ETV Bharat / sukhibhava

Lemon Use: ମୁହଁରେ ଲେମ୍ବୁ ଲଗାଇବା ପୂର୍ବରୁ ନିଶ୍ଚିତ ପଢନ୍ତୁ - ମୁହଁରେ ଲେମ୍ବୁ ଲଗାଇବା ପୂର୍ବରୁ ନିଶ୍ଚିତ ପଢନ୍ତୁ

ଆପଣ ପ୍ରାୟତଃ ସୌନ୍ଦର୍ଯ୍ୟ ବିଶେଷଜ୍ଞ ଏବଂ ସ୍କିନ୍ କେୟାର ବ୍ଲଗର୍ ମାନଙ୍କଠୁ ସ୍କିନ୍ କେୟାର ରୁଟିନରେ ଭିଟାମିନ୍ ସି ର ବ୍ୟବହାର ସମ୍ପର୍କରେ ଶୁଣିଥିବେ । ଲେମ୍ବୁରେ ଏହି ଭିଟାମିନ ସି ମିଳିଥଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହା ଆପଣଙ୍କ ଚର୍ମ ଉପରେ କିପରି ପ୍ରଭାବ ପକାଇପାରେ ? ଅଧିକ ପଢନ୍ତୁ

Lemon Uses: ମୁହଁରେ ଲେମ୍ବୁ ଲଗାଇବା ପୂର୍ବରୁ ନିଶ୍ଚିତ ପଢନ୍ତୁ

author img

By

Published : Jul 23, 2022, 10:33 PM IST

ହାଇଦ୍ରାବାଦ: ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ଜିନିଷକୁ ମୁହଁରେ ଲଗାନ୍ତି । ତେବେ ପ୍ରତ୍ୟେକଟି ଜିନିଷର ବ୍ୟବହାର ପୂର୍ବରୁ ଏହା ସମ୍ପର୍କରେ ଜାଣି ରଖିବା ଉଚିତ । ଅନେକ ଫେସ ପ୍ୟାକରେ ଲେମ୍ବୁର ବ୍ୟବହାର କରାଯାଏ । ମାତ୍ର ଲେମ୍ବୁର ବ୍ୟବହାର ଅନେକ କ୍ଷେତ୍ରରେ ତ୍ବଚା ଉପରେ ପ୍ରଭାବ ପକାଇପାରେ । ତେବେ ଏହାକୁ କିପରି ବ୍ୟବହାର କରିବା ସେ ସମ୍ପର୍କରେ ଜାଣନ୍ତୁ ।

ଲେମ୍ବୁକୁ ମୁହଁରେ ଲଗାଇବାର ଉପକାରିତା:

  • ମୃତ କୋଷକୁ ହଟାଏ:- ଲେମ୍ବୁ ରସରେ ଆଲଫା-ହାଇଡ୍ରୋକ୍ସି ଏସିଡ୍ (AHA) ଥାଏ । ଏହି ଏସିଡ୍ ସାଧାରଣତଃ ଚର୍ମର ଯତ୍ନରେ ବ୍ୟବହୃତ ହୁଏ । ଏହି ଏସିଡ଼ ମୃତ ଚର୍ମ କୋଷଗୁଡ଼ିକୁ ହଟାଇଥାଏ । ଏଥିଲାଗି ଅନେକ ଲୋକ ଲେମ୍ବୁ ରସ ବ୍ୟବହାର କରନ୍ତି ଯାହାକି ଚର୍ମକୁ ଉଜ୍ଜ୍ବଳ କରେ ।
  • ଦୂର କରେ ବ୍ରଣ ସମସ୍ୟା:- ଲେମ୍ବୁ ରସ ଏକ ପ୍ରକାର ଆଲଫା ହାଇଡ୍ରୋକ୍ସି ଏସିଡ୍ (AHA) ଯାହାକି ମୃତ ଚର୍ମ କୋଷଗୁଡ଼ିକୁ ଭାଙ୍ଗିବାରେ ସାହାଯ୍ୟ କରେ । ଏଗା ବ୍ଲାକହେଡ୍ ଓ ବ୍ରଣକୁ ହଟାଇବାରେ ସାହାଯ୍ୟ କରେ ।
  • ଦାଗ ହଟାଏ:- ଲେମ୍ବୁ ପରି ସାଇଟ୍ରସ୍ ଉପାଦାନଗୁଡ଼ିକ ହାଲୁକା ଦାଗ କିମ୍ବା ବ୍ରଣ ଦାଗ ହଟାଇବାରେ ସାହାଯ୍ୟ କରିଥାଏ ।
  • ରୂପି ସମସ୍ୟା:- ଲେମ୍ବୁ ରସ ରୂପି ସମସ୍ୟା ଦୂର କରିବାରେ ବହୁ କାଳରୁ ବ୍ୟବହୃତ ହୋଇଆସୁଛି । ଏହା ମୃତ କୋଷକୁ ହଟାଉଥିବାରୁ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ମୁହଁରେ ଲଗାଇଲେ ଅପକାରିତା:-

  • ଘରୁ ବାହାରକୁ ଯିବା ପୂର୍ବରୁ କେବେ ହେଲେ ଲେମ୍ବୁ ମୁହଁରେ ଲଗାନ୍ତୁ ନାହିଁ । ଏହାଦ୍ବାରା ସନବର୍ଣ୍ଣ ହେବାର ଅଧିକ ଆଶଙ୍କା ରହିଥାଏ ।
  • ଲେମ୍ବୁରସକୁ ପାର୍ସଲେ, ଗାଜର ସହିତ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ଚର୍ମରେ ଫୁଲା, ନାଲି ପଡ଼ିବା ବା କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.