ETV Bharat / sukhibhava

Vitamin-E Deficiency: ସ୍ନାୟୁତନ୍ତ୍ରକୁ ପହଞ୍ଚାଇ ପାରେ କ୍ଷତି, ଖାଆନ୍ତୁ ଏହି ଖାଦ୍ୟ

author img

By ETV Bharat Odisha Team

Published : Oct 16, 2023, 12:16 PM IST

ସ୍ନାୟୁତନ୍ତ୍ରକୁ କ୍ଷତି ପହଞ୍ଚାଇ ପାରେ ଭିଟାମିନ ଇ'ର ଅଭାବ । କେମିତି ଜାଣିବେ ଭିଟାମିନ ଇ'ର ଅଭାବ ଜାଣନ୍ତୁ । ଅଧିକ ପଢନ୍ତୁ

Vitamin E Deficiency
Vitamin E Deficiency

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ନିୟମିତ ଭାବେ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ ଅଟେ। ସେଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । ପ୍ରତିଦିନ ସବୁଜ ପନିପରିବା, ଫ୍ରୁଟ୍ ଏବଂ ବାଦାମ ଖାଇବା ଉଚିତ। ଦୈନିକ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ବ ଏହି ଖାଦ୍ୟରେ ରହିଥାଏ। ଶରୀର ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ବ ମଧ୍ୟରୁ ଭିଟାମିନ ଇ ଅନ୍ୟତମ।

ଭିଟାମିନ୍ ଇ' ଆଣ୍ଟିଅକ୍ସିଡାଣ୍ଟ୍‌ ଭାବରେ କାମ କରେ । ଏଥିରେ ଇନଫ୍ଲାମେଟାରୀ ଗୁଣ ରହିଛି । ଯାହାକି କ୍ରନିକ ରୋଗର ଆଶଙ୍କାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଭିଟାମିନ ଇ' ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ସଂକ୍ରାମକ ରୋଗରୁ ରକ୍ଷା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

ଭିଟାମିନ Eର ଅଭାବ: ଭିଟାମିନ୍ ଇ' ଅଭାବରୁ ମାଂସପେଶୀ ଦୁର୍ବଳତା, ଶରୀର ସନ୍ତୁଳନ ସମସ୍ୟା, ଶରୀରରେ ଅସ୍ଥିରତା ଏବଂ ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଶରୀରରେ ଏହି ଭିଟାମିନ୍‌ର ଅଭାବ ଅତ୍ୟନ୍ତ ଅସ୍ବାଭାବିକ ଏବଂ ସାଧାରଣତଃ ଏହା ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ହୋଇଥାଏ । ତେବେ ଭିଟାମିନ ଇ'ର ଅଭାବ ଅଧିକାଂଶ ଛୁଆଙ୍କ ଠାରେ ଦେଖାଯାଇଥାଏ । ଶରୀର କାର୍ଯ୍ୟ କରିବା ପାଇଁ ଭିଟାମିନ୍ ଇ' ଆବଶ୍ୟକ କରେ । ଯଦି ଏହାର ଅଭାବ ଦେଖାଯାଏ ତାହାଲେ ଅନେକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ଏପରି ଲୋକଙ୍କଠାରେ ଭିଟାମିନ୍ ଇ' ଅଭାବର ଆଶଙ୍କା ଅଧିକ: ଭିଟାମିନ୍‌ ଇ'ର ଅଭାବ ଏଭଳି ରୋଗର କାରଣ ହୋଇପାରେ, ଯାହା ଶରୀରରେ ଥିବା ଚର୍ବି ଅଂଶ ଅବଶୋଷଣ କ୍ଷମତାକୁ କମ୍‌ କରି ଦେଇଥାଏ । କାରଣ ଶରୀରରେ ଭିଟାମିନ୍‌ ଇ'କୁ ଅବଶୋଷଣ କରିବା ପାଇଁ ଚର୍ବିର ଆବଶ୍ୟକତା ଥାଏ । ପାନକ୍ରିଆଟିସ, ସିଲିଆକ୍ ରୋଗ କିମ୍ବା ଯକୃତ ସମ୍ବନ୍ଧୀୟ କୌଣସି ଗୁରୁତର ରୋଗ ରହିଥିଲେ ଭିଟାମିନ ଇ' ଅଭାବ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ଏହିପରି ଲୋକଙ୍କୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଶରୀରରେ 'ଭିଟାମିନ ଇ'ର ଅଭାବକୁ ଦୂର କରିବ ଏହି 5ଟି ଖାଦ୍ୟ

କେମିତି ଜାଣିବେ ଭିଟାମିନ ଇ'ର ଅଭାବ: ଆମର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ପାଇଁ ଭିଟାମିନ୍ ଇ' ଅତ୍ୟନ୍ତ ଜରୁରୀ । ଏହା ଶରୀରର ଏକ ପ୍ରମୁଖ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟରୁ ଅନ୍ୟତମ । ଭିଟାମିନ୍‌ ଇ'ର ଅଭାବ ଦେଖାଗଲେ ମାଂସପେଶୀ ଦୁର୍ବଳ ହେବାର ଆଶଙ୍କା ଅଧିକ ଦେଖାଯାଏ । ଏହା ବ୍ୟତୀତ ଚଳପ୍ରଚଳ କରିବାରେ ମଧ୍ୟ ସମସ୍ୟା ଦେଖାଯାଇଥାଏ। ପ୍ରତିରକ୍ଷା ପ୍ରଣାଳୀ ପାଇଁ ଭିଟାମିନ୍ ଇ' ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାର ଅଭାବ ରୋଗ ପ୍ରତିରୋଧକ କୋଷ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ ଏବଂ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ଭିଟାମିନ ଇ'ର ମାତ୍ରା ବୃଦ୍ଧି ପାଇଁ କେଉଁ ଖାଦ୍ୟ ଜରୁରୀ: ସୂର୍ଯ୍ୟମୁଖୀ ମଞ୍ଜି, ବାଦାମ, ଆଭୋକାଡୋ, ପାଳଙ୍ଗ ଏବଂ ବ୍ରକୋଲି ଖାଇବା ଦ୍ବାରା ଶରୀରରେ ଭିଟାମିନ ଇ'ର ଅଭାବ ଦୂର ହୋଇଥାଏ । ଭିଟାମିନ୍ ଇ' ମଧ୍ୟ ଆମର କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥି ସହିତ, ଆର୍ଦ୍ରତାଯୁକ୍ତ 'ଭିଟାମିନ୍‌ ଇ' ଚର୍ମ ଏବଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.