ETV Bharat / sukhibhava

କୋରୋନାକୁ କୋକୁଆ ଭୟ ! 2 ବର୍ଷ ଧରି ଆତ୍ମ-ସଂଗରୋଧରେ ମାଆ-ଝିଅ - କୋରୋନା ଭୟରେ ଆତ୍ମ ସଂଗରୋଧ

କୋରୋନା ଭୟରେ 2 ବର୍ଷ ଧରି ଆତ୍ମ-ସଂଗରୋଧରେ ମାଆ ଓ ଝିଅ(Two women self-isolate for 2 years due to Covid fear) । ଅଧିକ ପଢନ୍ତୁ

ପ୍ରତିକାତ୍ମକ ସଂଗରୋଧ ଚିତ୍ର
ପ୍ରତିକାତ୍ମକ ସଂଗରୋଧ ଚିତ୍ର
author img

By

Published : Dec 21, 2022, 1:40 PM IST

ଅମରାବତୀ: କୋରୋନା ମହାମାରୀ ଆସିବା ଦିନରୁ ରୋଗକୁ ନେଇ ଅନେକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରି ହେବା ମଧ୍ୟ ସ୍ବାଭାବିକ, କାରଣ ପ୍ରତିଦିନ ବିଶ୍ବରୁ ଶତାଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହି ଭୟରେ ଦୁଇ ଜଣ ମହିଳା ନେଇଥିବା ପଦକ୍ଷେପ ଯେ କେହିଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ ।

କାରଣ କୋରୋନା ଭୟରେ ଦୁଇ ଜଣ ମହିଳା ଦୀର୍ଘ ଦୁଇ ବର୍ଷ ଧରି ନିଜକୁ ଆତ୍ମ-ସଂଗରୋଧରେ ରଖିଛନ୍ତି(Two women self-isolate for 2 years due to Covid fear) । ଅର୍ଥାତ୍ ଏହି ଦୁଇ ମହିଳା ଦୁଇ ବର୍ଷ ଧରି ନା କୁଆଡେ ଯାଇଛନ୍ତି ନା କାହା ସହ ମିଳା-ମିଶା କରିଛନ୍ତି । ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଏହି ଦୁଇ ମହିଳା ସମ୍ପର୍କରେ ମାଆ-ଝିଅ ହେବେ । ସେମାନେ କୋଭିଡ ସଂକ୍ରମଣ ଭୟରେ 2020 ମସିହାରୁ ଆତ୍ମ-ସଂଗରୋଧରେ ଅଛନ୍ତି । ସଂକ୍ରମଣ ଭୟରେ ଦୁଇ ବର୍ଷ ହେବ ଘରୁ କେଉଁଆଡେ ବି ବାହାରି ନାହାନ୍ତି । ଏପରିକି ପରିବାର ସଦସ୍ୟଙ୍କ ସହ ମଧ୍ୟ ମିଳା-ମିଶା କରିନାହାନ୍ତି । କେବଳ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ପ୍ରତିଦିନ ଖାଦ୍ୟ, ପାନୀୟ ଦେଇ ଆସୁଥିଲେ । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ସେମାନେ ଖାଦ୍ୟ, ପାନୀୟ ନେଉନଥିଲେ କି ଘରର କବାଟ ମଧ୍ୟ ଖୋଲୁନଥିଲେ ।

ଫଳରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ଖବର ଦେଇଥିଲେ । ଘଟଣାସ୍ଥଳରେ ସ୍ବାସ୍ଥ୍ୟ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସ୍ବାସ୍ଥ୍ୟ କର୍ମଚାରୀଙ୍କ କହିବା ଅନୁସାରେ ଉଭୟ ମାନସିକ ସ୍ତରରେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି ।

ରାଜ୍ୟରେ ଏହି ଘଟଣା ଦ୍ବିତୀୟ ଥର ଘଟିଛି । ଗତ ବର୍ଷ ଜୁଲାଇରେ ପୂର୍ବ ଗୋଦାବରୀ ଜିଲ୍ଲାରୁ ମଧ୍ୟ ଏଭଳି ସମାନ ଘଟଣା ସାମ୍ନାକୁ ଆସିଥିଲା । କୋଭିଡରେ ସଂକ୍ରମିତ ହେବାର ଭୟରେ ତିନିଜଣ ବ୍ୟକ୍ତି ଦୀର୍ଘ ଏକ ବର୍ଷକୁ ଅଧିକ ସମୟ ସଂଗରୋଧରେ ରହିଥିଲେ । କୋଭିଡରେ ଜଣେ ପଡ଼ୋଶୀଙ୍କ ମୃତ୍ୟୁ ହେବା ପରେ ଏକ ଦମ୍ପତି ଏବଂ ସେମାନଙ୍କ ପିଲା 15 ମାସ ଧରି ଆତ୍ମ-ସଂଗରୋଧରେ ରହିଥିଲେ ।

ଯେତେବେଳେ ଜଣେ ଗ୍ରାମ ସ୍ବେଚ୍ଛାସେବୀ ଏକ ସରକାରୀ ଯୋଜନା ପାଇଁ ସେମାନଙ୍କ ଘରକୁ ଯାଇଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ସ୍ୱେଚ୍ଛାସେବୀମାନେ ସଚେତନ କରିବା ପରେ ସ୍ବାସ୍ଥ୍ୟ ଅଧିକାରୀ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ପୁନର୍ବାର ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.