ETV Bharat / sukhibhava

କେଉଁ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଉଚିତ ? ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ - ଇସିୟୁ ଆଡମିଶନ ଗାଇଡଲାଇନ

ICU Admission Guidelines: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଆଇସିୟୁ ଆଡମିଶନ ଗାଇଡଲାଇନ। ଅଧିକ ପଢନ୍ତୁ

ICU Admission Guidelines
ICU Admission Guidelines
author img

By ETV Bharat Odisha Team

Published : Jan 2, 2024, 7:39 PM IST

ହାଇଦ୍ରାବାଦ: ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏଣକି ଆଇସିୟୁରେ ନିଜ ଇଚ୍ଛା ଅନୁସାରେ ଭର୍ତ୍ତି ହୋଇପାରିବେ ନାହିଁ। ଡାକ୍ତରଖାନାରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ବିନା ପରାମର୍ଶରେ କିମ୍ବା ସେମାନଙ୍କର ଅନିଚ୍ଛା ସତ୍ତ୍ବେ ଭର୍ତ୍ତି କରାଯାଇ ପାରିବ ନାହିଁ। ଏହି ପରିପ୍ରେକ୍ଷୀରେ 24ଜଣ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଥିଲା।

କୌଣସି ଗମ୍ଭୀର କିମ୍ବା ଅସାଧ୍ୟ ରୋଗୀଙ୍କ ଚିକିତ୍ସା ସମ୍ଭବ ନୁହେଁ ଏବଂ ଚିକିତ୍ସା ଜାରି ରଖିବା ପରେ ମଧ୍ଯ ରୋଗୀ ଜୀବିତ ରହିବାର କୌଣସି ପ୍ରଭାବ ନପଡିଲେ, ଏଭଳି ସ୍ଥଳେ ଆଇସିୟୁରେ ରଖାଯିବା ଆବଶ୍ୟକ ନୁହେଁ ବୋଲି ନିୟମରେ ଦର୍ଶାଯାଇଛି। ଏହା ବ୍ୟତୀତ ମହାମାରୀ କିମ୍ବା ବିପର୍ଯ୍ୟୟ ପରିସ୍ଥିତିରେ ଯେଉଁଠାରେ ସୀମିତ ସମ୍ବଳ ରହିଛି ସେହି ପରିସ୍ଥିତିରେ ରୋଗୀଙ୍କ ଆଇସିୟୁରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଜଣେ ରୋଗୀକୁ ଆଇସିୟୁରେ ଭର୍ତ୍ତି କରିବାର ମାନଦଣ୍ଡ ଅଙ୍ଗ ବିଫଳତା ବା ଅର୍ଗାନ ଫେଲ ଉପରେ ଆଧାରିତ ହେବା ଉଚିତ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ନିଅନ୍ତୁ ନୂଆ ସଂକଳ୍ପ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆପଣନ୍ତୁ ଏହି ଅଭ୍ୟାସ

ଅନ୍ୟପଟେ ଚିନ୍ତା କରିବା ଶକ୍ତି ବଦଳିବା, ଶ୍ବାସକ୍ରିୟାରେ ସମସ୍ୟା, ମନିଟରିଂର ଆବଶ୍ୟକତା, ଅଙ୍ଗର ସହାୟତା ଭଳି କେତେକ କ୍ଷେତ୍ରରେ ଆଇସିୟୁରେ ଆଡମିଶନ ପାଇଁ ମାନଦଣ୍ଡ ଭାବରେ ତାଲିକାଭୁକ୍ତ କରାଯାଇଛି। ଯେଉଁ ରୋଗୀମାନେ ହୃଦ୍‌ରୋଗ କିମ୍ବା ଶ୍ବାସକ୍ରିୟାରେ ଅସ୍ଥିରତା ପରି କୌଣସି ଜଟିଳତା ଅନୁଭବ କରିଛନ୍ତି କିମ୍ବା କୌଣସି ଅସ୍ତ୍ରୋପଚାର କରିଛନ୍ତି, ଏଭଳି ସ୍ଥଳେ ମଧ୍ୟ ଆଇସିୟୁରେ ପ୍ରାଥମିକତା ଦିଆଯାଇପାରିବ।

ବର୍ତ୍ତମାନ ଦେଶରେ ଏକ ଲକ୍ଷରୁ ଅଧିକ ଆଇସିୟୁ ବେଡ୍ ଅଛି। ଏହାର ଅର୍ଥ ଲୋକସଂଖ୍ୟା ତୁଳନାରେ ଆଇସିୟୁ ବେଡ ସଂଖ୍ୟା କମ ରହିଛି। ଆଇସିୟୁ ଶଯ୍ୟାର ମୂଲ୍ୟ ସାଧାରଣ OPD ଏବଂ IPD ଶଯ୍ୟା ତୁଳନାରେ ପାଞ୍ଚରୁ ଦଶ ଗୁଣ ଅଧିକ ହୋଇଥାଏ। କିନ୍ତୁ ଏହା ରୋଗୀକୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିଥାଏ। ଅନ୍ୟପଟେ ଆଇସିୟୁରେ ଜଣେ ରୋଗୀ ଭର୍ତ୍ତି ହେବା ଦ୍ବାରା ମାନସିକ କଷ୍ଟ ବୃଦ୍ଧି ପାଇଥାଏ। ଏହା ଦ୍ବାରା ପରିବାର ଲୋକଙ୍କ ମାନସିକ ଚାପ ବୃଦ୍ଧି ପାଇଥାଏ। ତେଣୁ ଜଣେ ରୋଗୀକୁ ଆଇସିୟୁରେ ଭର୍ତ୍ତି କରିବା ସମୟରେ ସମସ୍ତ ପ୍ରକାର ଗାଇଡଲାଇନ ପାଳନ କରିବା ଉଚିତ ବୋଲି କୁହାଯାଇଛି। ମହାମାରୀ ସମୟରେ ଆଇସିୟୁ ଶଯ୍ୟାକୁ କାହାକୁ ପଠାଯିବ ସେନେଇ ନିଷ୍ପତ୍ତି ଅତି ଯତ୍ନର ସହ ନିଆଯିବା ଆବଶ୍ୟକ। ଜଣେ ଡାକ୍ତର କୌଣସି ରୋଗୀ କିମ୍ବା ସମ୍ପର୍କୀୟଙ୍କର ଅନିଚ୍ଛା ସତ୍ତ୍ବେ ହସ୍ପିଟାଲରେ ଭର୍ତ୍ତି କରାଇପାରିବେ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.