ETV Bharat / sukhibhava

Skin Care Tips: ଘରୋଇ ଉପଚାରରେ ଦୂର କରନ୍ତୁ ଡାର୍କ ସର୍କଲ-ପିମ୍ପଲ୍ସ - Skin Care Tips

ଆଖି ତଳେ କଳା ପଡିଯାଉଥିଲେ, ପିମ୍ପଲ୍ସ ସମସ୍ୟା ଥିଲେ ଏହିପରି କରନ୍ତୁ ଘରୋଇ ଉପଚାର । ଅଧିକ ପଢନ୍ତୁ

Skin Care products
Skin Care products
author img

By

Published : Jan 25, 2023, 7:01 AM IST

ହାଇଦ୍ରାବାଦ: ଚାପ, ଚିନ୍ତା, ବସିବା ଜୀବନଶୈଳୀ, ପର୍ଯ୍ୟାପ୍ତ ନିଦ୍ରାର ଅଭାବ କେବଳ ମାନସିକ ସ୍ବାସ୍ଥ୍ୟରେ ପ୍ରଭାବ ପକାଏନି, ବରଂ ଏହା ଆମର ଚ୍ବଚାର ଚମକ ଉପରେ ମଧ୍ୟ ପ୍ରଭାବ ପକାଏ । ଏହିସବୁ କାରଣୁ ପିମ୍ପଲ୍ସ, ଡାର୍କ ସାର୍କଲ ଆଦି ସମସ୍ୟା ଦେଖାଯାଏ, ବର୍ତ୍ତମାନର ଯୁବପିଢିଙ୍କ କ୍ଷେତ୍ରରେ ଏହା ବହୁଳ ଭାବରେ ଦେଖାଯାଉଛି । ତେଣୁ ଏହାର କିପରି ଉପଚାର କରିବେ, ଜାଣନ୍ତୁ...

ଆଲର୍ଜି, ଅତ୍ୟଧିକ ଲୁଣ ଗ୍ରହଣ, ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ କ୍ରନିକ୍ ସାଇନସ୍ ସମସ୍ୟା ଡାର୍କ ସାର୍କଲ ଓ ପିମ୍ପଲ୍ ସମସ୍ୟା ସୃଷ୍ଟି କରିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ, ନିମ୍ନରେ ଦିଆଯାଇଥିବା ଘରୋଇ ଉପଚାର ଉପଯୁକ୍ତ ସତର୍କତା ସହିତ ପ୍ରୟୋଗ କରାଯାଇପାରିବେ...

cucumber
cucumber

କାକୁଡି: କିଛି କଞ୍ଚା ଆଳୁ କିମ୍ବା କାକୁଡି ଖଣ୍ଡ ଆଖିରେ ଲଗାଇବା ଦ୍ବାରା ସୁପ୍ରଭାବ ପଡିଥାଏ । ଆଳୁ କିମ୍ବା କାକୁଡି ଖଣ୍ଡକୁ 10-12 ମିନିଟ୍ ପର୍ଯ୍ୟନ୍ତ ଆଖିରେ ଲଗାଇବା ପରେ ଧୋଇଦିଅନ୍ତୁ । ସେହିପରି ଏହାର ରସ ମଧ୍ୟ ଲଗାଇପାରିବେ । ଏହାର ରସକୁ ଏକ କଟନ୍ ବା ତୁଳା ମାଧ୍ୟମରେ ଧୀରେଧୀରେ ଆଖି ତଳେ ଏବଂ ତ୍ବଚାରେ ଲଗାନ୍ତୁ । ଏହାର କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

Sweet Almond Oil
Sweet Almond Oil

ସ୍ବିଟ୍ ଆଲମଣ୍ଡ ଅଏଲ୍: 2-3 ବୁନ୍ଦା ସ୍ବିଟ୍ ଆଲମଣ୍ଡ ଅଏଲ୍‌କୁ ତୁଳାରେ ପକାନ୍ତୁ, ପରେ ଡାର୍କ ସର୍କଲ ସ୍ଥାନରେ ଲଗାନ୍ତୁ, ତ୍ବଚାରେ ମଧ୍ୟ ମାଲିସ୍ କରିପାରିବେ । ଏହାକୁ ରାତିସାରା ଛାଡି ମୁହଁରେ ଲଗାଇବା ପରେ ସକାଳେ ବାହାରକୁ ଯାଇପାରିବେ । ପ୍ରତିଦିନ ରାତିରେ ଏପରି କରିବା ଦ୍ବାରା ତ୍ବଚାରେ ପରିବର୍ତ୍ତନ ଆସିଥାଏ ।

Green Tea
Green Tea

ଗ୍ରୀନ୍ ଟି': ଗ୍ରୀନ୍ ଟି ପିଇବା ପରେ ସେହି ବ୍ୟାଗ୍‌ଗୁଡିକୁ ରେଫ୍ରିଜରେଟରରେ 20 ମିନିଟ୍ ପାଇଁ ଥଣ୍ଡା କରିବାକୁ ଦିଅନ୍ତୁ । ତା’ପରେ, ସେଥିରୁ ଅତିରିକ୍ତ ତରଳ ପଦାର୍ଥକୁ ଚିପୁଡ଼ି ଦିଅନ୍ତୁ ଏବଂ ଏହାକୁ ଆଖି ତଳେ ରଖନ୍ତୁ । ଟି' ବ୍ୟାଗ୍‌କୁ ଲଗାଇବାର 15 ରୁ 30 ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

Tomato
Tomato

ଟମାଟୋ: ଟମାଟୋ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଆଖି ତଳେ ଥିବା କଳା ଦାଗରେ ଲଗାନ୍ତୁ ଏବଂ ଏହାକୁ 20 ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ । କିଛି ସମୟ ପରେ ଭଲ ଭାବେ ଧୋଇ ଦିଅନ୍ତୁ । ଏହିପରି ସପ୍ତାହକୁ ଥରେ କିମ୍ବା ଦୁଇଥର କରିପାରିବେ ।

Alo Vera
Alo Vera

ଆଲୋ ଭେରା ଜେଲ୍: ଏହା ଏକ ଏପରି ପ୍ରାକୃତିକ ଉପାଦାନ, ଯାହା ବିଭିନ୍ନ ପ୍ରକାର ତ୍ବାଚା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଆଖି ତଳେ ଆଲୋଭେରା ଜେଲକୁ 5-7 ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହା କଳା ଦାହ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.