ନୂଆଦିଲ୍ଲୀ: ଭାରତରେ ପିଲାମାନଙ୍କୁ ଟମାଟୋ ଫ୍ଲୁ(Tomato Flu) ସଂକ୍ରମିତ କରିସାରିଥିବା ନେଇ Lancet ପତ୍ରିକାରେ ପ୍ରକାଶ ପାଇବା ପରେ ରାଜ୍ୟମାନଙ୍କୁ ସତର୍କ କରାଇଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ(Union Health Ministry) । ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁ ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ମେଡିସିନ ଉପଲବ୍ଧ ହୋଇନଥିବାରୁ ଆଗୁଆ ସତର୍କ ରହିବାକୁ ଦେଲେ ନିର୍ଦ୍ଦେଶ । ଏଥିସହ ଦେଶର ବିଭିନ୍ନ ସ୍ଥାନରେ 82 ଜଣ ପିଲାଙ୍କୁ ମଙ୍କିପକ୍ସ ଆକ୍ରାନ୍ତ କରିସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡଲାଇନରେ କହିଛି ।
ହାତ, ପାଦ ଏବଂ ପାଟି ରୋଗ (HFMD)ର ଏକ ପ୍ରକାର ପରି ମନେ ହେଉଥିବା ଏହି ରୋଗ ମୁଖ୍ୟତ 10 ବର୍ଷରୁ କମ୍ ପିଲାମାନଙ୍କଠାରେ ଦେଖାଯାଏ, କିନ୍ତୁ ଏହା ବୟସ୍କମାନଙ୍କଠାରେ ମଧ୍ୟ ହୋଇପାରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପରାମର୍ଶରେ କୁହାଯାଇଛି । ରୋଗର ଲକ୍ଷଣ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ଜାଣିରଖିବା ଉଚିତ୍ । ଯଦିଓ ଟମାଟୋ ଫ୍ଲୁ ଭାଇରସ୍ ଅନ୍ୟ ଭାଇରାଲ୍ ସଂକ୍ରମଣ(ଜ୍ୱର, ଥକ୍କାପଣ, ଶରୀରରେ ଯନ୍ତ୍ରଣା ଏବଂ ଚର୍ମରେ ଦାଗ) ଭଳି ଲକ୍ଷଣ ଦେଖାଏ, ତଥାପି ଏହି ଭୂତାଣୁ SARS-CoV-2, ମଙ୍କିପକ୍ସ(Monkeypox), ଡେଙ୍ଗୁ କିମ୍ବା ଚିକେନଗୁନିଆ ସହିତ ଜଡିତ ନୁହଁ । ପରାମର୍ଶଦାତା ଆହୁରି ମଧ୍ୟ କହିଛନ୍ତି ଯେ, ବାସ୍ତବରେ ରିପୋର୍ଟ ଗୁଡିକ ଏହା Coxsackie A 17, ଯାହା ଏଣ୍ଟେରୋଭାଇରସ୍ ଗୋଷ୍ଠୀର ।
ଏହି ବର୍ଷ ମେ' 6 ରେ କେରଳର କୋଲାମ ଜିଲ୍ଲାରେ ଟମାଟୋ ଫ୍ଲୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ଜୁଲାଇ 26 ସୁଦ୍ଧା, ପାଞ୍ଚ ବର୍ଷରୁ କମ୍ ବୟସର 82 ରୁ ଅଧିକ ଶିଶୁ ସଂକ୍ରମିତ ହୋଇ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । କେରଳର ଅନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଆଞ୍ଚଲ, ଆର୍ଯ୍ୟଙ୍କାଭୁ, ଏବଂ ନେଡୁଭାଥୁର । ଏହି ଏଣ୍ଡେମିକ୍ ଭାଇରାଲ୍ ରୋଗ ପଡୋଶୀ ରାଜ୍ୟ ତାମିଲନାଡୁ ଏବଂ କର୍ଣ୍ଣାଟକକୁ ବ୍ୟାପିବା ନେଇ ସତର୍କ କରାଯାଇଥିଲା ।
ଏଥିସହ ଏହି ରୋଗ ଓଡିଶାର ଶିଶୁମାନଙ୍କୁ ମଧ୍ୟ ବ୍ୟାପିଥିଲା । ଭୁବନେଶ୍ୱରର ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର(Regional Medical Research Centre, Bhubaneswar) ଦ୍ୱାରା 26 ଜଣ ଶିଶୁ ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନେଇ ଚିହ୍ନଟ କରିଥିଲେ । ଏମାନେ 9 ବର୍ଷରୁ କମ୍ ବର୍ଗର ଥିଲେ । କେରଳ, ତାମିଲନାଡୁ, ହରିୟାଣା ଏବଂ ଓଡିଶା ବ୍ୟତୀତ ଭାରତର ଅନ୍ୟ କୌଣସି ରାଜ୍ୟକୁ ଟମାଟୋ ଫ୍ଲୁ ବ୍ୟାପିନଥିବା କୁହାଯାଉଛି ।
ଟମାଟୋ ଫ୍ଲୁ ଥିବା ପିଲାମାନଙ୍କଠାରେ ଦେଖାଯାଉଥିବା ପ୍ରାଥମିକ ଲକ୍ଷଣ ଅନ୍ୟ ଭାଇରାଲ୍ ସଂକ୍ରମଣ ସହିତ ସମାନ, ଯେଉଁଥିରେ ଜ୍ୱର, ଦାଗ ଏବଂ ଗଣ୍ଠିରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ । ଏହି ଲକ୍ଷଣଗୁଡ଼ିକରେ ଥକ୍କା, ବାନ୍ତି, ଝାଡ଼ା, ଜ୍ୱର, ଡିହାଇଡ୍ରେସନ୍, ଗଣ୍ଠି ଫୁଲା, ଶରୀରରେ ଯନ୍ତ୍ରଣା ଏବଂ ସ୍ୱାଇନ୍ ଫ୍ଲୁ ଭଳି ଲକ୍ଷଣ ମଧ୍ୟ ରହିଥାଏ । ଏହା ସାମାନ୍ୟ ଜ୍ୱର, ଅଳ୍ପ ଭୋକ, ଅସୁସ୍ଥତା ଏବଂ ଅନେକ ସମୟରେ ଗଳା ଯନ୍ତ୍ରଣା ହୋଇଥାଏ । ଜ୍ୱର ଆରମ୍ଭ ହେବାର ଗୋଟିଏ କିମ୍ବା ଦୁଇ ଦିନ ପରେ, ଛୋଟ ଲାଲ ଦାଗ ଦେଖାଯାଏ ଯାହା ଫୁଲା ଏବଂ ପରେ ulcers(ପେଟ) ସମସ୍ୟା ଦେଖାଦେଇଥାଏ । ଘା ’ସାଧାରଣତ ଜିଭ, ମାଢି, ଗାଲ ଭିତରେ, ପାପୁଲି ଏବଂ ପାଦରେ ହୋଇଥାଏ ।
ଏହି ଲକ୍ଷଣ ଥିବା ପିଲାମାନଙ୍କଠାରେ ଡେଙ୍ଗୁ, ଚିକେନଗୁନିଆ, ଜିକା ଭୂତାଣୁ(zika virus), varicella-zoster ଭୂତାଣୁ ଏବଂ herpes(ପାଟି ଘା') ରୋଗ ନିର୍ଣ୍ଣୟ ପାଇଁ ମଲିକୁଲାର ଏବଂ ସେରୋଲୋଜିକାଲ ପରୀକ୍ଷା କରାଯାଏ । ପରାମର୍ଶଦାତାଙ୍କ ଅନୁଯାୟୀ, "ଏଥିରୁ ଜଣାପଡେ ଯେ ଏହି ରୋଗ ତଥାକଥିତ ହାତ-ପାଟି ରୋଗ (HFMD)ର ଏକ କ୍ଲିନିକାଲ୍ ପ୍ରକାର ଅଟେ ଯାହା ସ୍କୁଲ ଯାଉଥିବା ପିଲାମାନଙ୍କଠାରେ ସାଧାରଣ ଅଟେ । ଶିଶୁ ଏବଂ ଛୋଟ ପିଲାମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହୁଅନ୍ତି । ନାପିର, ଅପରିଷ୍କାର ସ୍ଥାନକୁ ସ୍ପର୍ଶ କରିବା ସହିତ ବାହାର ଅପରିଷ୍କାର ଜିନିଷ ଖାଇଦେବା ଦ୍ବାରା ହୋଇଥାଏ ।"
HFMD ମୁଖ୍ୟତ 10 ବର୍ଷରୁ କମ୍ ପିଲାମାନଙ୍କଠାରେ ଦେଖାଯାଏ, କିନ୍ତୁ ଏହା ବୟସ୍କମାନଙ୍କଠାରେ ମଧ୍ୟ ହୋଇପାରେ ବୋଲି ପରାମର୍ଶଦାତା କହିଛନ୍ତି । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ ଉପଲବ୍ଧ ହୋଇନଥିଲେ ମଧ୍ୟ ଅନ୍ୟ ଭାଇରାଲ୍ ସଂକ୍ରମଣ ସହିତ ସମାନ ହୋଇଥିବାରୁ- ସଙ୍ଗରୋଧ, ବିଶ୍ରାମ, ପ୍ରଚୁର ତରଳ ପଦାର୍ଥ ଏବଂ ଗରମ ପାଣି ସ୍ପଞ୍ଜ ନେବା ଦ୍ବାରା ରାଶେସ୍ ବା କୁଣ୍ଡିଆ କମିଥାଏ ।
ପରାମର୍ଶଦାତା କହିଛନ୍ତି ଯେ, "ଜ୍ୱର କିମ୍ବା ରାଶେସ୍ ଲକ୍ଷଣ ଥିବା ପିଲାମାନଙ୍କୁ ଆଲିଙ୍ଗନ କିମ୍ବା ସ୍ପର୍ଶ ନକରିବାକୁ ପିଲାମାନଙ୍କୁ କୁହନ୍ତୁ । ପିଲାମାନଙ୍କୁ ଆଙ୍ଗୁଠି ଚୋବାଇବା ଅଭ୍ୟାସ ବନ୍ଦ କରିବାକୁ ବୁଝାଇବା ଉଚିତ୍ । ନାକ ସର ସର କିମ୍ବା କାଶ ହେବା ସମୟରେ ପିଲାଙ୍କୁ ରୁମାଲ ବ୍ୟବହାର କରିବାକୁ ଉତ୍ସାହିତ ଶିଖାନ୍ତୁ ।" ପରାମର୍ଶଦାତା ଏହା ମଧ୍ୟ କହିଛନ୍ତି ଯେ, ଫୁଲାକୁ ଫୁଟାଇବା କିମ୍ବା ଘଷିବା ଉଚିତ୍ ନୁହେଁ । ଏହାସହ ପିଲାମାନଙ୍କୁ ହାଇଡ୍ରେଟ୍ ରଖନ୍ତୁ । ଚର୍ମକୁ ସଫା କରିବା ପାଇଁ କିମ୍ବା ପିଲାଙ୍କ ଗାଧୋଇବା ପାଇଁ ସର୍ବଦା ଉଷୁମ ପାଣି ବ୍ୟବହାର କରନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପୁଷ୍ଟିକର ସମୃଦ୍ଧ, ସନ୍ତୁଳିତ ଖାଦ୍ୟ ଦିଅନ୍ତୁ । ପର୍ଯ୍ୟାପ୍ତ ବିଶ୍ରାମ ଏବଂ ଶୋଇବା ଜରୁରୀ ।