ହାଇଦ୍ରାବାଦ: ଟମାଟୋ କେଚଅପ ବିନା ଚଟପଟା ଖାଦ୍ୟର ସ୍ବାଦ ହିଁ ଅଧୁରା। ଅନେକ ଲୋକ କେଚଅପ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। କେବଳ ଜଙ୍କ ଫୁଡ ସହିତ ନୁହେଁ ବରଂ ସେ କୌଣସି ଖାଦ୍ୟ ସହିତ କେଚଅପ ଖାଇଥାଆନ୍ତି ଲୋକେ। ପିଲା ହୁଅନ୍ତୁ କିମ୍ବା ବୃଦ୍ଧ କେଚଅପ୍ ହେଉଛି ଲୋକଙ୍କ ପ୍ରଥମ ପସନ୍ଦ। ତେବେ ଏହା ସ୍ବାସ୍ଥ୍ୟପକ୍ଷେ ହିତକର ନା ହାନିକାରକ ସେନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ଟମାଟୋ କେଚ୍ଅପ୍ ଖାଇବା ଶରୀର ପକ୍ଷେ ହତିକାରକ ବୋଲି କୁହାଯାଇଛି । କାରଣ ଏଥିରେ ସୋଡିୟମର ମାତ୍ରା ଅଧିକ ରହିଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଇଛି ।
ଅଧିକ କେଚ୍ଅପ୍ କ୍ଷତିକାରକ: ଅତ୍ୟଧିକ କେଚ୍ଅପ୍ ଖାଇବା ହଜମ ପ୍ରକ୍ରିୟା ଠାରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ । ବିଶେଷତଃ ଆର୍ଥ୍ରାଇଟିସ୍ ଭଳି ଗମ୍ଭୀର ରୋଗ ହେବାର ସମ୍ଭବନା ରହିଥାଏ । ତେବେ ଛୋଟଛୁଆଙ୍କୁ କେଚ୍ଅପ୍ଠାରୁ ଦୂରେଇ ରଖିବା ଉଚିତ ବୋଲି କୁହାଯାଇଛି । କିନ୍ତୁ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କି କେଚ୍ଅପ୍କୁ ହିତକର ବୋଲି ଭାବିଥାଆନ୍ତି । ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ଏହାକୁ ସ୍ବାସ୍ଥ୍ୟକର ବୋଲି ଦାବି କରିଥାଆନ୍ତି ।
ଟମାଟୋ କେଚଅପ ହିତକର କି?: ଜଙ୍କ୍ ଫୁଡ୍ ଅପେକ୍ଷା ସାଧାରଣ ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ପାଇଁ କେଚ୍ଅପ୍ ବ୍ୟବହାର କରାଯାଇଥାଏ । ତେବେ କେଚ୍ଅପ୍ ପ୍ୟାକେଟକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଅନେକ ରାସାୟନିକ ପଦାର୍ଥ ବ୍ୟବହୃତ ହୋଇଥାଏ । ଫଳରେ ଏହାକୁ ଖାଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ତେବେ ରିପୋର୍ଟରେ କୁହାଯାଇଛି ଯେ, ଛୋଟଛୁଆଙ୍କ ପାଇଁ ଏହା ସମ୍ପୁର୍ଣ୍ଣ ସୁରକ୍ଷିତ ନୁହେଁ ।
ଏହା ମଧ୍ୟ ପଢନ୍ତୁ: ଅତ୍ୟଧିକ ଟମାଟୋ କେଚଅପ୍ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା
ଟମାଟୋ କେଚଅପ ଖାଇବାର ସ୍ବାସ୍ଥ୍ୟ ଅପକାରିତା: ବଜାରରେ ମିଳୁଥିବା ଟମାଟୋ କେଚଅପ ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ ବୋଲି କୁହାଯାଇଛି । କାରଣ ଏହାର ପ୍ରସ୍ତୁତି ସମୟରେ ଚୋପାକୁ ବାହାର କରଯାଇ ଅନେକ ରାସାୟନିକ ପଦାର୍ଥକୁ ମିଶାଯାଇଥାଏ । ଫଳରେ ସମସ୍ତ ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ । ଯେଉଁଥିପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ ।
- ସୋଡିୟମର ମାତ୍ରା ବୃଦ୍ଧି: ବଜାରରେ ମିଳୁଥିବା କେଚଅପରେ ସୋଡିୟମର ମାତ୍ରା ଅଧିକ ରହିଥାଏ। ତେବେ ଏହା ଅଧିକ ସେବନ କରିବା ଦ୍ବାରା ହୃଦୟ ସହିତ ଜଡିତ ରୋଗ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଇଥାଏ।
- ଶର୍କରା ମାତ୍ରା ବୃଦ୍ଧି: କେଚଅପରେ ଶର୍କତା ମାତ୍ରା ଅଧିକ ରହିଥିବା କାରଣରୁ ଶରୀର ପାଇଁ ହିତକର ନୁହେଁ ବୋଲି କୁହାଯାଇଥାଏ। ଏହାକୁ ସେବନ କରିବା ଦ୍ବାରା ମଧୁମେହ, ଉଚ୍ଚରକ୍ତଚାପ, ରକ୍ତ ଶର୍କରା ବୃଦ୍ଧିର ସମ୍ଭାବନା ରହିଥାଏ।
- ମେଦବହୁଳତା: ଅଧିକ କେଚଅପ ଖାଇବା ଦ୍ବାରା ମେଦବୃଦ୍ଧି ହୋଇଥାଏ । ଏଥିରେ ରହିଥିବା ଶର୍କରା ଏବଂ ସୋଡିୟମ ଶୀଘ୍ର ଓଜନ ବୃଦ୍ଧି କରିଥାଏ ।
ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ତଥ୍ୟ ଭିତ୍ତିକ ଖବର ଅଟେ।