ETV Bharat / sukhibhava

Cervical Cancer: ଜୁନ୍‌ରୁ 6 ରାଜ୍ୟରେ ଦିଆଯିବ ସର୍ଭାଭାକ୍ ଟିକା

author img

By

Published : Feb 13, 2023, 6:35 PM IST

ଗର୍ଭାଶୟ କର୍କଟ ଦୂରିକରଣ କ୍ଷେତ୍ରରେ ଜାରି ରହିଛି କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଆସନ୍ତା ଜୁନ୍ ମାସ ସୁଦ୍ଧା 6ଟି ରାଜ୍ୟରେ ଆରମ୍ଭ ହେବ ଟୀକାକରଣ । ଅଧିକ ପଢନ୍ତୁ

cervavac vaccine
cervavac vaccine

ନୂଆଦିଲ୍ଲୀ: କର୍କଟକୁ ଏକ ସାଂଘାତିକ ରୋଗ ଭାବରେ ବିବେଚନା କରାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କର୍କଟ ସାଂଘାତିକ ହେବାର ମୁଖ୍ୟ କାରଣ ଏହାର ଲକ୍ଷଣ ପ୍ରାଥମିକ ପର୍ଯ୍ୟାୟରେ ଜଣାପଡେ ନାହିଁ । ଯେବେ ଏହା ଚିହ୍ନଟ ହୁଏ, ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । କର୍କଟ ଲକ୍ଷଣର ଶୀଘ୍ର ଚିହ୍ନଟ, ଏହାକୁ ରୋକିବା ପାଇଁ ଚିକିତ୍ସା ହେଉଛି ସର୍ବୋତ୍ତମ ଉପାୟ । ଏହିପରି କର୍କଟ ମଧ୍ୟରୁ ମହିଳାଙ୍କଠାରେ ଦେଖା ଯାଉଥିବା ସର୍ଭାଇକଲ କ୍ୟାନସର ଅନ୍ୟତମ ।

ସର୍ଭାଇକଲ କ୍ୟାନସର ତଥା ଗର୍ଭାଶୟ କର୍କଟ ମହିଳାମାନଙ୍କଠାରେ ଏକ ଗୁରୁତର ସମସ୍ୟା ଭାବରେ ଦେଖାଯାଏ । କେବଳ ଭାରତ ନୁହେଁ, ବିଶ୍ୱର ବହୁ ସଂଖ୍ୟକ ମହିଳା ଏହାର ଶିକାର ହୁଅନ୍ତି । ଏହି କର୍କଟ ରୋଗକୁ ରୋକିବା ପାଇଁ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଉଛି ।

ଏହା ମଧ୍ୟ ପଢନ୍ତୁ:-ଲିଭ୍-ଇନ୍ ସମ୍ପର୍କ ପାଇଁ ବୃଢୁଛି ସର୍ଭାଇକଲ କର୍କଟ ! ଚିକିତ୍ସା ବାଟ ବତାଇଲେ ଡାକ୍ତର

ଦେଶର 6 ରାଜ୍ୟରେ ଚାଲିବ ଟୀକାକରଣ ଅଭିଯାନ

ସୂଚନା ଅନୁସାରେ, ଦେଶରେ ପ୍ରଥମ କରି ଗର୍ଭାଶୟ କର୍କଟ ବିରୋଧୀ ଟିକା ସର୍ଭାଭାକ୍ ପ୍ରସ୍ତୁତ ହୋଇଛି । ଏହି ଟିକାକୁ କେନ୍ଦ୍ର ସରକାର ବଜାରରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେବା ସହ ସ୍କୁଲ୍‌ସ୍ତରରୁ କିପରି ଝିଅମାନଙ୍କୁ ଟୀକାକରଣ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହିକ୍ରମରେ ପ୍ରାଥମିକ ପର୍ଯ୍ୟାୟରେ ଦେଶର 6ଟି ରାଜ୍ୟରେ 9ରୁ 14 ବର୍ଷ ବୟସର ଝିଅମାନଙ୍କୁ ଗର୍ଭାଶୟ କର୍କଟରୁ ରକ୍ଷା କରିବା ପାଇଁ ଟୀକାକରଣ ଅଭିଯାନ ଜୁନ୍‌ରୁ ଆରମ୍ଭ ହୋଇପାରେ । ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ରାଜ୍ୟଗୁଡିକ ଚୟନ କରାଯାଇଛି । ଏଥିରେ କର୍ଣ୍ଣାଟକ, ତାମିଲନାଡୁ, ମିଜୋରାମ, ଛତିଶଗଡ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ରହିଛି ।

ଏହା ମଧ୍ୟ ପଢନ୍ତୁ:- ଚଳିତ ମାସ ବଜାରରେ ଉପଲବ୍ଧ ହେବ ଦେଶର ପ୍ରଥମ କ୍ୟାନସର ବିରୋଧୀ ଟିକା Cervavac

2.55 କୋଟି ଝିଅଙ୍କୁ ମିଳିବ HPV ଟୀକା:- କେନ୍ଦ୍ର ସରକାରଙ୍କ ପକ୍ଷରୁ 6ଟି ରାଜ୍ୟରେ ବ୍ୟାପକ ଟୀକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତ ରାଜ୍ୟରେ 2.55 କୋଟି ବାଳିକାଙ୍କୁ ହ୍ୟୁମାନ ପାପିଲୋମା ଭାଇରସ୍(HPV) ଟିକା ଦେବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏପ୍ରିଲରେ 16କୋଟି ଟିକା ଟେଣ୍ଡର କରାଯିବ:- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୟୁନିଭର୍ସାଲ୍ ଟୀକାକରଣ କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଏଥିରେ HPV ଟିକା ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୟୁନିଭର୍ସାଲ୍ ଟୀକାକରଣ କାର୍ଯ୍ୟକ୍ରମରେ HPV ଟିକା ଅନ୍ତର୍ଭୂକ୍ତ କରାଯିବ । ଖବର ଅନୁଯାୟୀ, 2026 ସୁଦ୍ଧା କେନ୍ଦ୍ର ସରକାର 16.02 କୋଟି ଟିକା କିଣିବେ । ଏଥିପାଇଁ ଏପ୍ରିଲ ମାସରେ ବିଶ୍ୱସ୍ତରୀୟ ଟେଣ୍ଡର ପ୍ରଦାନ କରାଯିବ ।

ଟୀକା ହୋଇସାରିଛି ଲଞ୍ଚ:- ଗର୍ଭାଶୟ କର୍କଟକୁ ରୋକିବା ପାଇଁ ଭାରତ ସରକାର ଏବଂ ବିଭିନ୍ନ ସଂଗଠନ କାର୍ଯ୍ୟ କରୁଛନ୍ତି । ଏହି ଦିଗରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏକ ସ୍ୱଦେଶୀ ଟିକା ପ୍ରସ୍ତୁତ କରିଛି । ସର୍ଭାଭାକ୍ ନାମକ ଏହି ଟିକା ଗତ ମାସରେ ଲଞ୍ଚ୍‌ କରାଯାଇଛି । ଚଳିତ ମାସ ସେରମ୍‌ର ଏହି ଟିକା ବଜାରରେ ଉପଲବ୍ଧ ହେବ । ଏହାର ପ୍ରତି ଡୋଜ୍‌ର ମୂଲ୍ୟ 2000 ଟଙ୍କା ରହିବ । ସର୍ଭାଭାକ୍ ହେଉଛି ଦୁଇଟି ଡୋଜ୍ ଟିକା । ଏହି ଟିକାର ଦୁଇଟି ଡୋଜ୍ ନେବା ପରେ ଗର୍ଭାଶୟ କର୍କଟକୁ ରୋକାଯାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.