ETV Bharat / sukhibhava

ଟିକାକରଣ ପରେ ବି କାହିଁକି ରୋଗ ସଂକ୍ରମଣ ? - disease post vaccination

ଟିକାକରଣ ପରେ ବି ରୋଗ ସଂକ୍ରମଣ ଓ ସଂଚରଣ ସମସ୍ୟା ଦେଖାଯାଉଛି । ଏଭଳି କାହିଁକି ହୁଏ ? ଏ ପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ଫାର୍ମା ଷ୍ଟ୍ରାଟେଜିକ୍ କନସଲଟାଂଟ୍ ସ୍ୱରୂପ ପଣ୍ଡାଙ୍କ ସହ ଆଲୋଚନା କରିଥିଲା । ଏହାର କାରଣ ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

ଟିକାକରଣ ପରେ ବି କାହିଁକି ରୋଗ ସଂକ୍ରମଣ ?
ଟିକାକରଣ ପରେ ବି କାହିଁକି ରୋଗ ସଂକ୍ରମଣ ?
author img

By

Published : Apr 8, 2021, 1:28 PM IST

ଟିକାକରଣ ପରେ ବି ରୋଗ ସଂକ୍ରମଣ ଓ ସଂଚରଣ ସମସ୍ୟା ଦେଖାଯାଉଛି । ଏଭଳି କାହିଁକି ହୁଏ ? ଏ ପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ଫାର୍ମା ଷ୍ଟ୍ରାଟେଜିକ୍ କନସଲଟାଂଟ୍ ସ୍ୱରୂପ ପଣ୍ଡାଙ୍କ ସହ ଆଲୋଚନା କରିଥିଲା । ଏ ବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଗଲା ପରେ ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖଭାଗ କୋରୋନା ଯୋଦ୍ଧାଙ୍କର ଟିକାକରଣ ଆରମ୍ଭ ହୋଇଥିଲା । ବିଶ୍ୱର ବୃହତ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ୬୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଗଲା । ବର୍ତ୍ତମାନ କୋରୋନା ସଂକ୍ରମଣ ପୁଣି ବଢୁଥିବା ପରିପ୍ରେକ୍ଷୀରେ ସରକାର ଟିକାକରଣ ନେଇ ଥିବା ବୟସସୀମା ଉଠାଇ ଦେଇଛନ୍ତି । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କର ମଧ୍ୟ କୋଭିଡ ଟିକାକରଣ ଆରମ୍ଭ ହୋଇଛି ।

ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇଛି ଯେ, ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ କୋଭିଡ-୧୯ ରୋଗ ରୋକିବା କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ରୋଗର ତୀବ୍ରତା ଓ ମୃତ୍ୟୁ ରୋକିବାକୁ ଏ ଦୁଇ ଟିକାର ପ୍ରୟୋଗ ସଫଳ ରହିଛି । ତେବେ କୋଭିଡ-୧୯ ଭାଇରସର ବିଭିନ୍ନ ପ୍ରକାର ରୂପ କ୍ଷେତ୍ରରେ ଏସବୁ ଟିକା କେତେଦୂର ସଫଳ ହେବ, ତାହା ହିଁ ଏବେ ବଡ ପ୍ରଶ୍ନ । ଏ ନେଇ ଅନୁସନ୍ଧାନ ଓ ଗବେଷଣା ଚାଲିଛି । ଭାଇରସକର କିଛି ଭେରାଇଂଟ୍ ବିରୋଧରେ ଟିକା ସଫଳ ହେଉଥିବା ବେଳେ ଆଉ କିଛି ଭେରାଇଂଟ ବିରୋଧରେ ଟିକାର ସଫଳତା ହାର କମ୍ ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି । ତେଣୁ ଟିକା ନେଇଗଲେ ରୋଗ ଆଉ ହେବ ନାହିଁ , ସେ ବାବଦରେ ନିଶ୍ଚିତ ହେବା ଉଚିତ ନୁହେଁ । ରୋଗୋ ବିରୋଧରେ ଟିକା କେତେ ପରିମାଣରେ ପ୍ରଭାବଶାଳୀ ଓ ଏହା କେତେଦୂର ସଂକ୍ରମଣ ରୋକିପାରୁଛି, ସେ ନେଇ ଏବେ ବି କିଛି ସ୍ପଷ୍ଟ ହୋଇନାହିଁ । ଟିକା କେତେଦିନ ପ୍ରଭାବଶାଳୀ ରହିବ, ସେ ନେଇ ବି ସ୍ପଷ୍ଟ କିଛି କୁହାଯାଇନାହିଁ ।

ଟିକା ନେବାର ଅର୍ଥ ହେଲା ଯେ, ଏହା ରୋଗ ଆଶଙ୍କାକୁ ହ୍ରାସ କରିବା । କିନ୍ତୁ ଏହାର ଅର୍ଥ ନୁହେଁ ଯେ,ଆପଣ ପୁଣି ଥରେ ସଂକ୍ରମିତ ହେବେ ନାହିଁ । ଟିକା ନେଲେ ଆଉ ମାସ୍କ ପିନ୍ଧିବା ଦରକାର ପଡିବ ନାହିଁ କି ଅନ୍ୟ କୋଭିଡ ନିୟମ ମାନିବାକୁ ପଡିବ ନାହିଁ ବୋଲି ଅନେକ ଲୋକ ଭାବୁଛନ୍ତି । କିନ୍ତୁ ଏହା ଭୁଲ୍ ଧାରଣା । ଟିକା ନେଇଥିବା ଲୋକେ ବି ଏହି ଭୁଲ୍ କରିବସନ୍ତି । ଟିକା ନେଲେ ଆପଣ ସିନା ସୁରକ୍ଷିତ , କିନ୍ତୁ ଆପଣଙ୍କ ଆଖପାଖର ଲୋକଙ୍କ ସୁରକ୍ଷା ପ୍ରତି ବି ଧ୍ୟାନ ଦେବା ଦରକାର । ଉଦାହରଣ ସ୍ୱରୂପ ଆପଣ ଟିକା ନେଇଛନ୍ତି । କୋଭିଡ-୧୯ ଭାଇରସ ଆପଣଙ୍କୁ ଆକ୍ରମଣ କଲେ ମଧ୍ୟ ଆପଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇବ ନାହିଁ । କିନ୍ତୁ ଆପଣଙ୍କର ପ୍ରତିରୋଧକ ଶକ୍ତି ଭାଇରସର ସଂପୂର୍ଣ୍ଣ ମୁକାବିଲା କରିପାରିବ ନାହିଁ । କିଛି ଭାଇରସ ବଂଚିଯାଇ ପାରନ୍ତି ।

ଆଉ ଭବିଷ୍ୟତରେ ପୁଣି ଥରେ ସେଗୁଡିକ ଆପଣଙ୍କ ନାକ ଓ ପାଟିରୁ କାଶ ଓ ଛିଙ୍କ ଜରିଆରେ ବାହାରି ଅନ୍ୟ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରନ୍ତି । ତେଣୁ ଟିକା ନେଲା ପରେ ବି ମାସ୍କ ପିନ୍ଧିବାକୁ ପଡିବ । ଅନ୍ୟାନ୍ୟ ସ୍ୱଚ୍ଛତା ଉପାୟ ବି ଅବଲମ୍ବନ କରିବାକୁ ପଡିବ । ଗୋଷ୍ଠୀ ଭିତ୍ତିକ ପ୍ରତିରୋଧକ ହାସଲ କଲାଯାଏଁ , ଆମକୁ ସାଧାରଣ କୋଭିଡ ସ୍ୱଚ୍ଛତା ନିୟମ ପାଳନ କରିବାକୁ ପଡିବ । ସତର୍କତାମୂଳକ ପଦକ୍ଷେପ ବଜାୟ ରଖିବା ଜରୁରୀ । ଭାଇରସ ଭେରାଇଂଟଗୁଡିକ ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ମଧ୍ୟ କୋଭିଡ ସୁରକ୍ଷା ପଦକ୍ଷେପ ବଜାୟ ଜରୁରୀ । ଯଦି ଭାଇରସର ଏକ ନୂଆ ଭେରାଇଂଟ ସୃଷ୍ଟି ହେଲା ଓ ତାହା ଯଦି ଟିକା ଦ୍ୱାରା ନିୟନ୍ତ୍ରିତ କରାଯାଇପାରିବ ନାହିଁ , ତାହା ହେଲେ କୋଭିଡ ସ୍ୱଚ୍ଛତା ବଜାୟ ରଖିବା ଆହୁରୀ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ତେଣୁ ଟିକା ନେଲା ପରେ ମଧ୍ୟ ମାନକ ସତର୍କତା ପ୍ରୟୋଗ ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.