ETV Bharat / sukhibhava

ମହିଳା କିପରି ନେବେ ହୃଦୟ ସ୍ବାସ୍ଥ୍ୟର ଯତ୍ନ, ପଢନ୍ତୁ ଏହି ରିପୋର୍ଟ - ହୃଦୟ ଯତ୍ନ

ପୁରୁଷମାନଙ୍କ ମଧ୍ୟରେ ହୃଦଘାତ ଏବଂ ଅନ୍ୟାନ୍ୟ ହୃଦରୋଗର ଘଟଣା ଅଧିକ ଥିବାରୁ ଅଧିକାଂଶ ମହିଳା ସେମାନଙ୍କର ପୁଷ୍ଟିକର ଆବଶ୍ୟକତାକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । ଫଳରେ ମହିଳାମାନଙ୍କ ମଧ୍ୟରେ ହୃଦରୋଗର ଏକ ପ୍ରମୁଖ କାରଣ ହୋଇପାରେ ! ତେଣୁ କିପରି ପ୍ରାରମ୍ଭରୁ ହୃଦୟର ଯତ୍ନ ନେବେ ସେ' ବାବଦରେ ଜାଣନ୍ତୁ(Tips for women to keep their hearts healthy) ।

ମହିଳାମାନେ କିପରି ନେବେ ହୃଦୟ ସ୍ବାସ୍ଥ୍ୟର ଯତ୍ନ, ପଢନ୍ତୁ ଏହି ରିପୋର୍ଟ

author img

By

Published : Oct 10, 2022, 1:22 PM IST

ହାଇଦ୍ରାବାଦ: ପୁରୁଷ ହୁଅନ୍ତୁ ଅବା ମହିଳା ହୃଦୟ ସ୍ୱାସ୍ଥ୍ୟ(Heart health) ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦିଓ ପୁରୁଷମାନଙ୍କ ମଧ୍ୟରେ ହୃଦଘାତ ଏବଂ ଅନ୍ୟାନ୍ୟ ହୃଦରୋଗର ଘଟଣା ଅଧିକ ଦେଖାଯାଏ, ତଥାପି ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଜଟିଳ ସମସ୍ୟା ଦେଖାଯାଏ । ସେଥିପାଇଁ ମହିଳାମାନଙ୍କର ହୃଦୟର ଯତ୍ନ ନେବା ମଧ୍ୟ ଆବଶ୍ୟକ । ଯଦି ପ୍ରାଥମିକ ସ୍ତରରେ ହୃଦୟର ଯତ୍ନ ନିଆନଯାଏ, ତେବେ ଶେଷରେ ହୃଦଘାତର ସମ୍ଭାବନା ରହିପାରେ ।

ଜଣେ ବ୍ୟକ୍ତିଙ୍କର ହୃଦଘାତ(Heart diseases) ହେବାର ଅନେକ କାରଣ ରହିଛି ଏବଂ ଏହାର କାରଣ ଗୁଡ଼ିକ ମେଦବହୁଳତା ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ପର୍ଯ୍ୟନ୍ତ ହୋଇପାରେ । ଅନ୍ୟପଟେ ମହିଳାମାନେ ସେମାନଙ୍କର ପୁଷ୍ଟିକର ଆବଶ୍ୟକତାକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ, ଏହା ମଧ୍ୟ ମହିଳାମାନଙ୍କ ମଧ୍ୟରେ ହୃଦରୋଗର ଏକ ପ୍ରମୁଖ କାରଣ । ତେଣୁ କିପରି ପ୍ରାରମ୍ଭରୁ ହୃଦୟର ଯତ୍ନ ନେବେ ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ମହିଳାମାନଙ୍କ ମଧ୍ୟରେ ହୃଦରୋଗର କିଛି କାରଣ:-

  • ଅଧିକ ଓଜନ
  • ଧୂମପାନ
  • ଉଚ୍ଚ ରକ୍ତଚାପ
  • ଉଚ୍ଚ ରକ୍ତ ଶର୍କରା
  • ଭଲ କୋଲେଷ୍ଟ୍ରଲର ନିମ୍ନସ୍ତର କିମ୍ବା HDLର ନିମ୍ନ ସ୍ତର
  • ସନ୍ତୁଳିତ ଚର୍ବି, ଚିନି ଏବଂ ଲୁଣର ଅଧିକ ଗ୍ରହଣ
  • ଉଚ୍ଚ BMI(Body Mass Index)
  • ଶସ୍ୟଜାତୀୟ, ଫଳ ଏବଂ ପନିପରିବାର ନିମ୍ନ ସ୍ତର

ନିମ୍ନରେ କେତେକ ଟିପ୍ସ ଅଛି ଯାହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ..

  • ନିୟମିତ ଶରୀର ଯାଞ୍ଚ କରନ୍ତୁ । ଯଦି ଆବଶ୍ୟକ ହୁଏ, ତେବେ ହୃଦରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ମଧ୍ୟ କରନ୍ତୁ
  • ଯଦି ଆପଣ ଅଧିକ ଓଜନ କିମ୍ବା ମେଦବହୁଳ, ତେବେ ଶରୀରର ଓଜନ ହ୍ରାସ କରିବା ପାଇଁ କାର୍ଯ୍ୟ କରନ୍ତୁ
  • ମଦ୍ୟପାନ ଓ ଧୂମପାନ ଠାରୁ ଦୂରେଇ ରୁହନ୍ତୁ
  • ଏକ ଡାଏଟ୍ ଅନୁସରଣ କରନ୍ତୁ, ଯେଉଁଥିରେ ଚର୍ବି(Fat) କମ୍ କିନ୍ତୁ ଅଧିକ ପରିମାଣର ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥିବ
  • ଯଦି ଆପଣ ଚାପଗ୍ରସ୍ତ ରହୁଛନ୍ତି, ତେବେ ଏଥିରୁ ଶୀଘ୍ର ମୁକୁଳିବା ପାଇଁ ଉପାୟ ବାହାର କରନ୍ତୁ
  • ଯଦି ଆପଣ ମଧୁମେହ କିମ୍ବା ଉଚ୍ଚ ରକ୍ତଚାପରେ ପୀଡିତ, ତେବେ ନିଶ୍ଚିତ ରୂପେ ଏହିସବୁ ରୋଗର ସ୍ତରକୁ ନିୟନ୍ତ୍ରଣ କରନ୍ତୁ
  • ନିୟମିତ ବ୍ୟାୟାମ କରନ୍ତୁ ଏବଂ ଏହା କୌଣସି ପ୍ରକାରର ଶାରୀରିକ କାର୍ଯ୍ୟକଳାପ ହୋଇପାରେ
  • ନିଶ୍ୱାସ ପ୍ରଶ୍ୱାସ, ଛାତି ଯନ୍ତ୍ରଣା ଏବଂ ପାଲ୍ପିଟେସନ୍ ଭଳି ଲକ୍ଷଣକୁ କେବେବି ଅଣଦେଖା କରନ୍ତୁ ନାହିଁ

Disclaimer: ଉପରସ୍ଥ ସ୍ବାସ୍ଥ୍ୟ ପରାମର୍ଶ ଗୁଡିକ କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟ ପାଇଁ ଏବଂ ଏହାକୁ ସଠିକ୍ ଚିକିତ୍ସା ପରାମର୍ଶ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ । କୌଣସି ଫିଟନେସ୍ କାର୍ଯ୍ୟକ୍ରମ ଆରମ୍ଭ କରିବା କିମ୍ବା ଆପଣଙ୍କ ଖାଦ୍ୟରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ସର୍ବଦା ଡାକ୍ତର କିମ୍ବା ଡାଏଟିସିଆନଙ୍କ ସହିତ ପରାମର୍ଶ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.