାବଶାଳୀ ହୋଇପାରେ । ଏଥିସହ ଓଜନ ହ୍ରାସ କରିବାରେ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଅକ୍ରୋଟ ଖାଇବାର ଉପକାରିତା ସମ୍ପର୍କରେ...

1. ହାବର୍ଡ ମେଡିକାଲ୍ ସ୍କୁଲ ଅନୁଯାୟୀ, ଅକ୍ରୋଟ ଉପରେ ଏକ ବଡ଼ ଧରଣର ଅନୁସନ୍ଧାନରୁ ଜଣାପଡିଛି ଯେ ଅକ୍ରୋଟ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମିଯାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମ ହୋଇପାରେ ।

2. ଅକ୍ରୋଟରେ ଓମେଗା 3 ଫ୍ୟାଟି ଏସିଡ୍ ମିଳିଥାଏ ଯାହା ଶରୀରରେ ରକ୍ତଚାପ ଏବଂ ଖରାପ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ହୃଦରୋଗ ପାଇଁ ଏକ ବଡ ଔଷଧ ଭଳି କାମ କରେ । ଏଥିସହ ଡାଇବେଟିସକୁ ମଧ୍ୟ ନିୟନ୍ତ୍ରଣ କରାଇଥାଏ ।

3. ହାବର୍ଡ ମେଡିକାଲର ଶେଷ 26 ଅଧ୍ୟୟନର ତଥ୍ୟ ଅନୁଯାୟୀ, 1000 ରୁ ଅଧିକ ଲୋକଙ୍କ ଉପରେ ଅନୁସନ୍ଧାନ କରିବା ପରେ ଜଣାପଡିଛି ଯେ ଅକ୍ରୋଟ ସମୁଦାୟ କୋଲେଷ୍ଟ୍ରଲକୁ ଡେସିଲିଟର ପିଛା 7 ମିଲିଗ୍ରାମରୁ କମ୍ କରିଦିଏ ।

4. ଅକ୍ରୋଟର ନିୟମିତ ବ୍ୟବହାର LDL କୋଲେଷ୍ଟ୍ରଲକୁ ଡେସିଲିଟର ପିଛା 5.5 ମିଗ୍ରା, ଟ୍ରାଇଗ୍ଲାଇସେରାଇଡକୁ ଡେସିଲିଟର ପିଛା 5.7 ମିଗ୍ରା ଏବଂ ଆପୋପ୍ରୋଟେନ୍ ବି ଡେସିଲିଟର ପ୍ରତି 4 ମିଗ୍ରା ହ୍ରାସ କରିଥାଏ ।

5. କେତେ ପରିମାଣର ଅକ୍ରୋଟ ଖାଆନା କାହିଁକି, ଏହା କୌଣସି କ୍ଷତି କରିବ ନାହିଁ । ଏପରିକି ଭିଜାଇଥିବା ଅକ୍ରୋଟ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ କରାଏ । ଏଥିରେ ଥିବା ପ୍ରୋଟିନର ମାତ୍ରା ଅଧିକ ଏବଂ କ୍ୟାଲୋରୀ ପରିମାଣ କମ୍ ଥିବାରୁ ଓଜନକୁ ନିୟନ୍ତ୍ରଣ କରିଥାଏ।

6. ଅକ୍ରୋଟ ଖାଇବା ଦ୍ୱାରା କର୍କଟ ରୋଗକୁ ମଧ୍ୟ ରୋକାଯାଇପାରିବ। ଏହା ପ୍ରୋଷ୍ଟେଟ କର୍କଟ, କଲୋରେକ୍ଟାଲ୍ କର୍କଟ, ସ୍ତନ କର୍କଟ ଭଳି ରୋଗର ଆଶଙ୍କା ହ୍ରାସ କରିପାରେ । ବାଦାମରେ ମିଳୁଥିବା ପଲିଫେନୋଲ ଏଲାଗିଟାନିନ ଗୁଡିକ ମିଳିଥାଏ ଯାହା ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.