ETV Bharat / sukhibhava

ବିନା କାରଣରେ କାନକୁ କିଛି ଶବ୍ଦ ଶୁଭୁଥିଲେ କରନ୍ତୁନି ଅଣଦେଖା, ହୋଇପାରେ ଏହି ରୋଗ - ଟିନ୍ନିଟସ୍

ବିନା କାରଣରେ କାନକୁ କିଛି ଶବ୍ଦ ଶୁଭୁଛୁ କି ? ଏହା ରୋଗର ସଙ୍କେତ ହୋଇପାରେ । ଅଧିକ ପଢନ୍ତୁ

Tinnitus Signs
Tinnitus Signs
author img

By

Published : Mar 2, 2023, 9:50 PM IST

ହାଇଦ୍ରାବାଦ: ବେଳେବେଳେ କାନରେ ଏକ ଶବ୍ଦ ଶୁଣାଯାଏ । ଆଖାପାଖରେ କୌଣସି ଶବ୍ଦ ହେଉନଥିଲେ ମଧ୍ୟ କାନକୁ ଏକ ଗୁଞ୍ଜରଣ ଶୁଭେ । କିଛି ଗୋଟେ ବାଜୁଥିବା ଭଳି ଶୁଭେ, କିନ୍ତୁ ବାସ୍ତବରେ ଏପରି ହୋଇନଥାଏ । ଏନେକ ଲୋକ ଏହି ସମସ୍ୟାକୁ ଅଣଦେଖା କରନ୍ତି, ସାଧାରଣ ସମସ୍ୟା ବୋଲି ଭାବନ୍ତି । ଆପଣ ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହାକୁ ସାମାନ୍ୟ ଭାବି ଅଣଦେଖା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

କାରଣ ବାସ୍ତବରେ ଏହା ସାମାନ୍ୟ ସମସ୍ୟା ନୁହେଁ । ବିନା କାରଣରେ କାନରେ କିଛି ଶବ୍ଦ ଶୁଭିବା ଏକ ଗୁରୁତର ରୋଗର ସଙ୍କେତ ହୋଇପାରେ । ଯଦି ଏହି ରୋଗ ଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରିପାରେ । ତେବେ କେଉଁ କାରଣରୁ ଏହିପରି ହୋଇଥାଏ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:- ଯକୃତ ନମିଳିବାରୁ ପରପାରିରେ ପିଣ୍ଟୁ ନନ୍ଦ: ଯକୃତ ଦାନ ପାଇଁ ଦାତାଙ୍କ କଣ ଯୋଗ୍ୟତା ଆବଶ୍ୟକ, ଜାଣନ୍ତୁ

କାନରେ ଉଚ୍ଚ ସ୍ୱର ଶୁଣିବା କାରଣରୁ ଲୋକମାନେ ଟିନ୍ନିଟସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହା ସ୍ପାଇନାଲ୍ ଟ୍ୟୁମରର ବିକାଶ ମଧ୍ୟ ହୋଇପାରେ । ରକ୍ତ ପ୍ରବାହ ବୃଦ୍ଧି ହେତୁ, ଜଣେ ବ୍ୟକ୍ତିଙ୍କୁ କିଛି ବାଜୁଥିବା ଭଳି ଶବ୍ଦ ଶୁଣିବାକୁ ମିଳିପାରେ ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! ପେଟରେ ଏହି ସବୁ ଯନ୍ତ୍ରଣା ହୋଇପାରେ ହୃଦ୍‌ରୋଗ ଲକ୍ଷଣ

ଏହି ରୋଗର ଲକ୍ଷଣକୁ ଠିକ୍ ସମୟରେ ବୁଝନ୍ତୁ-ଯଦି ଜଣେ ବ୍ୟକ୍ତି ପ୍ରାୟତଃ ଶବ୍ଦ ଅନୁଭବ କରନ୍ତି, ତେବେ କାନର ପରଦା ଉପରେ କିଛି ଖରାପ ପ୍ରଭାବ ପଡି ଥାଇପାରେ । ଅଧ୍ୟୟନରୁ ଜଣାପଡିଛି ଯେ, ହାଇପୋଥାରଏଡିଜମରେ ପୀଡିତ ବ୍ୟକ୍ତି ଅତିକମରେ 50% ଲୋକ ଟିନ୍ନିଟସ୍ ଅନୁଭବ କରନ୍ତି । ଠିକ୍ ସମୟରେ ଚିକିତ୍ସା କରାନଗଲେ ଶ୍ରବଣ ଶକ୍ତି ଚାଲିଯିବାର ଆଶଙ୍କା ଥାଏ ।

ଏହା ମଧ୍ୟ ପଢନ୍ତୁ:-ଇନ୍‌ଡାଇଜେସନ୍‌ ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ସରଳ ଉପାୟ

ଆଇରନ୍ ସମଗ୍ର ଶରୀରକୁ ଅମ୍ଳଜାନଯୁକ୍ତ ରକ୍ତ ପରିବହନରେ ସାହାଯ୍ୟ କରିଥାଏ । ଏହା ଅଭାବରୁ ଧମନୀ କାର୍ଯ୍ୟ ପ୍ରଭାବିତ ହୋଇଥାଏ । ଏପରି ପରିସ୍ଥିତିରେ, ହୃଦୟକୁ ଅଧିକ କାର୍ଯ୍ୟ କରିବାକୁ ପଡିଥାଏ । ଏପରି ହେଉଥିବା ଲୋକେ ହୃଦସ୍ପନ୍ଦନ ଶବ୍ଦ ଶୁଣିପାରିଥାନ୍ତି । ଏହି ପ୍ରକାର ଟିନ୍ନିଟସ୍‌କୁ ପଲ୍ସେଟାଇଲ୍ ଟିନ୍ନିଟସ୍ କୁହାଯାଏ । ଏହିପରି ଲୋକମାନେ ହୃଦୟ ସମ୍ବନ୍ଧୀୟ ରୋଗର ଶିକାର ମଧ୍ୟ ହୁଅନ୍ତି ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.