ETV Bharat / sukhibhava

ଆଉ ଯିବନି କର୍କଟ ଓ ହୃଦ୍‌ରୋଗରେ ଜୀବନ ! 10 ବର୍ଷ ମଧ୍ୟରେ ଆସିଯିବ ସଞ୍ଜିବନୀ

author img

By

Published : Apr 10, 2023, 12:33 PM IST

ଆଗକୁ ଯିବନି କର୍କଟ ଓ ହୃଦ୍‌ରୋଗରେ ପ୍ରାଣ । ଏପରି ଏକ ନୂତନ ଟିକା ଆସୁଛି, ଯାହା କର୍କଟ ଏବଂ ହୃଦ୍‌ରୋଗକୁ ମାତ୍ ଦେଇପାରିବ । ଅଧିକ ପଢନ୍ତୁ

Etv Bharat
Etv Bharat

ଲଣ୍ଡନ: ଆଗକୁ କର୍କଟ ଓ ହୃଦ୍‌ରୋଗରେ ଯିବନି ଲୋକଙ୍କ ପ୍ରାଣ । ଆସନ୍ତା ଦଶନ୍ଧୀ ମଧ୍ୟରେ କର୍କଟ ଏବଂ ହୃଦ୍‌ରୋଗ ଭଳି ଜଟିଳ ରୋଗରୁ ଲକ୍ଷ ଲକ୍ଷ ଲୋକଙ୍କୁ ରକ୍ଷା କରାଯାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏପରି ଏକ ନୂତନ ଟିକା ଆସୁଛି, ଯାହା କର୍କଟ ଏବଂ ହୃଦ୍‌ରୋଗକୁ ମାତ ଦେଇପାରିବ । ଏକ ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ ଫାର୍ମ କହିଛି ଯେ, 2030 ସୁଦ୍ଧା କର୍କଟ, ହୃଦୟ, ଅଟୋଇମ୍ୟୁନ ରୋଗ ଏବଂ ଅନ୍ୟାନ୍ୟ ଅବସ୍ଥା ପାଇଁ ଟିକା ପ୍ରସ୍ତୁତ ହୋଇଯିବ । ଏହି ଟୀକାକରଣର ଅଧ୍ୟୟନ ଗୁଡ଼ିକ ମଧ୍ୟ 'ଜବରଦସ୍ତ ପ୍ରତିକ୍ରିୟା' ଦେଖାଉଛି ।

ଏହା ମଧ୍ୟ ପଢନ୍ତୁ:- World Homeopathy Day: ଜାଣନ୍ତୁ ବିଶ୍ବ ହୋମିଓପାଥି ଦିବସର ଇତିହାସ ଓ ଉଦ୍ଦେଶ୍ୟ

ଅର୍ଥାତ୍ ପ୍ରସ୍ତୁତ ହେଉଥିବା ଟିକାର ପ୍ରଭାବ ରହୁଛି । ଯଦି ସମସ୍ତ ପରୀକ୍ଷଣ ସଫଳ ହୁଏ, ତେବେ ଆସନ୍ତା 10 ବର୍ଷ ମଧ୍ୟରେ କର୍କଟ ଏବଂ ହୃଦ୍‌ରୋଗର ସଞ୍ଜିବନୀ ପ୍ରସ୍ତୁତ ହୋଇଯିବ । ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନାର ମୁଖ୍ୟ ଚିକିତ୍ସା ଅଧିକାରୀ ପଲ୍ ବର୍ଟନ୍ କହିଛନ୍ତି ଯେ, ପାଞ୍ଚ ବର୍ଷ ମଧ୍ୟରେ ଏହି ସଂସ୍ଥା 'ସମସ୍ତ ପ୍ରକାର ରୋଗ କ୍ଷେତ୍ର' ପାଇଁ ଚିକିତ୍ସା ପ୍ରଦାନ କରିପାରିବ । ବର୍ଟନ୍ କହିଛନ୍ତି ଯେ "ଆମ ପାଖରେ ସେହି ଟିକା ରହିବ ଏବଂ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହେବ, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ । ମୁଁ ଭାବୁଛି ଆମେ ବିଶ୍ବବାସୀଙ୍କୁ ବିଭିନ୍ନ ପ୍ରକାରର ଟ୍ୟୁମର ପ୍ରକାର ବିରୁଦ୍ଧରେ ଲଢିବା ପାଇଁ କର୍କଟ ଟିକା ଦେବାରେ ସକ୍ଷମ ହେବୁ ।"

ଏହା ମଧ୍ୟ ପଢନ୍ତୁ:- 'ଦେଶରେ ବଢୁଥିବା ହୃଦଘାତ ପାଇଁ ଟିକା ନୁହେଁ କୋରୋନା ଦାୟୀ'

ସେ ଏହା ମଧ୍ୟ କହିଛନ୍ତି ଯେ ଗୋଟିଏ ଇଞ୍ଜେକ୍ସନ ଅନେକ ଶ୍ବାସକ୍ରିୟା ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇପାରେ । ଦୁର୍ବଳ ଲୋକଙ୍କୁ କୋଭିଡ, ଫ୍ଲୁ ଏବଂ ରେସ୍ପିରାଟୋରୀ ସିନ୍ସିଟିଆଲ୍ ଭାଇରସ୍(RSV)ରୁ ରକ୍ଷା କରାଯାଇପାରିବ । mRNA ଚିକିତ୍ସା ଉପଲବ୍ଧ ଦୁର୍ଲଭ ରୋଗ ମୁକାବିଲା କ୍ଷେତ୍ରରେ ଏହି ଟିକା ପ୍ରଭାବୀ ହେବ । ଏହି ଟିକା mRNA ଉପରେ ଆଧାରିତ ଚିକିତ୍ସା କୋଷଗୁଡ଼ିକୁ କିପରି ପ୍ରୋଟିନ୍ ତିଆରି କରିବ ତା' ଉପରେ ଶିକ୍ଷା ପ୍ରଦାନ କରିବ । ଆସନ୍ତା 10 ବର୍ଷ ମଧ୍ୟରେ ଟିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବା ପରେ କର୍କଟ ଓ ହୃଦ୍‌ଘାତ ଭଳି ଜଟିଳ ରୋଗକୁ ମାତ୍ ଦେବାରେ ଚିକିତ୍ସା ବିଜ୍ଞାନ ସଫଳ ହୋଇପାରିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.