ETV Bharat / sukhibhava

ରିପୋର୍ଟରେ ଖୁଲାସା, ଶାକାହାରୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ ଆଶଙ୍କା ଅଧିକ

ଶାକାହାରୀ ଖାଦ୍ୟ ଶରୀର ପାଇଁ ଉପକାରୀ ବୋଲି ବିବେଚନା ହେଉଥିବା ବେଳେ ନିକଟରେ ଏନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶାକାହାରୀଙ୍କୁ ବ୍ରେନ ଷ୍ଟ୍ରୋକ ଆଶଙ୍କା ଅଧିକ ବୋଲି କୁହାଯାଇଛି। ଅଧିକ ପଢନ୍ତୁ

author img

By

Published : Aug 11, 2023, 3:37 PM IST

vegetarian have higher risk of brain stroke

ହାଇଦ୍ରାବାଦ: ଆମେ ଯାହା ଖାଇଥାଉ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ଡାକ୍ତମାନେ କହନ୍ତି ଯେ, ସର୍ବଦା ସୁସ୍ଥ ଖାଦ୍ୟ ଖାଇବା ଉଚିତ । ଭିଟାମିନ, ମିନେରାଲ୍ସ , ପ୍ରୋଟିନ, ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ । କିନ୍ତୁ କିଛି ଲୋକ ଆଜି ବି ଅଛନ୍ତି ଯେଉଁମାନେ କି ଶୁଦ୍ଧ ଶାକାହାରୀ ଅଟନ୍ତି । ତେବେ ଏକ ଅନୁସନ୍ଧାରୁ ଜଣାପଡିଛି ଯେ, ଶାକାହାରୀ ଲୋକଙ୍କ କ୍ଷେତ୍ରରେ ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କା ଅଧିକ ରହିଥାଏ । ପୁଷ୍ଟିକର ଖାଦ୍ୟ ଅଭାବ ହେତୁ ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କଘାତ ଆଶଙ୍କା ବୃଦ୍ଧି ହୋଇଥାଏ ।

ପାରମ୍ପରିକ ରୀତିନୀତିକୁ ଆପଣାଇ ଆଜି ମଧ୍ୟ ଆମ ସମାଜରେ ଅନେକ ଲୋକ ଶାକାହାରୀ ଅଛନ୍ତି । ତେବେ ଡାକ୍ତରଙ୍କ କହିବା ଅନୁସାରେ, ଶାକାହାରୀଙ୍କଠାରେ ଭିଟାମିନ B12 ଅଭାବ ଦେଖାଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଭିଟାମିନ୍ B12ର ଅଭାବ ହେତୁ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । କାରଣ ଏହା ହୋମୋସିଷ୍ଟିନ ବୃଦ୍ଧି କରିବା ସହିତ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଶାକାହାରୀଙ୍କ କ୍ଷେତ୍ରରେ ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Brain Stroke ସମସ୍ୟା ଥିଲେ ଏହିସବୁ ଖାଦ୍ୟ ପ୍ରତି ରୁହନ୍ତୁ ହୁସିଆର

ବ୍ରେନ୍‌ ଷ୍ଟ୍ରୋକର ପ୍ରାଥମିକ ଲକ୍ଷଣ: ବ୍ରେନ୍‌ ଷ୍ଟ୍ରୋକ ପୂର୍ବରୁ ଟ୍ରାନ୍‌ସିଏଣ୍ଟ ଇସ୍‌କାମିକ ଆଟାକ ଆସିଥାଏ । ଏହାର ଅର୍ଥ ମାଇନର ଆଟାକ ଆସିଥାଏ । ମାଇନର ଷ୍ଟ୍ରୋକ୍‌ରେ ଦୃଷ୍ଟି ଶକ୍ତି କମିଯାଏ, କିନ୍ତୁ ଏହା କିଛି ସେକେଣ୍ଡରେ ମଧ୍ୟ ଭଲ ହୋଇପାରେ । ଏହା ବ୍ୟତୀତ ହାତ ଏବଂ ପାଦରେ ସହିତ ଶରୀର ଦୁର୍ବଳ ଲାଗିଥାଏ। ତେବେ ଏଭଳି ଲକ୍ଷଣ ଦେଖାଗଲେ ଅଣଦେଖା କରିବା ଉଚିତ ନୁହେଁ। ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ବିଶେଷଜ୍ଞମାନେ ମଧ୍ୟ ବିଶ୍ବାସ କରନ୍ତି ଯେ ଯଦି ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା କରାଯାଏ ଅର୍ଥାତ ମାଇନର ଷ୍ଟ୍ରୋକରେ ଚିକିତ୍ସା କରାଯାଏ ତେବେ ଚିକିତ୍ସା ସମ୍ଭବ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ମାଂସାହାରୀ ଠାରୁ ଶାକାହାରୀଙ୍କ ମଧ୍ୟରେ ହିପ ଫ୍ରାକ୍ଚର ଆଶଙ୍କା 50% ଅଧିକ: ରିସର୍ଚ୍ଚ

ବ୍ରେନ ଷ୍ଟ୍ରୋକର କାରଣ: ବ୍ରେନ୍‌ ଷ୍ଟ୍ରୋକର ସବୁଠାରୁ ବଡ କାରଣ ହେଉଛି ଉଚ୍ଚ ରକ୍ତଚାପ । ଯେତେବେଳେ ରକ୍ତ ସଠିକ୍ ଭାବରେ ମସ୍ତିଷ୍କରେ ପହଞ୍ଚେ ନାହିଁ ସେତେବେଳେ ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ମଧୁମେହ, କୋଲେଷ୍ଟ୍ରଲ ଏବଂ ମୋଟାପଣରେ ପୀଡିତ ଲୋକଙ୍କଠାରେ ମଧ୍ୟ ଏହି ସମସ୍ୟା ଅଧିକ ଦେଖାଯାଏ।

ବିଦ୍ର: ଏହା ଇଟିଭିର ନିଜସ୍ବ ମତାମତ ନୁହେଁ। ଏହା ଏକ ତଥ୍ୟ ଆଧାରିତ ଖବର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.