ETV Bharat / sukhibhava

ଶିଶୁଙ୍କର ଚର୍ମ ସମସ୍ୟା ଲାଗି ରହୁଛି କି, ଆପଣାନ୍ତୁ ଏହି ଟିପ୍ସ - ଡ୍ରାଏ ସ୍କିନ

ଶିଶୁଙ୍କର ଚର୍ମ ସମସ୍ୟା ଲାଗି ରହୁଛି କି । ଅଳ୍ପ ବୟସରୁ ଶିଶୁର ସମସ୍ୟା ଦେଖାଯାଉଥିଲେ ଆପଣାନ୍ତୁ ଏହି ଟିପ୍ସ

Treatments for Babies Dry Skin
Treatments for Babies Dry Skin
author img

By ETV Bharat Odisha Team

Published : Sep 2, 2023, 12:43 PM IST

ହାଇଦ୍ରାବାଦ: ଚର୍ମ ସମସ୍ୟା.. ଯେ କୌଣସି ଋତୁରେ ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ । ଛୋଟରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟ ଦେଇ ଗତି କରୁଛନ୍ତି । ପ୍ରାୟତଃ ଛୋଟ ଛୁଆଙ୍କର ଚର୍ମ ଶୁଷ୍କ ହେବା ଯୋଗୁଁ ଚର୍ମ ସମସ୍ୟା ଦେଖାଯାଇଥାଏ। ଡାକ୍ତରଙ୍କ କହିବା ଅନୁସାରେ ଡିହାଇଡ୍ରେସନ କାରଣରୁ ଛୋଟ ଛୁଆଙ୍କୁ ଏହି ସମସ୍ୟା ଦେଖାଯାଇଥାଏ । ପିଲାମାନଙ୍କ ଠାରେ ଶୁଷ୍କ ଚର୍ମର ସମସ୍ୟା ଏକ ଗୁରୁତର ରୋଗ ଭାବରେ ବିବେଚନା କରାଯାଏ ନାହିଁ କିନ୍ତୁ ଏହାର ପ୍ରତିକାର ଜରୁରୀ ଅଟେ । ଯଦି ଆପଣଙ୍କ ଶିଶୁ ଯଦି ଏହି ସମସ୍ୟା ଦେଇ ଗତି କରୁଛି ତେବେ ଆପଣାନ୍ତୁ ଏହି ଉପାୟ

ସେନ୍ସେଟିଭ ବା ସମ୍ବେଦନଶୀଳ ଚର୍ମ ଉପରେ ପ୍ରଭାବ ଅଧିକ: ପିଲାମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ପାଣିପାଗର ହଠାତ୍ ପରିବର୍ତ୍ତନ, ଏୟାର କଣ୍ଡିସନର(AC)ର ଅତ୍ୟଧିକ ବ୍ୟବହାର, ଟାଇଟ ପୋଷାକ ପିନ୍ଧିବା କିମ୍ବା ଜଳ ଅଭାବରୁ ଡିହାଇଡ୍ରେସନ୍ ହେତୁ ପିଲାମାନଙ୍କର ଚର୍ମ ତୁରନ୍ତ ଶୁଷ୍କ ହେବାକୁ ଲାଗିଥାଏ । ଫଳରେ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ପିଲାମାନଙ୍କଠାରେ ଶୁଷ୍କ ଚର୍ମର ସମସ୍ୟା ଏକ ଗୁରୁତର ରୋଗ ଭାବରେ ବିବେଚନା କରାଯାଏ ନାହିଁ କିନ୍ତୁ ଅନେକ ଯନ୍ତ୍ରଣା ହୋଇଥାଏ । ଏହି କାରଣରୁ ପିଲାମାନଙ୍କ ଠାରେ ବିରକ୍ତି ଭାବ, ଆଲର୍ଜି ଭଳି ସମସ୍ୟା ପ୍ରଥମେ ଦେଖାଯାଇଥାଏ । ଓଠ ଫାଟିବା, ହାତ ଶୁଷ୍କ ହେବା ସହିତ ଧଳା ଧଳା ଦେଖାଯିବା, ଚର୍ମରେ କୁଞ୍ଚନ ଭଳି ସମସ୍ୟା ମଧ୍ୟ ଦେଖାଯାଏ ।

ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ:

  • ଶିଶୁକୁ ହାଇଡ୍ରେଟ ରଖିବା ପାଇଁ ଚେଷ୍ଟା କରନ୍ତୁ: ଶିଶୁକୁ ଚର୍ମ ସମସ୍ୟାରୁ ବର୍ତ୍ତେଇବା ପାଇଁ ଚାହୁଁଥିଲେ ପ୍ରଥମେ ହାଇଡ୍ରେଟ ଉପରେ ଧ୍ୟାନ ଦିଅନ୍ତୁ । ଡିହାଇଡ୍ରେଟ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଆବଶ୍ୟକ ପରିମାଣର ପାଣି ପିଇବା ଆବଶ୍ୟକ। କାରଣ ଶରୀରରେ ପାଣିର ଅଭାବ ଯୋଗୁଁ ହିଁ ଚର୍ମ ଶୁଷ୍କ ହୋଇଯାଇଥାଏ ।
  • ଯଦି ଛୁଆର 5 ରୁ 8 ବର୍ଷ ବୟସ ମଧ୍ୟରେ ଥାଏ, ତେବେ ସେ ପ୍ରତିଦିନ ଅତି କମରେ ପାଞ୍ଚ କପ୍ ପାଣି ପିଇବା ଉଚିତ୍ । ସେହିପରି 9 ରୁ 12 ବର୍ଷ ବୟସର ପିଲାମାନଙ୍କ ପାଇଁ ସାତ କପ୍ ପାଣି ଆବଶ୍ୟକ ହୋଇଥାଏ । 13 ବର୍ଷ ବୟସରୁ ଅଧିକ ପିଲା 9କପରୁ ଅଧିକ ପାଣି ପିଇବା ଆବଶ୍ୟକ ଅଟେ ।

ଏହା ମଧ୍ୟ ପଢନ୍ତୁ: ମୁହଁରେ ଦାଗ ଅଛି କି ? ଖାଆନ୍ତୁ ଏହି ପନିପରିବା, ସ୍କିନ୍‌ ଗ୍ଲୋ' କରିବା ସହ ହଟିବ ଦାଗ

  • ତେଲ ମାଲିସ କରନ୍ତୁ: ପିଲାମାନଙ୍କର ଚର୍ମରୁ ଶୁଷ୍କତା ଦୂର କରିବା ପାଇଁ କିଛି ସମୟ ଅନ୍ତରରେ ତେଲ ସହିତ ମାଲିସ କରିବା ଆବଶ୍ୟକ। ଏହା ଶିଶୁର ଚର୍ମରୁ ଶୁଷ୍କତାକୁ ଦୂର କରିବ ଏବଂ ଏହା ସହିତ ଶରୀର ମଧ୍ୟ ସୁସ୍ଥ ରହିବ।
  • ଋତୁ ପରିବର୍ତ୍ତନ: ପରିବର୍ତ୍ତିତ ଋତୁରେ ପିଲାମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ଗରମ ହେଉ କିମ୍ବା ଥଣ୍ଡା ହେଉ, ହଠାତ୍ ବଦଳୁଥିବା ପାଣିପାଗ ପିଲା ଉପରେ ଖରାପ ପ୍ରଭାବ ପକାଇପାରେ । ଏହି କାରଣରୁ ପାଗ ପରିବର୍ତ୍ତନ ସମୟରେ ଶିଶୁର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।
  • ଶିଶୁକୁ ଗରମ ପାଣିରେ ସ୍ନାନ କରାନ୍ତୁ: ଯଦି ଚର୍ମ ସମସ୍ୟା ଦେଖାଯାଉଛି ତାହାଲେ ଶିଶୁକୁ ଥଣ୍ଡା ପାନୀୟ ବଦଳରେ ଗରମ ପାଣିରେ ସ୍ନାନ କରାଯିବ ଉଚିତ । ଏହାସହିତ ଗରମ ପାଣି ପିଇବାକୁ ଦିଅନ୍ତୁ । ପାଣି ଉପରେ ଧ୍ୟାନ ଦେବା ଦ୍ବାରା ଚର୍ମରେ ଆଦ୍ରତା ବଜାୟୀ ରହିବା ସହିତ ଚର୍ମ ଶୁଷ୍କ ହେବ ନାହିଁ ।
  • ଅଧିକ ସମୟ ପାଣିରେ ରୁହନ୍ତୁ ନାହିଁ: ଅନେକ ଥର ପିତାମାତା ପିଲାକୁ ଅଧିକ ସମୟ ପାଣିରେ ରହିବାକୁ ଅନୁମତି ଦିଅନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଅଭ୍ୟାସକୁ ଏଡ଼ାଇବା ଉଚିତ । ଶିଶୁକୁ ସ୍ନାନ କରିବାରେ ସର୍ବନିମ୍ନ ସମୟ ଅତିବାହିତ କରିବା ଉଚିତ। କାରଣ ଏହି କାରଣରୁ ସେମାନଙ୍କର ଚର୍ମ ଶୁଷ୍କ ହୋଇଯାଏ ଏବଂ ସେମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.