ETV Bharat / sukhibhava

Vitamin B12 ଅଭାବରେ ହୋଇପାରେ ଜଟିଳ ସମସ୍ୟା, ଏହି ଲକ୍ଷଣ ଥିଲେ ହୋଇଯାଆନ୍ତୁ ସତର୍କ - କେଉଁ ଖାଦ୍ୟରେ ଅଛି ଭିଟାମିନ୍ B12

ବିଭିନ୍ନ ପ୍ରକାରର ଭିଟାମିନ୍ ମଧ୍ୟରୁ B12 ଭିଟାମିନ୍ ଶରୀର ପାଇଁ ବେଶ୍ ଉପକାରୀ । ମାତ୍ର କୌଣସି ମଧ୍ୟ ଭିଟାମିନ୍ ଅଭାବର ପ୍ରାଥମିକ ଲକ୍ଷଣ ଜଣାପଡେ ନାହିଁ, ଯାହା ନାନା ସମସ୍ୟା ସୃଷ୍ଟି କରିଥାଏ । ତେବେ ଜାଣନ୍ତୁ ଭିଟାମିନ୍ B12 ଅଭାବ ହେଲେ କେଉଁ ରୋଗ ହୋଇଥାଏ(Vitamin B12 deficiency causes these problem) । ଅଧିକ ପଢନ୍ତୁ

Vitamin B12 ଅଭାବରେ ହୋଇପାରେ ଜଟିଳ ସମସ୍ୟା, ଏହି ଲକ୍ଷଣ ଥିଲେ ହୋଇଯାଆନ୍ତୁ ସତର୍କ

author img

By

Published : Nov 21, 2022, 5:58 PM IST

ହାଇଦ୍ରାବାଦ: ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ବ୍ୟାୟାମ କରିବା ସହିତ ଆପଣାନ୍ତୁ ସୁସ୍ଥ ଖାଦ୍ୟ ଅର୍ଥାତ୍ ଏକ ଭଲ ଡାଏଟ୍ ନିହାତି ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଖାଦ୍ୟ ହେଉଛି ସୁସ୍ଥ ଶରୀରର ଆଧାର, କାରଣ ଖାଦ୍ୟରୁ ହିଁ ମିଳିଥାଏ ସମସ୍ତ ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ । କିନ୍ତୁ ଯଦି ଜଣେ ବ୍ୟକ୍ତି ଖାଦ୍ୟରୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ନ ପାଆନ୍ତି ତେବେ କଣ ହେବ ?

ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ନ ପାଇବା କାରଣରୁ, ଶରୀରରେ ଅତ୍ୟାବଶ୍ୟକ ପୁଷ୍ଟିକର ଅଭାବ ଆରମ୍ଭ ହୁଏ, ଯାହା ପରବର୍ତ୍ତୀ ସମୟରେ ଅନେକ ଗମ୍ଭୀର ରୋଗର ଶିକାର କରିଥାଏ । ଏହି ଭିଟାମିନ୍ ମଧ୍ୟରୁ ଭିଟାମିନ୍ B12(Vitamin B12), ଯାହା ଲୋହିତ ରକ୍ତ କଣିକା ତିଆରି ଠାରୁ ଆରମ୍ଭ କରି DNA ର ସୁରକ୍ଷା ପର୍ଯ୍ୟନ୍ତ କାମ କରେ । ଭିଟାମିନ୍ ବି 12 ସ୍ନାୟୁ କ୍ଷତିରୁ ରକ୍ଷା କରିବା ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଅନେକ କାର୍ଯ୍ୟ କରିଥାଏ । ଯଦିଓ ତୁରନ୍ତ ଏହି ଭିଟାମିନ୍‌ର ଅଭାବ ଜାଣାପଡେ ନାହିଁ, ତେବେ ପରୀକ୍ଷା ନକରି ମଧ୍ୟ କିପରି ଏହି ଭିଟାମିନ୍‌ର ଅଭାବକୁ ଚିହ୍ନଟ କରିବେ ଜାଣନ୍ତୁ ।

ଭିଟାମିନ୍ B12 ଅଭାବର ଅନେକ ଲକ୍ଷଣ ରହିଛି, କିନ୍ତୁ ଏହି ଲକ୍ଷଣ ମଧ୍ୟରୁ ଗୋଟିଏ, ଯାହା ପାଟିରେ ଦେଖାଯାଏ, ତାହା ହେଉଛି ଲିଙ୍ଗୁଆଲ୍ ପାରେଥେସିଆ(lingual paresthesia) ଏହା ହେଉଛି ଏକ ସ୍ଥିତି, ଯେଉଁଥିରେ ଜିଭରେ କିଛି ଅସୁବିଧା ଆରମ୍ଭ ହୁଏ(Vitamin B12 deficiency), ଯେଉଁଥିରେ...

  • ତୁଣ୍ଡ ଘା'
  • ଜିଭ ଫୁଲିଯିବା ଭଳି ଅନୁଭବ ହେବା
  • ଜିଭରେ ଜ୍ବଳନ
  • ଜିଭରେ କ୍ଷତ
  • ଜିଭରେ ଛୁଞ୍ଚି ଫୋଡିହେବା ଭଳି ଲାଗିବା ଇତ୍ୟାଦି

ଏହି ସମସ୍ତ ସମସ୍ୟା ସମୟରେ ଖାଦ୍ୟ ଗିଳିବା ଠାରୁ ଆରମ୍ଭ କରି ପାଣି ପିଇଲେ ମଧ୍ୟ ଅସୁବିଧା ହୋଇଥାଏ । କାନାଡିଆନ୍ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ 61 ବର୍ଷ ବୟସ୍କା ମହିଳା ତାଙ୍କ ଜିଭରେ ଜ୍ୱଳନ ଅନୁଭବ କରିଥିଲେ, ପରୀକ୍ଷା କରାଯିବା ପରେ ଏହି ରୋଗ ଚିହ୍ନଟ ହୋଇଥିଲା । ଏହି ଲକ୍ଷଣଗୁଡିକ ଖାଦ୍ୟ ଏବଂ ପାନୀୟ ସହିତ ଜଡିତ ନଥିଲା । ଡାକ୍ତରମାନେ ପରୀକ୍ଷା କରିବା ପରେ ମହିଳାଙ୍କ ଶରୀରରେ ଭିଟାମିନ୍ B12 ଅଭାବ ଥିବା ଜାଣିବାକୁ ପାଇଥିଲେ ।

କେମିତି ଭିଟାମିନ୍ B12 ଅଭାବକୁ ପୂରଣ କରିବେ:-

ଡାକ୍ତରଙ୍କ ଅନୁସାରେ, ଭିଟାମିନ୍ B12 ଏବଂ ଫୋଲେଟ୍ ଅଭାବକୁ ଶୀଘ୍ର ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଦୀର୍ଘ ସମୟ ମଧ୍ୟରେ ରକ୍ତହୀନତାର କାରଣ ହୋଇପାରେ । ଯଦି ଏହାର ଶୀଘ୍ର ଚିକିତ୍ସା କରା ନ ଯାଏ, ତେବେ ଏହି ଅବସ୍ଥା ଅନ୍ୟ ସମସ୍ୟାର କାରଣ ହୋଇପାରେ ଏବଂ ସ୍ଥାୟୀ କ୍ଷତି ଘଟାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.